Videos
|
National

କାଞ୍ଚନଜଙ୍ଗା ଏକ୍ସପ୍ରେସ ଦୁର୍ଘଟଣା ଯୋଗୁ ୧୯ ଟ୍ରେନ୍‌ ବାତିଲ୍‌

Ritu Das
Browse all articles by Ritu Das
·2 years ago
କାଞ୍ଚନଜଙ୍ଗା ଏକ୍ସପ୍ରେସ ଦୁର୍ଘଟଣା ଯୋଗୁ ୧୯ ଟ୍ରେନ୍‌ ବାତିଲ୍‌

ଅର୍ଗସ ବ୍ୟୁରୋ: କାଞ୍ଚନଜଙ୍ଗା ଏକ୍ସପ୍ରେସ ଦୁର୍ଘଟଣା ପରେ ୧୯ ଟ୍ରେନକୁ ବାତିଲ କରାଯାଇଛି। ଦୁଇଟି ଟ୍ରେନର ୪ବଗି ଏବଂ ୫ ଓ୍ବାଗନ ଲାଇନଚ୍ୟୁତ ହୋଇ ଅନ୍ୟ ଟ୍ରାକ ଉପରେ ପଡ଼ିରହିଛି। ତେଣୁ ଏହି ରୁଟ ଦେଇ ଯିବାକୁ ଥିବା ଟ୍ରେନ ଗୁଡ଼ିକୁ ବାତିଲ କରାଯାଇଛି। ନିୟୁଜଲପାଇଗୁଡ଼ି ଉଦୟପୁର ସିଟି ସାପ୍ତାହିକ ଏକ୍ସପ୍ରେସ ବାତିଲ ହୋଇଛି। ହାଓ୍ବଡ଼ା-ନିୟୁଜଲପାଇଗୁଡ଼ି ବନ୍ଦେ ଭାରତ ଏକ୍ସପ୍ରେସକୁ ବାତିଲ କରାଯାଇଥିବାବେଳେ ଗୌହାଟି-ହାଓ୍ବାଡା, କାମାକ୍ଷା-ଆନନ୍ଦବିହାର ଏକ୍ସପ୍ରେସକୁ ମଧ୍ୟ ବାତିଲ କରାଯାଇଛି।

ସୂଚନା ଥାଉକି, ଆଜି ସକାଳେ ପଶ୍ଚିମବଙ୍ଗର ଜଲପାଇଗୁଡ଼ିରେ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଏକ ମାଲବାହୀ ଟ୍ରେନ ପଛରୁ ଧକ୍କା ଦେବାରୁ କାଞ୍ଚନଜଙ୍ଗା ଏକ୍ସପ୍ରେସର କିଛି ବଗି ଲାଇନଚ୍ୟୁତ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୫ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ଇପାରେ ବୋଲି ଆଶଙ୍କା କରାଯାଉଛି।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
19 trains canceled | Argus News