Bihar Election / ୧୭ ନୂଆ ପଦକ୍ଷେପ ନେଇଛନ୍ତି ନିର୍ବାଚନ କମିଶନ

Key Points
୧୫ ଦିନ ମଧ୍ୟରେ ଭୋଟର ପରିଚୟପତ୍ର ଉପଲବ୍ଧ ହେବ ।
ବୁଥ୍ ସ୍ତରୀୟ ଅଧିକାରୀଙ୍କୁ ପରିଚୟପତ୍ର ଦିଆଯାଇଛି ।
ଫର୍ମ 17C ଏବଂ EVM ମେଳ ନଖାଇଲେ VVPAT ଗଣନା କରାଯିବ ।
ନିର୍ବାଚନ କମିଶନ ବିହାର ବିଧାନସଭା ନିର୍ବାଚନରୁ ଆରମ୍ଭ ହେଉଥିବା ୧୭ଟି ନୂଆ ପଦକ୍ଷେପ ଘୋଷଣା କରିଛନ୍ତି । ଯାହା ମତଦାନକୁ ଅଧିକ ସ୍ୱଚ୍ଛ ଏବଂ ସୁଗମ କରିବ। ଏହି ସଂସ୍କାରଗୁଡ଼ିକର ମୂଳ ଲକ୍ଷ୍ୟ ହେଉଛି ଭୋଟକୁ ନେଇ ଲୋକଙ୍କ ମନରେ ବିଶ୍ୱାସ ତିଆରି କରିବା ଏବଂ ଲୋକଙ୍କୁ ଏକ ଭଲ ଅନୁଭୂତି ପ୍ରଦାନ କରିବା । ଏହି ପଦକ୍ଷେପ ପରେ କୌଣସି ମତଦାନ କେନ୍ଦ୍ରରେ ଭୋଟରଙ୍କ ସଂଖ୍ୟା ୧୨୦୦ରୁ ଅଧିକ ରହିବ ନାହିଁ । ଯାହାଦ୍ୱାରା ଲୋକଙ୍କୁ ଆଉ ଲମ୍ବା ଲାଇନ୍ରେ ଛିଡ଼ା ହେବାକୁ ପଡ଼ିବ ନାହିଁ ।
ଭିଡ଼ ହ୍ରାସ କରିବା ଏବଂ ମତଦାନକୁ ତ୍ୱରାନ୍ୱିତ କରିବା ପାଇଁ ବଡ଼ ବଡ଼ ସୋସାଇଟିରେ ଅତିରିକ୍ତ ବୁଥ୍ ସ୍ଥାପନ କରାଯିବ। ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ, ସମସ୍ତ ମତଦାନ କେନ୍ଦ୍ରରେ ୧୦୦% ୱେବକାଷ୍ଟିଂ ବାଧ୍ୟତାମୂଳକ ହେବ। ଏହାଦ୍ୱାରା ଭୋଟ ଗ୍ରହଣର ପ୍ରତ୍ୟେକ ମୁହୁର୍ତ୍ତକୁ ରେକର୍ଡ କରାଯାଇପାରିବ ଏବଂ ନଜର ରଖାଯାଇପାରିବ । ଖାଲି ସେତିକି ନୁହେଁ ବୁଥ୍ ରିଗିଂ ସମସ୍ୟା ମଧ୍ୟ ହ୍ରାସ ପାଇବ ।
ଏହି ପଦକ୍ଷେପ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବ। ଭୋଟରମାନେ ଏବେ ୧୫ ଦିନ ମଧ୍ୟରେ ସେମାନଙ୍କର ଭୋଟ ପରିଚୟପତ୍ର ପାଇବେ। ମତଦାନର କିଛି ଦିନ ପରେ ଡିଜିଟାଲ୍ ଇଣ୍ଡେକ୍ସ କାର୍ଡ ଉପଲବ୍ଧ ହେବ। ଭୋଟ ସେବାକୁ ସରଳ କରିବା ପାଇଁ ଏକ ୱାନ୍-ଷ୍ଟପ୍ ଡିଜିଟାଲ୍ ପ୍ଲାଟଫର୍ମ ମଧ୍ୟ ଆରମ୍ଭ କରାଯାଇଛି। VM ବାଲାଟ୍ ପେପରରେ ଏବେ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ ଏବଂ ବଡ଼ ସିରିଏଲ୍ ନମ୍ବର ରହିବ, ଯାହା ଭୋଟରମାନଙ୍କୁ ଚିହ୍ନଟ କରିବା ସହଜ କରିବ। ଫର୍ମ 17C ଏବଂ EVM ମଧ୍ୟରେ ବିଭେଦ ହେଲେ, ସପୂର୍ଣ୍ଣ VVPAT ପୁନଃଗଣନା କରାଯିବ।
ଏହା ସହିତ, ୭୦୦୦ ରୁ ଅଧିକ ବୁଥ୍-ସ୍ତରୀୟ ଅଧିକାରୀ (BLO)ଙ୍କୁ ତାଲିମ ଦିଆଯାଇଛି। BLO, ପୋଲିଂ ଷ୍ଟାଫ ଏବଂ କାଉଣ୍ଟିଂ କର୍ମଚାରୀଙ୍କ ପାରିଶ୍ରମିକ ଦୁଇଗୁଣ କରାଯାଇଛି, ଯାହା ସେମାନଙ୍କର ମନୋବଳକୁ ବୃଦ୍ଧି କରିଛି। BLOମାନଙ୍କୁ ମଧ୍ୟ ପରିଚୟପତ୍ର ମିଳିବ। ଏହା ସହିତ, ପୋଷ୍ଟାଲ୍ ବାଲଟର ପ୍ରାରମ୍ଭିକ ଗଣନା ଭଳି ପଦକ୍ଷେପଗୁଡ଼ିକୁ ଆହୁରି ସୁଗମ କରିବା ପାଇଁ ମଧ୍ୟ ନାନା ବ୍ୟବସ୍ଥା କରାଯାଇଛି । ତେବେ ଆସନ୍ତୁ ଜାଣିବା ସରଳରେ ବୁଝିବା.. କ'ଣ ରହିଛି ସେହି ନୂଆ ପଦକ୍ଷେପ ଗୁଡ଼ିକ ।
ପ୍ରତି ମତଦାନ କେନ୍ଦ୍ରରେ ଅତିବେଶିରେ ୧୨୦୦ ଭୋଟର ଭୋଟ ଦେବେ । କୌଣସି ମତଦାନ କେନ୍ଦ୍ରରେ ୧୨୦୦ ରୁ ଅଧିକ ମତଦାତା ରହିବେ ନାହିଁ, ଯାହା ଧାଡ଼ିକୁ କମ କରିବ ଏବଂ ପ୍ରକ୍ରିୟାକୁ ସୁଗମ କରିବ।
ସମସ୍ତ ମତଦାନ କେନ୍ଦ୍ରରେ ୧୦୦% ୱେବକାଷ୍ଟିଂ । ଥାର୍ଥାତ୍ ସ୍ୱଚ୍ଛତା ବଜାୟ ରଖିବା ପାଇଁ ପ୍ରତ୍ୟେକ ବୁଥରେ ପୂର୍ଣ୍ଣ ସିସିଟିଭି ଲାଗିବା ବାଧ୍ୟତାମୂଳକ ହେବ।
ଭୋଟରମାନେ ନିଜ ମୋବାଇଲ ଫୋନ୍କୁ ଜମା କରିବା ପାଇଁ ସ୍ୱତନ୍ତ୍ର କାଉଣ୍ଟର କରାଯିବ । ଯାହାକି ପୋଲିଂ ଷ୍ଟେସନ୍ଠାରୁ ୧୦୦ ମିଟର ଦୂରରେ ରହିବ । ଏହାଦ୍ୱାରା ଭିଡ଼ ମଧ୍ୟ କମ୍ ରହିବ ।
EVM ଏବଂ ବାଲଟ୍ ପେପରରେ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ ଲାଗିବ । ଯାହାଦ୍ୱାରା ଭୋଟ ଅଧିକ ସ୍ପଷ୍ଟ ଭାବେ ନିଜ ପ୍ରାର୍ଥୀଙ୍କୁ ଦେଖି ଚିହ୍ନି ପାରିବ । ଏଥିରେ ଭୁଲ କରିବ ନାହିଁ । ପ୍ରଥମ ଥର ପାଇଁ ରଙ୍ଗୀନ ଫଟୋ ବ୍ୟବସ୍ଥା କରାଯାଇଛି । ଖାଲି ସେତିକି ନୁହେଁ ବଡ଼ ବଡ଼ ଅକ୍ଷରରେ ସିରିଏଲ୍ ନମ୍ବର ମଧ୍ୟ ଲେଖାଯିବ ।
ବୁଥ୍ ସ୍ତରୀୟ ଅଧିକାରୀ (BLO) ଏବଂ ପର୍ଯ୍ୟବେକ୍ଷକଙ୍କୁ ତାଲିମ ଦିଆଯାଇଛି। IIIDEM ରେ 7,000 ରୁ ଅଧିକ BLO ଙ୍କୁ ତାଲିମ ଦିଆଯାଇଛି।
SIRର ସଫଳ ସମାପ୍ତି ହୋଇଛି । ୨୨ ବର୍ଷ ପରେ 90,000 ରୁ ଅଧିକ ତାଲିମ ପ୍ରାପ୍ତ BLO, ଭୋଟର ତାଲିକାକୁ ଶୁଦ୍ଧ କରିଛନ୍ତି।
ଡିଜିଟାଲ୍ ଇଣ୍ଡେକ୍ସ କାର୍ଡକୁ ଶୀଘ୍ର ବଣ୍ଟନ କରିବାର ବ୍ୟବସ୍ଥା କରାଯାଇଛି । ମତଦାନର କିଛି ଦିନ ପରେ ଡିଜିଟାଲ୍ ଇଣ୍ଡେକ୍ସ କାର୍ଡ ଉପଲବ୍ଧ ହେବ।
ଓ୍ୱାନ୍ ଷ୍ଟପ୍ ଡିଜିଟାଲ୍ ପ୍ଲାଟଫର୍ମ ଅର୍ଥାତ୍ ନିର୍ବାଚନ ସେବା ପାଇଁ ଏକକ ଡିଜିଟାଲ୍ ପ୍ଲାଟଫର୍ମର ଶୁଭାରମ୍ଭ କରାଯାଇଛି ।
୧୫ ଦିନ ମଧ୍ୟରେ ଭୋଟର ପରିଚୟପତ୍ର ଉପଲବ୍ଧ ହେବ ।
ବୁଥ୍ ସ୍ତରୀୟ ଅଧିକାରୀଙ୍କୁ ପରିଚୟପତ୍ର ଦିଆଯାଇଛି ।
ଫର୍ମ 17C ଏବଂ EVM ମେଳ ନଖାଇଲେ VVPAT ଗଣନା କରାଯିବ ।
EVM ଗଣନାର ଶେଷ ଦୁଇ ରାଉଣ୍ଡ ପୂର୍ବରୁ ପୋଷ୍ଟାଲ୍ ବାଲଟ ଗଣନା କରାଯିବ।
ବଡ଼ ବଡ଼ ସୋସାଇଟିରେ ଭିଡ଼ ହ୍ରାସ କରିବା ପାଇଁ ଅତିରିକ୍ତ ବୁଥ୍ କରାଯିବ ।
ପୁଲିଂ ବୁଥ୍ଠାରୁ ୧୦୦ ମିଟର ବାହାରେ ଅନୌପଚାରିକ ଭାବେ ପ୍ରାର୍ଥୀଙ୍କ ଦ୍ୱାରା ସ୍ଲିପ୍ ବିତରଣ କେନ୍ଦ୍ର କରାଯାଇପାରିବ ।
ଭୋଟର ତାଲିକା ଅପଡେଟ ପାଇଁ ବୁଥ୍ ସ୍ତରୀୟ ଏଜେଣ୍ଟଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି ।
ପୋଲିସ ଅଧିକାରୀଙ୍କୁ ମଧ୍ୟ ସ୍ୱତନ୍ତ୍ର ତାଲିମ ଦିଆଯାଇଛି । ଯାହାଦ୍ୱାରା ଆଇନ ଶୃଙ୍ଖଳା ପରିସ୍ଥିତି କଣ୍ଟ୍ରୋଲ୍ରେ ରହିବ ।
ପୋଲିସ୍ ଏବଂ ଗଣତି କର୍ମଚାରୀଙ୍କ ପାରିଶ୍ରମିକକୁ ଦ୍ୱିଗୁଣିତ କରାଯାଇଛି ।