Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କୋଲକତା ଡାକ୍ତରଙ୍କୁ ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ !

Sarbeswar Mohapatra
Browse all articles by Sarbeswar Mohapatra
·1 year ago·3 min read
କୋଲକତା ଡାକ୍ତରଙ୍କୁ ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ !

Key Points

  • କଲିକତା ଡାକ୍ତରଙ୍କୁ ଦୁଷ୍କର୍ମ ମାମଲାରେ ନୂଆ ମୋଡ
  • ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ
  • ୧୫୦ ଗ୍ରାମ ସିମେନ୍‌ ମିଳିବା ପରେ ବଢିଲା ସନ୍ଦେହ
     

ଅର୍ଗସ ବ୍ୟୁରୋ : କଲିକତା ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣାରେ ନୂଆ ମୋଡ ଆସିଛି । ଡାକ୍ତରଙ୍କୁ ଦୁଷ୍କର୍ମ ନୁହେଁ ବରଂ ଗଣଦୁଷ୍କର୍ମ ହୋଇଥିବା ନେଇ ସନ୍ଦେହ ବଢିଲାଣି । କାରଣ ଦୁଷ୍କର୍ମ ହୋଇଥିବା ଡାକ୍ତରଙ୍କ ଗୁପ୍ତାଙ୍ଗରୁ ପ୍ରାୟ ୧୫୦ ମିଲିଗ୍ରାମ୍‌ ସିମେନ୍‌ ମିଳିବା ପରେ ଏବେ ପୁରା ଦେଶରେ ଚର୍ଚ୍ଚା ଜୋର ଧରିଲାଣି । କାରଣ ଜଣେ ବ୍ୟକ୍ତି ଦୁଷ୍କର୍ମ କଲେ ଏତେ ପରିମାଣରେ ସିମେନ୍‌ ମିଳିବ ନାହିଁ ବୋଲି ଡାକ୍ତର କହିବା ପରେ ଏହି ମାମଲାରେ କେତେ ଜଣ ଦୋଷୀ ତାହାକୁ ନେଇ ଏବେ ଖୋଳତାଡ ଆରମ୍ଭ ହୋଇଛି ।

ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ପୁରା ଦେଶରେ ଚର୍ଚ୍ଚା ବଢିଛି । ପୁରା ଘଟଣାର ତଦନ୍ତଭାର ନେଇଛି ସିବିଆଇ । ଏହାରି ଭିତରେ ଦୁଷ୍କର୍ମ ପୀଡ଼ିତାଙ୍କର ଡାକ୍ତର ମାଇନା ହୋଇଛି । ଏହି ସମୟରେ ପୀଡିତାଙ୍କ ଗୁପ୍ତାଙ୍ଗରୁ ପ୍ରାୟ ୧୫୦ ମିଲିଗ୍ରାମରୁ ଅଧିକ ସିମେନ୍‌ ମିଳିଛି । ତେଣୁ ଦୁଷ୍କର୍ମ ନୁହେଁ ବରଂ ଗଣଦୁଷ୍କର୍ମ ହୋଇଥିବା ନେଇ ସନ୍ଦେହ ଦେଖାଦେଇଛି । ଅବଶ୍ୟ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଗିରଫ କରାଯାଇଛି । କିନ୍ତୁ ମାମଲାରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ସେନେଇ ତଦନ୍ତ ଜାରି ରହିଛି ।

ସୂଚନା ଅନୁସାରେ, ଟ୍ରେନି ଡାକ୍ତର ଜଣକ ଡିନର ପରେ ଉପର ମହଲାକୁ ପାଠ  ପଢାଇବାକୁ ଯାଇଥିଲେ । ସେହି ସମୟରେ ମେଡିକାଲରେ ବୁଲୁଥିବା ଜଣେ ଦଲାଲ ସଂପୃକ୍ତ ଟ୍ରେନି ଡାକ୍ତରଙ୍କ ସହ ଦୁଷ୍କର୍ମ କରିଥିଲେ । କେବଳ ଦୁଷ୍କର୍ମ କରିଥିଲେ ତାହା ନୁହେଁ ବରଂ ତାଙ୍କୁ ଜୀବନରୁ ମାରିଦେଇଥିଲେ । ଘଟଣା ଘଟିବା ଦିନ ଏନେଇ କିଛି ଟେର ପାଇନଥିଲା ପୋଲିସ । ହେଲେ ପରଦିନ ଶବ ମିଳିବା ପରେ ପ୍ରଥମେ ଆତ୍ମହତ୍ୟା ବୋଲି କୁହାଯାଉଥିଲା ହେଲେ ପରିବାର ଲୋକ ସହମତ ହେଲେନି ବରଂ ଝିଅ ସହ ଦୁଷ୍କର୍ମ ହୋଇଛି ଅଭିଯୋଗ କରିଥିଲେ । ମାମଲାର ଗମ୍ଭୀରତାକୁ ଦେଖି ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ସଞ୍ଜୟ ରାୟ ବୋଲି ଜଣାପଡିଛି , ଯିଏ କି ହସ୍ପିଟାଲର କର୍ମଚାରୀ ହିଁ ନଥିଲେ । କିନ୍ତୁ ତାଙ୍କୁ ବାରମ୍ବାର କ୍ୟାମ୍ପସ ବିଲ୍ଡିଂକୁ ଆସୁଥିବା ଓ ଯାଉଥିବା ଦେଖିବାକୁ ମିଳିଥିଲା। ଏହାରି ଭିତରେ ବର୍ତ୍ତମାନ ସେ ୧୪ ଦିନ ପାଇଁ ରିମାଣ୍ଡ ଅବଧିରେ ଅଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କଲିକତା ଦୁଷ୍କର୍ମ ମାମଲାରେ ପ୍ରକୃତରେ ଦୋଷୀ କେତେ ଜଣ ? ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପୁରା ଘଟଣାରେ ନୂଆ ମୋଡ ଆସିବା ପରେ କାଠଗଡାକୁ ଟାଣି ହୋଇ ଆସିଛନ୍ତି ଦିଦି । କାରଣ ଡାକ୍ତରଙ୍କ କହିବା ଅନୁସାରେ ଯେଉଁ ପରିମାଣରେ ସିମେନ୍‌ ମିଳିଛି ସେଥିରୁ ଜଣେ ଦୁଷ୍କର୍ମ କରିଥିବା ପରି ମନେ ହେଉନି । ତେଣୁ ଏହି ମାମଲାରେ ଅଧିକ ବ୍ୟକ୍ତି ସଂପୃକ୍ତ ଥିବା କୁହାଯାଉଛି । 

ଅଭିଯୋଗ ଅନୁସାରେ, ସଞ୍ଜୟ ରାୟ ମେଡିକାଲରେ ଚାଲିଥିବା ଏକ ରାକେଟରେ ସାମିଲ ଥିଲା, ଯେଉଁଥିରେ ରୋଗୀଙ୍କୁ ଭର୍ତ୍ତି କରିବା ବାହାନାରେ ସେମାନଙ୍କ ସମ୍ପର୍କୀୟଙ୍କଠାରୁ ଟଙ୍କା ଆଦାୟ କରି ସରକାରୀ ହସ୍ପିଟାଲରେ ବେଡ୍ ନ ମିଳିଲେ ପାଖ ନର୍ସିଂହୋମରେ ବେଡ୍ ଖୋଜିଦେଉଥିଲା । ଯଦିଓ ସେ ପୋଲିସ କର୍ମଚାରୀ ନୁହଁନ୍ତି, ସଞ୍ଜୟ ବେଳେବେଳେ ନିଜ ସମ୍ପର୍କୀୟଙ୍କୁ ବ୍ୟବହାର କରି ପୋଲିସ ବ୍ୟାରେକରେ ରହୁଥିଲା। ତେବେ ପୋଲିସ ପଚରାଉଚରା ଆରମ୍ଭ କରିବା ମାତ୍ରେ ଅଭିଯୁକ୍ତ ସଞ୍ଜୟ ନିଜର ଅପରାଧ ସ୍ୱୀକାର କରିଛି । ଏହି ଜଘନ୍ୟ ଅପରାଧ ପାଇଁ ସେ କୌଣସି ଅନୁତାପ ଦେଖାଇ ନ ଥିଲା। ସେ ପୋଲିସକୁ କହିଛି, ଆପଣ ଚାହିଁଲେ ମୋତେ ଫାଶୀ ଦିଅନ୍ତୁ ଏବଂ ତା ମୋବାଇଲ୍ ଫୋନରେ ଅଶ୍ଳୀଳ ଭିଡିଓ ମଧ୍ୟ ମିଳିଥିଲା । 

ମୋଟ୍‌ ଉପରେ କଲିକତା ଦୁଷ୍କର୍ମ ମାମାଲାକୁ ନେଇ ପୁରା ଦେଶରେ ଜୋରଦାର ଚର୍ଚ୍ଚା ହେଉଛି । ହେଲେ ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ କଥା ସାମ୍ନାକୁ ଆସୁଥିବାରୁ ମାମଲାକୁ ନେଇ ଆହୁରି ଉଦବେଗ ପ୍ରକାଶ ପାଇଛି ।
 

Sponsored
Gang-Rape Case | Argus News