Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିଭତ୍ସ ,ଅମାନବୀୟ.... ରାଜରାସ୍ତାରେ ଖାଲିପାଦରେ ଦୌଡୁଥିଲେ ମୁକବଧିର ଯୁବତୀ

Swoyang prajna Mishra
Browse all articles by Swoyang prajna Mishra
·11 months ago·2 min read
ବିଭତ୍ସ ,ଅମାନବୀୟ.... ରାଜରାସ୍ତାରେ ଖାଲିପାଦରେ ଦୌଡୁଥିଲେ ମୁକବଧିର ଯୁବତୀ

Key Points

ଜୀବନ ବଞ୍ଚାଇବାକୁ ଧାଉଁଥିଲେ ୨୧ ବର୍ଷର ଯୁବତୀ

ପଛରେ ଗୋଡାଉଥିଲେ ନରରାକ୍ଷାସ


ଖାଲି ପାଦରେ ଦୌଡୁଥିଲେ ୨୧ ବର୍ଷର ଯୁବତୀ। ପଛରେ ଗୋଡାଉଥିଲେ ନରରାକ୍ଷାସ । ନା ସେ କାହାକୁ ଚିତ୍କାର କରି ଡାକିପାରୁଥିଲେ । ନା କାହାର କଥା ଶୁଣିପାରୁଥିଲେ । କେବଳ ନିଜର ଜୀବନ ବଞ୍ଚାଇବାକୁ ଧାଉଁଥିଲେ କେଉଁ ସୁରକ୍ଷିତ ସ୍ଥାନକୁ । ହେଲେ ତଥାପି ନିଷ୍ଠୁର ଯୌନ ରାକ୍ଷସ ଗୁଡା ନିଜ ଶରୀରର ଭୋକ ମେଣ୍ଟାଇବାକୁ ଧାଉଁଥିଲେ ଯୁବତୀଙ୍କ ପଛରେ ।

ଏମିତି କାହାଣୀ ଶୁଣିବା ମାତ୍ରେ ଆପଣଙ୍କର ବି ରକ୍ତ ଗରମ ହୋଇଉଠୁଥିବ । ହେଲେ ଏ କାହାଣୀ ନୁହେଁ, ବରଂ ଉତ୍ତରପ୍ରଦେଶର ବଳରାମପୁରରେ ଘଟିଥିବା ସମ୍ପୁର୍ଣ୍ଣ ସତ୍ୟ ଘଟଣା । ବଳରାମପୁରରେ ସେହି ଯୁବତୀ ଜଣକ ନିଜ ଘରେ ରୁହନ୍ତି । ନା ସେ ଶୁଣିବାକୁ ସକ୍ଷମ ନା କଥା କହିବାକୁ । ସେଦିନ ନିଜ ଘରୁ ନିଜ ମାମୁଁଘର ଯିବାକୁ ବାହାରିଥିଲେ । ତାଙ୍କ ମାମୁଁଘର ତାଙ୍କ ଘର ପାଖରୁ ୧ କିଲୋମିଟର ଦୂର । ତେବେ ମାମୁଘରୁ ଫେରୁ ଫେରୁ ରାତି ୮ ହୋଇଯାଇଥିଲା । ଏକୁଟିଆ ରାସ୍ତାରେ ଚାଲିକି ଆଶୁଥିବାର ଦେଖି ଦୁଇଜଣ ବ୍ୟକ୍ତି ତାଙ୍କୁ ବାଇକରେ ଛାଡିଦେବେ ବୋଲି କହିଥିଲେ । ହେଲେ ଯେହେତୁ ଯୁବତୀ ଜଣକ ଶୁଣିବାକୁ ଅକ୍ଷମ ଥିଲେ, ସେ ତାଙ୍କର କୌଣସି ପ୍ରତିଉତ୍ତର ନଦେଇ ନିଜ ରାସ୍ତାରେ ଯାଉଥିଲେ । ଏତିକି ଭିତରେ ସେହି ଯୁବକଙ୍କୁ ବୁଝିବାକୁ ବାକିନଥିଲା ଯେ, ଯୁବତୀ ଜଣକ ଶୁଣିବା ଏବଂ କଥା କହିବାରେ ଅକ୍ଷମ । ସେଥିପାଇଁ ସେମାନେ ଏହାର ଫାଇଦା ଉଠାଇ ଯୁବତୀଙ୍କ ସହ କରିଥିଲେ ଜବରଦସ୍ତି । ଆଉ ଯୁବତୀ ଜଣକ ପ୍ରାଣ ବିକଳରେ ନିଜକୁ ବଞ୍ଚାଇବାକୁ ଖାଲି ପାଦରେ ଦୌଡୁଥିଲେ । ଯାହାର ଭିଡିଓ ସିସିଟିଭିରେ କଏଦ୍ ହୋଇଛି । ଆଉ ପଛରେ ମଧ୍ୟ ଗୋଡାଉଥିଲେ ୨ ଯୁବକ । ଶେଷରେ କ୍ଷେତରେ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରି ତାଙ୍କୁ ସେଠାରେ ଛାଡି ଦେଇ ଚାଲି ଯାଇଥିଲେ । କାନ୍ଦିବାକୁ ଚିତ୍କାର କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ବିଫଳ ହୋଇଥିଲେ ସେ । କାରଣ ସେ ଥିଲେ ଅକ୍ଷମ ।

ସେପଟେ ରାତି ୯ଟାରେ ଝିଅକୁ ନପାଇ ପୋଲିସକୁ ଜଣାଇଥିଲେ । ଖୋଜାଖୋଜି ପରେ ଥାନାରୁ ଅଳ୍ପଦୂରରେ ଏକ କ୍ଷେତରେ ବେହୋସ୍ ଅବସ୍ଥାରେ ପଡିଥିବା ମିଳିଥିଲେ ଯୁବତୀ । ଆଉ ବେହୋସ ମେଡିକାଲ ଟେଷ୍ଟରୁ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ସ୍ପଷ୍ଟ ହୋଇଥିଲା । ଦୁଷ୍କର୍ମ କରିଥିବା ବ୍ୟକ୍ତି ୨ ଜଣ ଅଙ୍କୁର ବର୍ମା ଏବଂ ହର୍ଷିତ ପାଣ୍ଡେ ହୋଇଥିବା ସିସିଟିଭି ଫୁଟେଜରୁ ଜଣା ପଡିଥିଲା । ତେବେ ଦୁର୍ବୃତ୍ତ ୨ ଜଣ ନେପାଳ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସେମାନଙ୍କୁ ଏନକାଉଣ୍ଟର କରିଥିଲା । ଉଭୟଙ୍କ ଗୋଡରେ ବାଜିଥିଲା ଗୁଳି । ପରେ ସେମାନଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନେ ଏପରି କରିଥିବା ସବୁ ସତ ମାନିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2 young man raped a disabled woman | Argus News