Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବାପ୍ପାଙ୍କୁ ବିଦାୟ , କେବଳ ମୁମ୍ବାଇରେ ୨ ଲକ୍ଷ ଗଣେଶ ମୂର୍ତ୍ତିର ବିସର୍ଜନ

Swoyang prajna Mishra
Browse all articles by Swoyang prajna Mishra
·10 months ago·1 min read
ବାପ୍ପାଙ୍କୁ ବିଦାୟ , କେବଳ ମୁମ୍ବାଇରେ ୨ ଲକ୍ଷ ଗଣେଶ ମୂର୍ତ୍ତିର ବିସର୍ଜନ

Key Points

ମହାରାଷ୍ଟ୍ରରେ ପ୍ରସିଦ୍ଧ ଗଣେଶ ବିସର୍ଜନ ଉତ୍ସବ
ଅନନ୍ତ ଚତୁର୍ଦ୍ଦଶୀରେ ଚାଲିଛି ପ୍ରତିମା ବିସର୍ଜନ
କେବଳ ମୁମ୍ବାଇରେ ୨ ଲକ୍ଷ ଗଣେଶ ମୂର୍ତ୍ତିର ବିସର୍ଜନ
ବିସର୍ଜନ ପାଇଁ ପ୍ରଶାସନ ପକ୍ଷରୁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା

ବାପ୍ପାଙ୍କୁ ବିଦାୟ । ମହାରାଷ୍ଟ୍ରରେ ଜାରି ରହିଛି ପ୍ରସିଦ୍ଧ ଗଣେଶ ବିସର୍ଜନ ଉତ୍ସବ । ଅନନ୍ତ ଚତୁର୍ଦ୍ଦଶୀରେ ଶ୍ରୀଗଣେଶଙ୍କ ପ୍ରତିମା ବିସର୍ଜନ କରାଯାଉଛି । କେବଳ ମୁମ୍ବାଇରେ ପ୍ରାୟ ୨ ଲକ୍ଷ ଗଣେଶ ମୂର୍ତ୍ତି ବିସର୍ଜନ କରାଯିବ । ଏଥିରେ ସାଢ଼େ ୬ ହଜାର ଗଣେଶ ପେଣ୍ଡାଲ ସମେତ ଲକ୍ଷେ ୭୫ ହଜାର ଘରେ ପୂଜା ପାଇଥିବା ଗଣେଶ ମୂର୍ତ୍ତି ରହିଛି ।


ବିସର୍ଜନ ପାଇଁ ପ୍ରଶାସନ ପକ୍ଷରୁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା । ସମୁଦ୍ର ତଟ ସମେତ ୨୦୫ଟି କୃତ୍ରିମ ପୋଖରୀ ପ୍ରସ୍ତୁତ ହୋଇଛି । ସହରରେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ୨୧ ହଜାର ପୁଲିସ କର୍ମଚାରୀଙ୍କୁ ମୁତୟନ ହୋଇଛନ୍ତି । ପ୍ରଥମଥର ଶାନ୍ତି ଶୃଙ୍ଖଳାର ସହ ବିସର୍ଜନ ପାଇଁ ସ୍ଥାପନ କରାଯାଇଛି ୧୯୨ଟି ନିୟନ୍ତ୍ରଣ କକ୍ଷ ଓ ୬୬ଟି ପର୍ଯ୍ୟବେକ୍ଷଣ ଟାୱାର ନିର୍ମାଣ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2 lakh Ganesh idols dissolved in Mumbai | Argus News