ଦୁଇଟି ମାଲବାହୀ ଟ୍ରେନ ଲାଇନଚ୍ୟୁତ: ଦୁଇଟି ଟ୍ରେନର ୨୨ ୱାଗନ କ୍ଷତିଗ୍ରସ୍ତ

Key Points
ଝାଡଖଣ୍ଡରେ ଦୁଇଟି ମାଲବାହୀ ଟ୍ରେନ ଲାଇନଚ୍ୟୁତ
ସରାଇକେଲା ଖରସୁଆଁ ଜିଲ୍ଲାର ଚାନ୍ଦିଲ ଅଞ୍ଚଳରେ ଘଟିଛି ଦୁର୍ଘଟଣା
ଗୋଟିଏ ଟ୍ରେନର ୧୫, ଦ୍ବିତୀୟ ଟ୍ରେନର ୭ ୱାଗନ କ୍ଷତିଗ୍ରସ୍ତ
ରାତି ୧୨ଟା ସୁଦ୍ଧା ଲାଇନରେ ଟ୍ରେନ ଚଳାଚଳ ସ୍ବଭାବିକ କରିବାକୁ ପ୍ରୟାସ
ଝାଡଖଣ୍ଡରେ ଦୁଇଟି ମାଲବାହୀ ଟ୍ରେନ ଲାଇନଚ୍ୟୁତ। ସରାଇକେଲା ଖରସୁଆଁ ଜିଲ୍ଲାର ଚାନ୍ଦିଲ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଆଦ୍ରା ରେଲୱେ ଡିଭିଜନର ରେଳ ଅଧିକାରୀ କହିଛନ୍ତି, ରାତି ୨ଟାରେ ଚକ୍ରଧରପୁର ପଟୁ ଆସୁଥିବା ଏକ ମାଵବାହୀ ଟେନ୍ ଲାଇନଚ୍ୟୁତ ହୋଇଥିଲା। ଏହି ଦୁର୍ଘଟଣାରେ ପ୍ରାୟ ୧୫ଟି ୱାଗନ କ୍ଷଚିଗ୍ରସ୍ତ ହୋଇଛି। ଏହାପରେ ବୀପରିତ ଦିଗରୁ ଆସୁଥିବା ଅନ୍ୟ ଏକ ମାଲବାହୀ ଟ୍ରେନ ମଧ୍ୟ ଏହିଠାରେ ଲାଇନଚ୍ୟୁତ୍ ହୋଇଛି। ଏହାର ୭ଟି ୱାଗନ କ୍ଷତିଗ୍ରସ୍ତ ହୋଇଛି। ତେବେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରାତି ୧୨ଟା ସୁଦ୍ଧା ଏହି ଲାଇନରେ ଟ୍ରେନ ଚଳାଚଳକୁ ସ୍ବଭାବିକ କରିବାକୁ ପ୍ରାୟସ କରାଯାଉଛି।
ଲାଇନଚ୍ୟୁତ ହେଲା ଟ୍ରେନ୍। ଗୋଟେ ପରେ ଗୋଟେ ପଛକୁ ପଛ ୨୦ଟି ବଗି ହେଲା ଲାଇନଚ୍ୟୁତ। ଟ୍ରେନ୍ ଚଳାଚଳ ପ୍ରଭାବତି। ଶନିବାର ଦିନ ଭୋରୁ ଭୋରୁ ଝାଡ଼ଖଣ୍ଡର ସେରାଇକେଲା-ଖରସାୱାନ ଜିଲ୍ଲାର ଚାଣ୍ଡିଲ ନିକଟରେ ଏକ ମାଲବାହୀ ଟ୍ରେନର ୨୦ରୁ ଅଧିକ କୋଚ୍ ଲାଇନଚ୍ୟୁତ ହୋଇଥିବା ସୂଟନା ମିଳିଛି। ଏହା ଯୋଗୁଁ ଦକ୍ଷିଣ ପୂର୍ବ ରେଳବାଇର ଚାଣ୍ଡିଲ-ଟାଟାନଗର ସେକ୍ସନ ମଧ୍ୟରେ ଟ୍ରେନ ସେବା ପ୍ରଭାବିତ ହୋଇଛି।