Videos
|
National

ପଶ୍ଚିମବଙ୍ଗରେ ବନ୍ଦ ହେବ ୧୫୦ ବର୍ଷର ଟ୍ରାମ୍‌ ସେବା

Ritu Das
Browse all articles by Ritu Das
·1 year ago
ପଶ୍ଚିମବଙ୍ଗରେ ବନ୍ଦ ହେବ ୧୫୦ ବର୍ଷର ଟ୍ରାମ୍‌ ସେବା

ଅର୍ଗସ ବ୍ୟୁରୋ: କୋଲକାତାରେ ୧୫୦ ବର୍ଷର ଟ୍ରାମ୍‌ ସେବା ବନ୍ଦ ହେବାକୁ ଯାଉଛି। ଟ୍ରାଫିକ୍‌ ଭିଡ଼ ହ୍ରାସ ଏବଂ ଦ୍ରୁତ ପରିବହନ ମାଧ୍ୟମ ପ୍ରଚଳନ ପାଇଁ ପଶ୍ଚିମବଙ୍ଗ ସରକାର କୋଲକାତାର ଟ୍ରାମ୍‌ ସେବାକୁ ବନ୍ଦ କରିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି।

ନିଷ୍ପତ୍ତି ଅନୁଯାୟୀ ଐତିହାସିକ ଟ୍ରାମ୍‌ ସେବା କେବଳ ଏସ୍‌ପ୍ଲାନେଡ୍‌ରୁ ମଇଦାନ ରୁଟ୍‌ ବ୍ୟତୀତ କୋଲକାତାର ଅନ୍ୟ ସବୁ ରୁଟ୍‌ରେ ବନ୍ଦ ହେବ। ସରକାଙ୍କ ଏଭଳି ନିଷ୍ପତ୍ତିରେ ଅନେକ ଯାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଟ୍ରାଫିକ ଭିଡ଼ ପାଇଁ ଟ୍ରାମ୍‌କୁ ଦାୟୀ କରାଯାଇପାରିବ ନାହିଁ ବୋଲି ସେମାନେ କହିଛନ୍ତି। ଟ୍ରାମ୍‌ ଶସ୍ତା ଏବଂ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥା ହୋଇଥିବାରୁ ଏହାକୁ ବନ୍ଦ କରାଯିବା ଉଚିତ ନୁହେଁ। ଏହା କୋଲକାତା ଜନସାଧାରଣ ବିଶେଷ କରି ଗରିବଙ୍କ ପାଇଁ ଜୀବନରେଖା ସଦୃଶ ଥିଲା ବୋଲି ଯାତ୍ରୀମାନେ କହିଛନ୍ତି।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
150 years old | Argus News