Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ତ୍ରିବେଣୀ ସଙ୍ଗମରେ ସ୍ନାନ କରିଥିଲେ ୧.୭୪ କୋଟି ଶ୍ରଦ୍ଧାଳୁ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ତ୍ରିବେଣୀ ସଙ୍ଗମରେ ସ୍ନାନ କରିଥିଲେ ୧.୭୪ କୋଟି ଶ୍ରଦ୍ଧାଳୁ

ଅର୍ଗସ ବ୍ୟୁରୋ:   ମହାକୁମ୍ଭରେ ବିଗତ ୧୫ ଦିନରେ ପାଖାପାଖି ୧୪ କୋଟି ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ବୁଡ ପକାଇ ସାରିଲେଣି । ଗତ ରବିବାର ରେକର୍ଡ ସଂଖ୍ୟକ ଭିଡ ହୋଇଥିଲା । ଯେଉଁଦିନ ୧.୭୪ କୋଟି ଶ୍ରଦ୍ଧାଳୁ ପବିତ୍ର ତ୍ରିବେଣୀ ସଙ୍ଗମରେ ସ୍ନାନ କରିଥିଲେ । ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ଶ୍ରଦ୍ଧା ଏବଂ ଭକ୍ତି ଚରମ ସୀମାରେ ପହଞ୍ଚିଛି । ଦେଶ ବିଦେଶରୁ କୋଟି କୋଟି ଶ୍ରଦ୍ଧାଳୁ ସଙ୍ଗମ ନଗରୀରେ ପହଞ୍ଚୁଛନ୍ତି । ଏଥିପାଇଁ ପ୍ରଶାସନ ପକ୍ଷରୁ ଉତ୍କୃଷ୍ଟ ବ୍ୟବସ୍ଥା ମଧ୍ୟ ହୋଇଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷାରେ ପାଖାପାଖି ୩୫ ହଜାର ପୋଲିସ କର୍ମଚାରୀ ନିୟୋଜିତ ଅଛନ୍ତି।


ଏଥିସହ ସିସିଟିଭି ଏବଂ ଡ୍ରୋନ କ୍ୟାମେରା ସର୍ଭେଲାନ୍ସ ରହିଛି । ଭିଡକୁ ବ୍ୟବସ୍ଥିତ କରାଯାଇଛି। ସଙ୍ଗମ ସ୍ଥଳ ଏବଂ ମେଳା ଅଂଚଳର ପ୍ରମୁଖ ସ୍ଥାନ ଗୁଡିକରେ ମେଡିକାଲ୍ କ୍ୟାମ୍ପ ମଧ୍ୟ ରହିଛି । ମହାକୁମ୍ଭ କେବଳେ ଏକ ଧାର୍ମିକ ଆୟୋଜନ ନୁହେଁ ଏହା ଏକ ସାଂସ୍କୃତିକ ଗତିବିଧିର ପ୍ରମୁଖ କେନ୍ଦ୍ର ପାଲିଟିଛି। ଏଠାରେ ସାରା ବିଶ୍ବରୁ ସାଧୁସନ୍ଥଙ୍କ ଉପସ୍ଥିତି, ଭଜନ କୀର୍ତ୍ତନ, ଯୋଗ ଶିବିର ଇତ୍ୟାଦି ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆଧ୍ୟାତ୍ମିକ ଉର୍ଜାରେ ଭରି ଦେଉଛି । ଜାନୁଆରି ୨୯ ତାରିଖରେ ତ୍ରିବେଣୀ ଅମାବାସ୍ୟରେ ପାଖାପାଖି ୧୦ କୋଟି ଭକ୍ତଙ୍କ ଆଗମନ ହେବ ବୋଲି ଆଶା କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଦେଶ ଖବର:

Sponsored
1.74 crore devotees bathed in Triveni Sangam | Argus News