Videos
|
National

ୟୁପିରେ ୧୭ ଝିଅଙ୍କ ନାମ ଦିଆଗଲା ସିନ୍ଦୂର

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
 ୟୁପିରେ ୧୭ ଝିଅଙ୍କ ନାମ ଦିଆଗଲା ସିନ୍ଦୂର

ସିନ୍ଦୂର କେବଳ ଏକ ନାମ ନୁହେଁ, ଏହା ଆମ ଦେଶର କୋଟି କୋଟି ଲୋକଙ୍କ ବିଶ୍ବାସ ଭରଷାର ପ୍ରତୀକ। କେତେବେଳେ ଏହା ସଧବା ନାରୀର ଶ୍ରୀ, ତ ପୁଣି କେତେବେଳେ ଏହା ଯୋଦ୍ଧାର ବିଜୟ ତିଳକ। ଆଉ ଏବେ ପ୍ରତିଟି ଭାରତୀୟଙ୍କ ପାଇଁ ସିନ୍ଦୂର ପ୍ରତିଶୋଧର ପ୍ରତିଫଳନ। ୨୨ ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁର ପ୍ରତିଶୋଧ ମେ ୭ ରେ ଅପରେସନ ସିନ୍ଦୂର କରି ନେଇଛି ଭାରତ। ଆତଙ୍କବାଦୀ କେବେ କଳ୍ପନା କରିନଥିଲେ, ଏପରିକି ସ୍ୱପ୍ନରେ ମଧ୍ୟ କରିନଥିଲେ ଯେ ଭାରତ ଏତେ ସାହସିକ ନିଷ୍ପତ୍ତି ନେଇପାରିବ । ପାକିସ୍ତାନ ସେନାକୁ ଚକ୍‌ମା ଦେଇ ପାକିସ୍ତାନ ଭିତରେ ପଶି ଆତଙ୍କୀ ଆଡ୍ଡା ଉଡାଇ ଦେଇଛନ୍ତି ଭାରତୀୟ ବୀର ଯବାନ। ଏବେ ସବୁ ଭାରତୀୟଙ୍କ ମୁହଁରେ କେବଳ ଗାଟିଏ ନାମ ସିନ୍ଦୂର।


ଉତ୍ତରପ୍ରଦେଶର କୁଶିନଗର ଜିଲ୍ଲାରେ, ମେ ୭ ପରେ ଜନ୍ମ ନେଇଥିବା ଝିଅଙ୍କ ମଧ୍ୟରୁ ୧୭ ଜଣ କନ୍ୟାଙ୍କ ବାପା ମା ସେମାନଙ୍କର ଝିଅର ନାମ ସିନ୍ଦୂର ରଖିଛନ୍ତି। ଅପରେସନ ସିନ୍ଦୂରକୁ ସବୁବେଳେ ଲୋକ ମୁଖରେ ରଖବା ପାଇଁ ଓ ଏହାକୁ ସ୍ମରଣୀୟ କରିବା ପାଇଁ ସିନ୍ଦୂର ନାମ ରଖିଛନ୍ତି। ଯେତେବେଳେ ଦେଶର ସେନା ଅପରେସନ ସିନ୍ଦୂର ଚଲାଇଥିଲା, ସେହି ସମୟରେ ପିଲାମାନଙ୍କୁ ଜନ୍ମ ଦେଇଥିବା ମହିଳାମାନେ ସେମାନଙ୍କ ଝିଅମାନଙ୍କର ନାମ ସିନ୍ଦୂର ରଖିଥିଲେ। ଯୁଦ୍ଧ କରିବାକୁ ଦେଶର ସୀମାକୁ ଯିବା ପାଇଁ ମଧ୍ୟ, ମହିଳାମାନେ ସେମାନଙ୍କ ନବଜାତ ଝିଅମାନଙ୍କର ନାମ ସିନ୍ଦୂର ରଖିଥିବା କଥା ପ୍ରକାଶ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କାଜଲ ନାମକ ଜଣେ ମହିଳା ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ମହିଳାମାନେ ସେମାନଙ୍କ ସ୍ୱାମୀଙ୍କୁ ହରାଇ ବିଧବା ହୋଇଯାଇଛନ୍ତି। ସାଧାରଣତଃ ପ୍ରତିଟି ବିବାହିତ ହିନ୍ଦୁ ମହିଳାଙ୍କ ପାଇଁ ସିନ୍ଦୂର କେବଳ ଏକ ରଙ୍ଗ ନୁହେଁ ଏହା ତାଙ୍କ ଜୀବନର ଅଙ୍ଗ। ଯୋଦ୍ଧାଙ୍କ ପାଇଁ ଏହା ବୀର ତିଳକ। ଯେଉଁଥିପାଇଁ ସେ ଝିଅର ନାମ ସିନ୍ଦୂର ରଖିଥିବା କହିଛନ୍ତି। ସେହିଭଳି ଖାନୱାର ବାକଲୋଲି ଗାଁର ବାସିନ୍ଦା ନେହାଙ୍କର ମେ ୯ ତାରିଖରେ ଝିଅଟିଏ ହୋଇଥିଲା, ସେ ତାଙ୍କ ଝିଅର ନାମ ନେହା ରଖିଛନ୍ତି। ଭାରତୀୟ ସେନାର ଅପରେସନ ସିନ୍ଦୂରକୁ ସ୍ମରଣୀୟ କରିବା ପାଇଁ ସେ ତାଙ୍କ ଝିଅର ନାମ ସିନ୍ଦୂର ରଖିଛନ୍ତି।

17 girls named Sindoor in UP | Argus News