ଆଉ ସାମାନ୍ୟ ବିଳମ୍ବ ହେଇଥିଲେ ଖସି ଯାଇଥାନ୍ତେ ୨ କୁଖ୍ୟାତ ଆତଙ୍କବାଦୀ

Key Points
ଏମାନଙ୍କ ମୁଣ୍ଡ ଉପରେ ଥିଲା ୩ ଲକ୍ଷ ଲଖାଏଁ ଟଙ୍କା
୨୦୨୩ ପୁଣେ ଆଇଇଡି ମାମଲାର ଏମାନେ ଥିଲେ ମୁଖ୍ୟ
ପହଲଗାମ ଆତଙ୍କୀ ଆକ୍ରମଣ ପରେ ଆତଙ୍କବାଦ ଦମନ ନେଇ କଡା ପଦକ୍ଷେପ ନେଇ ଆସୁଛି ଭାରତ। ଅପରେସନ ସିନ୍ଦୂରରେ ଧ୍ବଂସ କରାଯାଇଛି ପାକିସ୍ତାନରେ ଥିବା ୯ ଟି ଆତଙ୍କୀ ଆଡ୍ଡା। ତେବେ ଏହାରି ଭିତରେ ଭାରତକୁ ମିଳିଛି ପୁଣି ଏକ ବଡ଼ ସଫଳତା। ମୁମ୍ବାଇ ଏୟାରପୋର୍ଟରୁ ୨ କୁଖ୍ୟାତ ଆତଙ୍କବାଦୀଙ୍କୁ ଗିରଫ କରିଛି ଏନଆଇଏ।
ଗିରଫ ଦୁଇ ଆତଙ୍କୀ ହେଉଛନ୍ତି ଆତଙ୍କବାଦୀ ଅବଦୁଲ୍ଲା ଫୈଜ୍ ଶେଖ୍ ଓରଫ ଡାଏପରୱାଲା ଏବଂ ତଲହା ଖାନା। ୨୦୨୩ ପୁଣେ ଆଇଇଡି ମାମଲାର ଏମାନେ ମୁଖ୍ୟ ଅଭିଯୁକ୍ତ ବୋଲି ଜଣା ପଡ଼ିଛି। ଏହି ଦୁଇ ଆତଙ୍କବାଦୀ ଇଣ୍ଡୋନେସିଆର ଜାକର୍ତ୍ତାରେ ଲୁଚି ରହିଥିଲେ। ମୁମ୍ବାଇ ଆସିଥିବା ବେଳେ ମୁମ୍ବାଇ ବିମାନବନ୍ଦରରେ ସେ ଥିବା ନେଇ ଏନଆଇଏକୁ ଗୁପ୍ତ ସୂଚନା ମିଳିଥିଲା। ଏନଆଇଏ ସ୍ୱତନ୍ତ୍ର କୋର୍ଟ ଉଭୟଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ। ଏମାନଙ୍କୁ ଧରାଇଦେଲେ ୩ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଦିଆଯିବ ବୋଲି ଘୋଷଣା କରାଯାଇଥିଲା।
📱 Get Argus News App
✨ସୂଚନାଯୋଗ୍ୟ- ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତୀୟ ସେନା ଲଗାତାର ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ଗତ ଦୁଇଦିନ ମଧ୍ୟରେ ୬ ଜଣ ଆତଙ୍କୀଙ୍କୁ ନିପାତ କରିଛି ସେନା । ଏନେଇ ୧୯ ମେ ରେ ସେନା ଏବଂ ଜମ୍ମୁ କଶ୍ମୀର ପୁଲିସ ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା। କେରାନ ଏବଂ ତ୍ରାଲ ଅଞ୍ଚଳରେ ଦୁଇଟି ଅପରେସନରେ ୬ ଆତଙ୍କୀଙ୍କୁ ନିପାତ କରିଛି ସେନା । ପୂରା ଆତଙ୍କବାଦୀଙ୍କୁ ସଫା କରିବାକୁ ସେନା ପ୍ରତିଶୃତିବଦ୍ଧ ବୋଲି କହିଥିଲେ କାଶ୍ମୀର ଆଇଜି।