Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଠକେଇ ରୋକିବାକୁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
 ଠକେଇ ରୋକିବାକୁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ସାଇବର ଠକେଇ ଦେଶ ପାଇଁ ଚିନ୍ତାର ବିଷୟ ପାଲଟିଛି। ଠକେଇ ପାଇଁ ଫୋନ କଲ୍ ଓ ହ୍ୱାଟ୍ସଆପକୁ ଅଧିକ ବ୍ୟବହାର କରାଯାଉଛି। ଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନେଇଛନ୍ତି ବଡ଼ ପଦକ୍ଷେପ। ବ୍ଲକ୍ କରିଛନ୍ତି ସନ୍ଧେହରେ ଥିବା ୧୭ ଲକ୍ଷ ହ୍ୱାଟସଅପ ଆକାଉଣ୍ଟ। କଳା ତାଲିକାଭୁକ୍ତ ହୋଇଛନ୍ତି ୨୦ ହଜାରରୁ ଅଧିକ ଏସଏମଏସ ପ୍ରେରକ। ଡିସକନେକଟେଡ୍ କରାଯାଇଛି ୩ କୋଟିରୁ ଅଧିକ ମୋବାଇଲ କନେକ୍ସନ। ଏନେଇ ସୂଚନା ଦେଇଛନ୍ତି ଯୋଗାଯୋଗ ଓ ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ପେମାସାନି ଚନ୍ଦ୍ରଶେଖର।


ମନ୍ତ୍ରୀ କହିଛନ୍ତି ଏଆଇ ଏବଂ ବିଗ୍ ଡାଟା ମାଧ୍ୟମରେ ନକଲି ଡକ୍ୟୁମେଣ୍ଟରେ ଯେଉଁ ସଂଯୋଗ ନିଆଯାଇଛି ତାକୁ ଚିହ୍ନଟ କରାଯାଉଛି। ବିଭାଗ ଏବଂ ଟେଲିକମ୍ କମ୍ପାନୀ ଗୁଡ଼ିକ ଏକ ଅତ୍ୟାଧୁନିକ ଜ୍ଞାନକୌଶଳରେ କାର୍ଯ୍ୟ କରୁଛନ୍ତି ଯାହା ଆସୁଥିବା ଅନ୍ତର୍ଜାତୀୟ ଫେକ କଲକୁ ଅବରୋଧ କରୁଛି। ଲୋକମାନେ ସଞ୍ଚାର ସାଥୀ ପୋର୍ଟାଲ ମାଧ୍ୟମରେ ସନ୍ଦେହଜନକ ଠକେଇ କଲ୍ କିମ୍ବା ମେସେଜ୍ ନେଇ ରିପୋର୍ଟ କରିପାରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଦେଶରେ ହେଉଥିବା ସାଇବର ଟେଲିକମ୍‌ ଠକେଇ ଉପରେ ରୋକ ନେବା ପାଇଁ ଏଭଳି କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦ୍ର ସରକାର। ବିଭାଗ ଓ ଟ୍ରାଇ ଠକେଇକୁ ମୂଳପୋଛ କରିବା ଏମିତି ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପଦକ୍ଷେପ କେବଳ ସୁରକ୍ଷିତ ଟେଲିକମ୍ ସୁନିଶ୍ଚିତ କରିବ ତା ନୁହେଁ ଏଥିରେ ଉପକୃତ ହେବେ ସମସ୍ତ ମୋବାଇଲ୍ ଉପଭୋକ୍ତା।

Sponsored
1.7 million WhatsApp accounts suspended | Argus News