Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପୁଣି ଦେଶରେ କରୋନା ଭୟ

Smruti Parija
Browse all articles by Smruti Parija
·1 year ago
ପୁଣି ଦେଶରେ କରୋନା ଭୟ

Key Points

ପୁଣି କଡ଼ ଲେଉଟାଇଲା କରୋନା

ପୁଣି ଦେଶରେ କରୋନା ଭୟ, ଗୁଜୁରାଟରେ ଗୋଟାଏ ଦିନରେ ୧୫ ରୋଗୀ ଚିହ୍ନଟ ହୋଇଛନ୍ତି । ଦେଶରେ ବଢୁଛି କରୋନା ଲହର । ପୁଣି କଡ଼ ଲେଉଟାଇଲା କରୋନା । ଦେଶର ବିଭିନ୍ନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଗୁଜରାଟରେ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୁରୁବାର ୧୫ ଜଣ କରୋନା ପଜିଟିଭ ଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ଆକ୍ରାନ୍ତ ଏବେ ସଙ୍ଗରୋଧରେ ଥିବାବେଳେ ଅହମଦାବାଦ ସହରରେ ୧୩ ଜଣେ ଏବଂ ଗ୍ରାମାଞ୍ଚଳରେ ୨ ଜଣେ ଥିବା ଜଣାପଡିଛି ।


ଓମିକ୍ରନ ପ୍ରଜାତିର ଏହି ଭୂତାଣୁ ହୋଇଥିବା ବେଳେ ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି । ଡାକ୍ତରମାନେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଓ ହାତ ଧୋଇବା ଭଳି ସୁରକ୍ଷା ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
15-new-cases-detected-in-gujarat-in-a-day | Argus News