Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜମ୍ମୁ-କଶ୍ମୀରର କୁଲଗାମରେ ଗୁଳିବିନିମୟ: ୨ ଯବାନ ସହିଦ, ଜଣେ ଆତଙ୍କୀ ନିହତ

Banajyotshna Ray
Browse all articles by Banajyotshna Ray
·11 months ago
ଜମ୍ମୁ-କଶ୍ମୀରର କୁଲଗାମରେ ଗୁଳିବିନିମୟ: ୨ ଯବାନ ସହିଦ, ଜଣେ ଆତଙ୍କୀ ନିହତ

Key Points

ଜାମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ
ଆଉ ୧୦ ଜଣ ଗୁରୁତର ଆହତ ହୋଇଥିବା ସୂଚନା
କୁଲଗାମ ଅଖାଲରେ ନବମ ଦିନରେ ଚାଲିଛି ଏନ୍‌କାଉଣ୍ଟର
୩ ଆତଙ୍କୀ ଏବେବି ଜଙ୍ଗଲରେ ଲୁଚି ରହିଥିବା ସୂଚନା


ଜାମ୍ମୁ ଓ କାଶ୍ମୀରର କୁଲଗାମରେ ଲସ୍କର ଆତଙ୍କବାଦୀଙ୍କ ବିରୋଧରେ ଆରମ୍ଭ ହୋଇଥିବା ଅଭିଯାନ ୯ମ ଦିନରେ ପହଞ୍ଚିଛି । ଗତକାଲି ରାତିରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଭୟଙ୍କର ମୁକାବିଲା ହୋଇଥିଲା। ଏଥିରେ ୨ଜଣ ଯବାନ ସହିଦ ହୋଇଥିବା ସାମ୍ନାକୁ ଆସିଛି। ୯ଦିନ ଧରି ଚାଲିଥିବା ଏହି ଏନକାଉଣ୍ଟରରେ ଏପର୍ଯ୍ୟନ୍ତ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି। ଦୁଇ ଜଣ ଯବାନ ସହିଦ ହୋଇଛନ୍ତି ଏବଂ ୧୦ଜଣ ଯବାନ ଆହତ ହୋଇଛନ୍ତି। ଘଞ୍ଚ ଜଙ୍ଗଲ ଏବଂ ପ୍ରାକୃତିକ ଗୁମ୍ଫା ଭଳି ଆଡ୍ଡାର ସୁଯୋଗ ନେଇ ଅତି କମରେ ତିନି କିମ୍ବା ତା'ଠାରୁ ଅଧିକ ଆତଙ୍କବାଦୀ ଏବେ ବି ଲୁଚି ରହିଛନ୍ତି। 



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2-soldiers-killed-in-action-during-encounter-with-terrorists-in-jandks-kulgam | Argus News