Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କାଲଝାରିଆରେ ଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରେନ , ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦି 

National

କାଲଝାରିଆରେ ଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରେନ , ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦି 

Manini Pattanayak
Browse all articles by Manini Pattanayak
·2 years ago·1 min read
କାଲଝାରିଆରେ ଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରେନ , ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦି 

ନୂଆଦିଲ୍ଲୀ:  ଝାଡଖଣ୍ଡର ଜମତାରାରେ ରେଳ ଦୁର୍ଘଟଣା । କାଲଝାରିଆରେ ଯାତ୍ରୀଙ୍କ ଉପରେ ମାଡ଼ିଗଲା ପାସେଞ୍ଜର ଟ୍ରେନ । ଦୁର୍ଘଟଣାରେ 2 ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ 10ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସ ପୋଷ୍ଟରେ ମୃତକଙ୍କ ପାଇଁ ଶୋକବ୍ୟକ୍ତ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ବୁଧବାର ସଂଧ୍ୟାରେ ପ୍ୟାସେଞ୍ଜର ଟ୍ରେନ କାଲାଝରିଆ ଷ୍ଟେସନ ଅତିକ୍ରମ କରୁଥିଲା।

ଏହି ସମୟରେ ଲୋକୋ ପାଇଲଟ ରେଳ ଧାରଣରୁ ଧୂଆଁ ବାହାରୁ ଥିବା ଦେଖିବାକୁ ପାଇଥିଲେ। ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କାରେ ଲୋକେ ଟ୍ରେନ ଅଟକାଇ ଦେଇଥିଲେ। କିନ୍ତୁ ଟ୍ରେନ ଅଟକିବାରୁ ଲୋକମାନେ ଏଥିରୁ ଓହ୍ଲାଇ ପଡ଼ିଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରେନ ପ୍ରଥମ ଟ୍ରେନରୁ ଓହ୍ଲାଇଥିବା ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ରେଳବାଇ ପକ୍ଷରୁ ମୃତ୍ୟୁସଂଖ୍ୟାକୁ ନିଶ୍ଚିତ କରାଯାଇ ନାହିଁ। ଘଟଣାସ୍ଥଳରେ ମେଡିକାଲ ଟିମ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି ।

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
2 Run Over By Train In Jharkhand's Jamtara; PM, President Condole | Argus News