Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Fast Food Risks / ଫାଷ୍ଟଫୁଡ୍ ଖାଇ ୧୬ ବର୍ଷ ଝିଅର ଗଲା ଜୀବନ

Rashmita Mishra
Browse all articles by Rashmita Mishra
·6 months ago·2 min read
ଫାଷ୍ଟଫୁଡ୍ ଖାଇ ୧୬ ବର୍ଷ ଝିଅର ଗଲା ଜୀବନ
Fast Food Risks

Key Points

ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତେ ଫାଷ୍ଟଫୁଡ୍ କିମ୍ବା ଜଙ୍କ ଫୁଡକୁ ଅଧିକ ପସନ୍ଦ କରୁଛନ୍ତି । 
ଯାହାଫଳରେ ବେଳେବେଳେ ସେମାନେ ଅନେକ ଗମ୍ଭୀର ରୋଗର ଶିକାର ହୋଇଥାଆନ୍ତି ।
ଉତ୍ତରପ୍ରଦେଶର ଅମରୋହରେ ଜଣେ ୧୬ ବର୍ଷର ଝିଅ ଅହାନା ଫାଷ୍ଟଫୁଡ୍ ଖାଇ ପ୍ରାଣ ହରାଇଛନ୍ତି । 

ଫାଷ୍ଟଫୁଡ୍ ନେଲା ଜୀବନ... ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତେ ଫାଷ୍ଟଫୁଡ୍ କିମ୍ବା ଜଙ୍କ ଫୁଡକୁ ଅଧିକ ପସନ୍ଦ କରୁଛନ୍ତି । ଏହା ପାଟିକୁ ଭଲ ଲାଗୁଥିଲେ ମଧ୍ୟ ଶରୀର ପାଇଁ କ୍ଷତିକାରକ ହୋଇଥାଏ । କିନ୍ତୁ ଅନେକ ସମୟରେ ସମସ୍ତେ ଏହି ଖାଦ୍ୟକୁ ଖାଇବା ପାଇଁ ବାରଣ ସତ୍ତ୍ଵେ ମଧ୍ୟ ପିଲାମାନେ ଏହାକୁ ଖାଇଥାଆନ୍ତି, ଯାହାଫଳରେ ବେଳେବେଳେ ସେମାନେ ଅନେକ ଗମ୍ଭୀର ରୋଗର ଶିକାର ହୋଇଥାଆନ୍ତି । ଏଭଳି ଘଟଣା ଏବେ ଉତ୍ତରପ୍ରଦେଶର ଆମରୋହା ଜିଲ୍ଲାରେ ଘଟିଥିବାର ଦେଖିବାକୁ ମିଳିଛି । ଅଧିକ ଫାଷ୍ଟଫୁଡ୍ ଖାଇ ରୋଗଗ୍ରସ୍ତ ହୋଇଥିବା ଛାତ୍ରୀ ଦିଲ୍ଲୀର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ହେଲେ ତାଙ୍କୁ ବଞ୍ଚାଯାଇ ପାରିନଥି‌ଲା ।

ସୂଚନାମୁତାବକ ଉତ୍ତରପ୍ରଦେଶର ଅମରୋହରେ ଜଣେ ୧୬ ବର୍ଷର ଝିଅ ଅହାନା ଫାଷ୍ଟଫୁଡ୍ ଖାଇ ପ୍ରାଣ ହରାଇଛନ୍ତି । ମାତ୍ରାଧିକ ଚାଉମିନ୍, ମ୍ୟାଗି, ପିଜ୍ଜା, ବର୍ଗର ଆଦି ଖାଇବା ଦ୍ୱାରା ତାଙ୍କ ଅନ୍ତଃନଳୀ ଖରାପ ହୋଇଯାଇଥିଲା । ଅନ୍ତଃନଳୀ ପରସ୍ପର ସହ ଯୋଡ଼ି ହୋଇଯିବା ସହ ମଝିରେ କଣା ମଧ୍ୟ ହୋଇଯାଇଥିଲା । ଏକ ଘରୋଇ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଏହା ପରେ ବି ତାଙ୍କୁ ଡାକ୍ତରମାନେ ବଞ୍ଚାଇ ପାରି ନଥିଲେ । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ରାତିରେ ଅହାନାଙ୍କ ମୃତ୍ୟୁ ଘଟିଛି ।

ଅମରୋହା ନଗରର ରହୁଥିବା ମନ୍ସୁର ଖାନଙ୍କ ସାନ ଝିଅ ହେଉଛନ୍ତି ଅହାନା । ଅହାନଙ୍କ ଜଣେ ଭାଇ ଏବଂ ଜଣେ ଭଉଣୀ ଅଛନ୍ତି । ପରିବାର ଲୋକଙ୍କ କହିବା ଅନୁସାରେ, ଅହାନା ଫାଷ୍ଟଫୁଡ୍ ଖାଇବାକୁ ଖୁବ୍ ଭଲ ପାଉଥିଲେ । ଯେତେ ଆକଟ କଲେ ବି ସେ ମାନୁ ନଥିଲେ । ଅଧିକାଂଶ ସମୟରେ ସେ ମ୍ୟାଗି, ଚାଉମିନ୍, ପିଜ୍ଜା-ବର୍ଗର ଭଳି ଖାଦ୍ୟ ଖାଉଥିଲେ ।

ଗତ ନଭେମ୍ବର ୨୮ରେ ଅହାନାଙ୍କ ହଠାତ୍ ଦେହ ଖରାପ ହୋଇଥିଲା । ପେଟରେ ଜୋରରେ ଯନ୍ତ୍ରଣା ହେବାରୁ ତାଙ୍କୁ ନଭେମ୍ବର ୩୦ରେ ମୁରାଦାବାଦରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କ ଅନ୍ତଃନଳୀରେ କଣା ହୋଇଥିବା ସହ ପେଟରେ ପାଣି ଜମା ହୋଇଥିବା କଥା କହିଥିଲେ । ଏହା ସହ ସେ ଫାଷ୍ଟଫୁଡ୍ ଯୋଗୁଁ ଏପରି ହୋଇଥିବା ନେଇ ଡାକ୍ତର ଜଣାଇଥିଲେ ।

ଏହାପରେ ତାଙ୍କର ଅପରେସନର ହୋଇଥିଲା । ଅପରେସନରେ ତାଙ୍କ ପେଟରୁ ପ୍ରାୟ ୭ ଲିଟର ପାଣି ବାହାରିଥିଲା । ସ୍ୱାସ୍ଥ୍ୟ ସାମାନ୍ୟ ସୁଧୁରିବା ପରେ ପରିବାର ଲୋକେ ତାଙ୍କୁ ଦିଲ୍ଲୀ ନେଇ ଯାଇଥିଲେ । ଅପରେସନର କିଛି ଦିନ ପରେ ତାଙ୍କ ପେଟରେ ପୁଣି ଯନ୍ତ୍ରଣା ହୋଇଥିଲା । ତେଣୁ ତାଙ୍କୁ ଦିଲ୍ଲୀ ଏମ୍ସକୁ ନିଆଯାଇଥିଲା । ପରୀକ୍ଷା କରିବା ପରେ ତାଙ୍କ ଅନ୍ତଃନଳୀ ପରସ୍ପର ସହ ଯୋଡ଼ି ହୋଇଯାଇଥିବା ନେଇ ଡାକ୍ତର କହିଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲେ ବି ଲଗାତର ଅହାନାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାରେ ଲାଗିଥିଲା ।

ଗତ ୨୧ ତାରିଖ ରବିବାର ରାତିରେ ତାଙ୍କ ଦେହ ଖରାପ ହୋଇଥିଲା । ଡାକ୍ତର ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ହାର୍ଟ ଫେଲ୍ ହେବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ଏବେ ପିଲାଙ୍କୁ ଯଥାସମ୍ଭବ ଫାଷ୍ଟଫୁଡ୍ରୁ ଦୂରେଇ ରଖିବା ଉଚିତ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ଏଥିସହ ବାହାରେ ମିଳୁଥିବା ପ୍ୟାକେଟ୍ ଖାଦ୍ୟ, କୋଲ୍ଡଡ୍ରିଙ୍କ୍ସ, ଫ୍ରେଞ୍ଚ୍ ଫ୍ରାଇଜ୍ ଆଦି ଜିନିଷ ପିଲାଙ୍କୁ ନ ଦେବାକୁ କହିଛନ୍ତି । ଗ୍ଲୋବାଲ ବର୍ଡନ୍ ଅଫ୍ ଡିଜିଜ୍ ରିପୋର୍ଟ ଅନୁସାରେ ପ୍ରତିବର୍ଷ ଫାଷ୍ଟଫୁଡ୍ ଯୋଗୁ ସାରା ବିଶ୍ୱରେ ୧.୧ କୋଟି ମୃତ୍ୟୁ ଘଟୁଛି ।

ଅଧିକ ପଢ଼ନ୍ତୁ ଦେଶ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fast Food Risks | 16-Year-Old Girl Dies After Eating Fast Food | Health & Food Safety Alert | Argus News