Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସୂଚନା ଅଧିକାର ଆଇନ ପ୍ରଣୟନକୁ ୧୯ ବର୍ଷ ପୁର୍ତ୍ତି

National

ସୂଚନା ଅଧିକାର ଆଇନ ପ୍ରଣୟନକୁ ୧୯ ବର୍ଷ ପୁର୍ତ୍ତି

Smruti Parija
Browse all articles by Smruti Parija
·1 year ago·2 min read
ସୂଚନା ଅଧିକାର ଆଇନ ପ୍ରଣୟନକୁ ୧୯ ବର୍ଷ ପୁର୍ତ୍ତି

Key Points

  • ସୂଚନା ଅଧିକାର ଆଇନ ପ୍ରଣୟନକୁ ୧୯ ବର୍ଷ ପୁର୍ତ୍ତି
  • RTI ଖୋଲିଛି ଦେଶ ଓ ରାଜ୍ୟରେ ବହୁ ଦୁର୍ନୀତି
  • ବିଜେଡି ଶାସନର ବହୁ ଦୁର୍ନୀତିରୁ ପରଦା ହଟାଇଥିଲା ସୂଚନା ଅଧିକାର 
  • ନବୀନ ସରକାର ବେଳେ RTI କର୍ମୀ ହେଉଥିଲେ ଆକ୍ରୋଶର ଶିକାର

ଅର୍ଗସ ବ୍ୟୁରୋ: ୧୨ ଅକ୍ଟୋବର ୨୦୦୫ରେ ଦେଶରେ କାର୍ଯ୍ୟକାରୀ ହୋଇଥିଲା ଯୁଗାନ୍ତକାରୀ ସୂଚନା ଅଧିକାର ଆଇନ। ଏହା ଏପରି ଆଇନ ଯାହା ଦୁର୍ନୀତି ଖୋରଙ୍କ ପାଇଁ ପାଲଟିଛି ଆତଙ୍କ। ଆଉ ଦୁର୍ନୀତି ବିରୋଧୀ ଯୋଦ୍ଧାଙ୍କ ପାଇଁ ବନିଛି ଅମୋଘ ଅସ୍ତ୍ର। ଏହି ଆରଟିଆଇ ଆଇନ ବଳରେ ଆମ ରାଜ୍ୟରେ ବହୁ ବଡ଼ ଦୁର୍ନୀତି ଉପରୁ ଉଠିଛି ପରଦା। ଆସନ୍ତୁ ସେହିପରି କିଛି ଚର୍ଚ୍ଚିତ ଘୋଟାଲା ଉପରେ ନଜର ପକାଇବା। 

 2014ରେ ଭୁବନେଶ୍ବର ଗଙ୍ଗପାଟଣାରେ ୭୬ ଏକର ସରକାରୀ ଜମି ଜବରଦଖଲ ଘଟଣା ସାମ୍ନାକୁ ଆସିଥିଲା ସୂଚନା ଅଧିକାର ଆଇନ ବଳରେ। ଏହାକୁ ନେଇ ସେତେବେଳେ ହୋଇଥିଲା ବହୁ ତମ୍ବିତୋଫାନ। ଏଥିସହ ବିଡିଏ, ସିଡିଏରେ ଚାଲିଥିବା ଜମି ଦୁର୍ନୀତିର ହୋଇଥିଲା ପର୍ଦ୍ଦାଫାଶ। 
 
ବଲାଙ୍ଗିରରେ RI, ଅମିନ ପଦ ପାଇଁ ପରୀକ୍ଷାରେ ହୋଇଥିବା ଚଞ୍ଚକତା RTI ତଥ୍ୟ ବଳରେ ଆସିଥିଲା ସାମ୍ନାକୁ ।

ଭୁବନେଶ୍ବରରେ କର୍ପୋରେଟ୍ ହସପିଟାଲ ଓ ସପିଂ ମଲଗୁଡ଼ିକରେ ବେଆଇନ ପାର୍କିଂ ଫି ଆଦାୟ ସମ୍ପର୍କିତ ତଥ୍ୟ ବି RTI ଜରିଆରେ ପଦାକୁ ଆସିଥିଲା । 

କୋଭିଡ ମହାମାରି ବେଳେ ମାସ୍କ ଓ ପିପିଇ କିଟ୍ କିଣାରେ ହୋଇଥିବା ଦୁର୍ନୀତି ରାଜ୍ୟ ରାଜନୀତି ହଇଚଇ ଖେଳାଇଥିଲା। କିପରି ବଜାର ଦର ଠାରୁ ବହୁ ଗଣ ଅଧିକ ଦାମରେ ମାସ୍କ ଓ ପିପିଇ କିଟ୍ ବାହାର କମ୍ପାନୀଠାରୁ କିଣା ଯାଇଥିଲା ତାହା ଧରାଇଥିଲା RTI ତଥ୍ୟ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୁପର ସିଏମ ପାଓ୍ବାର ଉପଭୋଗ କରୁଥିବା ଭି.କେ.ପାଣ୍ଡିଆନଙ୍କ ସୁରକ୍ଷାରେ କିପରେ ୭୪ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା ସେ ତଥ୍ୟ ବି RTI ଜରିଆରେ ସାମ୍ନାକୁ ଆସିଥିଲା ।   

 ସେହିପରି ପାଣ୍ଡିଆନ ହେଲିକେପ୍ଟରରେ ବୁଲାବା ପାଇଁ ହେଲିପ୍ୟାଡ ଓ ବ୍ୟାରିକେଟ ତିଆରି ଲାଗି ଗୋଟିଏ କାମକୁ ଦୁଇ ତିନି ଜଣ ଠିକାଦାରଙ୍କୁ ଦେଇ କୋଟି କୋଟି ଟଙ୍କା ସରକାରୀ ଅର୍ଥ ବାଟମାରଣା କରାଯାଇଥିଲା ତାହା ବି ଧରାପକାଇଥିଲା ଆରଟିଆଇ ତଥ୍ୟ। 

ଅନେକ ମାମଲାରେ ସତ ସାମ୍ନାକୁ ଆଣିବା ଯୋଗୁଁ ସୂଚନା ଅଧିକାର କର୍ମୀଙ୍କ ଜୀବନ ବି ଯାଇଛି । ଆବାସ ଓ ମୋ କୁଡିଆ ଦୁର୍ନୀତି ପଦାକୁ ଆଣିବା ଯୋଗୁଁ କେନ୍ଦ୍ରାପଡା ସୂଚନା ଅଧୀକାର କର୍ମୀ ରଞ୍ଜନ ଦାସଙ୍କୁ ହତ୍ୟା କରାଯାଇଥିଲା। ସେହିପରି ଆଦିବାସୀ ହଷ୍ଟେଲ ନିର୍ମାଣ ଦୁର୍ନୀତି ଓ ଜଗନ୍ନାଥ ମନ୍ଦିର ପରିଚାଳନାରେ ଦୁର୍ନ୍ନୀତି ସାମ୍ନାକୁ ଆଣିବା ପରେ କନ୍ଧମାଳର ଅଭିମନ୍ୟୁ ପଣ୍ଡାଙ୍କର ମଧ୍ୟ ଜୀବନ ଯାଇଥିଲା । ବାଲି ଚୋରୀ ସହ ବେଆଇନ ଖଣି ଖନନ ତଥ୍ୟ ପଦାକୁ ଆସିବା ପରେ ଯାଜପୁରର ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେଉରାଙ୍କ ଉପରେ ମରଣନ୍ତକ ଆକ୍ରମଣ ହୋଇଥିଲା। ଏହାଛଡ଼ା ଆକ୍ରୋଶମୂଳକ ଭାବେ ବହୁ ସୂଚନା ଅଧିକାର କର୍ମୀଙ୍କୁ ମିଛ ମାମଲାରେ ଫସାଇବାକୁ ଚେଷ୍ଟା କରାଯାଇଛି ବିଜେଡି ସରକାର ଅମଳରେ। 
 
ବିଜେଡି ଶାସନରେ ରାଜଧାନୀରେ ଆରମ୍ଭ କରାଯାଇଥିବା ମୋ ସାଇକଲ ଏବଂ ଲକ୍ଷ୍ମୀ ବସ୍ ଯୋଜନା ସମ୍ପର୍କୀତ ଅନେକ ତଥ୍ୟ ସୂଚନା ଅଧୀକାର ଆଇନରେ ଦିଆଯାଇ ନଥିଲା। ଅଭିଯୋଗ ଦୁର୍ନୀତିକୁ ଲୁଚାଇବା ପାଇଁ  ଜାଣିଶୁଣି ତଥ୍ୟ ଦିଆଯାଇନି। 

ନବୀନ ସରକାର ବେଳେ ଲାଗୁ ହୋଇଥିବା ସୂଚନା ଅଧିକାର ନିୟମାବଳୀ ଅନେକାଂଶରେ ସୂଚନା ଅଧିକାର ଆଇନର ବିରୁଦ୍ଧାଚରଣ କରୁଛି । ତଥାପି ଏହି ଆଇନ ତୃଣମୂଳ ସ୍ତରରେ ନାଗରିକଙ୍କୁ ସଶକ୍ତ କରିବା ସହ ସରକାର ତଥା ପ୍ରଶାସନର ଦୋଷ ଦୁର୍ବଳତା ପଦାକୁ ଆଣିଛି ।

Sponsored
19 years since enactment of Right to Information Act | Argus News