Loan Without Guarantee / ବିନା ଗ୍ୟାରେଣ୍ଟିରେ ମିଳିବ ୨୦ ଲକ୍ଷର ଲୋନ୍, ଜାଣନ୍ତୁ କାହାକୁ ମିଳିବ ଏହି ଲୋନ
·2 weeks ago·2 min read

Key Points
ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର
ବିନା ଗ୍ୟାରେଣ୍ଟିରେ ମିଳିବ ୨୦ ଲକ୍ଷର ଲୋନ୍
ମୁଦ୍ରା ଯୋଜନାରେ ମିଳିବ ଲୋନ୍
ବିନା ଗ୍ୟାରେଣ୍ଟିରେ ମିଳିବ ୨୦ ଲକ୍ଷର ଲୋନ୍
ମୁଦ୍ରା ଯୋଜନାରେ ମିଳିବ ଲୋନ୍
ନୁଆଦିଲ୍ଲୀ, ୨୭/୦୮: ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର। ଏଣିକି ବିନା ଗ୍ୟାରେଣ୍ଟିରେ ମିଳିବ ୨୦ ଲକ୍ଷର ଲୋନ। ଏଣିକି ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ଯୋଗ୍ୟ ଆବେଦନକାରୀମାନେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ। ବିଶେଷ କଥା ହେଉଛି, ଏହି ଋଣ ବନ୍ଧକମୁକ୍ତ ବା ଗ୍ୟାରେଣ୍ଟିମୁକ୍ତ ଋଣ ଭାବେ ପ୍ରଦାନ କରାଯାଏ। ନୂଆ ବ୍ୟବସାୟ ଆରମ୍ଭ କରିବା ସହ ପୂର୍ବରୁ ଚାଲୁଥିବା ବ୍ୟବସାୟକୁ ବିସ୍ତାର କରିବା ପାଇଁ ମଧ୍ୟ ଏହି ଯୋଜନା ସହାୟକ ହୋଇପାରେ। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ପୂର୍ବରୁ ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣର ବ୍ୟବସ୍ଥା ଥିଲା। ପରବର୍ତ୍ତୀ ସମୟରେ ଯୋଗ୍ୟ ହିତାଧିକାରୀଙ୍କୁ ଅଧିକ ଆର୍ଥିକ ସହାୟତା ଯୋଗାଇବା ଲକ୍ଷ୍ୟରେ ଋଣ ସୀମା ବୃଦ୍ଧି କରାଯାଇଛି।
୪ଟି ବର୍ଗରେ ମିଳିବ ମୁଦ୍ରା ଋଣ
ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ବ୍ୟବସାୟର ଆବଶ୍ୟକତା ଓ ପରିମାଣ ଅନୁସାରେ ଋଣକୁ ଚାରିଟି ବର୍ଗରେ ବିଭକ୍ତ କରାଯାଇଛି।
ଶିଶୁ ବର୍ଗ: ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ।
କିଶୋର ବର୍ଗ: ୫୦ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ।
ତରୁଣ ବର୍ଗ: ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ।
ତରୁଣ ପ୍ଲସ୍ ବର୍ଗ: ଯୋଗ୍ୟତା ଅନୁସାରେ ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ।
ଏହି ବର୍ଗଗୁଡ଼ିକ ମାଧ୍ୟମରେ ଛୋଟ ବ୍ୟବସାୟୀ, ଉଦ୍ୟୋଗୀ ଏବଂ ନୂଆ ଷ୍ଟାର୍ଟଅପ୍ ଆରମ୍ଭ କରିବାକୁ ଚାହୁଁଥିବା ଯୁବପିଢ଼ିଙ୍କୁ ଆର୍ଥିକ ସହାୟତା ମିଳିପାରିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଶିକ୍ଷାଗତ ଯୋଗ୍ୟତା ନାହିଁ
ଏହି ଯୋଜନାରେ ଋଣ ପାଇବା ପାଇଁ ସମସ୍ତ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଉଚ୍ଚ ଶିକ୍ଷାଗତ ଯୋଗ୍ୟତାର ସର୍ତ୍ତ ନାହିଁ। ତେବେ ଋଣ ମଞ୍ଜୁରୀ ପାଇଁ ସମ୍ପୃକ୍ତ ବ୍ୟାଙ୍କ କିମ୍ବା ଋଣଦାତା ସଂସ୍ଥା ନିଜସ୍ୱ ନିୟମ ଅନୁସାରେ ଆବେଦନକାରୀଙ୍କ ଯୋଗ୍ୟତା ଯାଞ୍ଚ କରିଥାଏ। ଭାରତୀୟ ନାଗରିକମାନେ ନିୟମ ଓ ଯୋଗ୍ୟତା ପୂରଣ କରି ଏହି ଯୋଜନାର ଲାଭ ପାଇପାରିବେ।
ପଢନ୍ତୁ ଏହି ଖବର: 'ଭାରତ କୌଣସି ଧର୍ମଶାଳା ନୁହେଁ; ଯିଏ ନାହଁ ସିଏ ଏଠାକୁ ଚାଲି ଆସିବ'
ବିଜନେସ ପ୍ଲାନ ଜରୁରୀ
ମୁଦ୍ରା ଋଣ ପାଇବା ପାଇଁ କେବଳ ଆବେଦନ କଲେ ହେବ ନାହିଁ। ଆବେଦନକାରୀଙ୍କ ପାଖରେ ଏକ ସୁସ୍ପଷ୍ଟ ଓ ଦୃଢ଼ ବିଜନେସ ପ୍ଲାନ ଥିବା ଆବଶ୍ୟକ। ଆବେଦନ ପରେ ସମ୍ପୃକ୍ତ ବ୍ୟାଙ୍କ ଆବେଦନକାରୀଙ୍କ ଆୟ, ବ୍ୟବସାୟ, କ୍ରେଡିଟ୍ ହିଷ୍ଟ୍ରି, ଆବଶ୍ୟକ ଦସ୍ତାବିଜ ଏବଂ ଋଣ ପରିଶୋଧ କରିବାର କ୍ଷମତା ଯାଞ୍ଚ କରିଥାଏ।
ଋଣର ସୁଧ ହାର ମଧ୍ୟ ସମସ୍ତଙ୍କ ପାଇଁ ସମାନ ନୁହେଁ। ସମ୍ପୃକ୍ତ ବ୍ୟାଙ୍କ ଏବଂ ଆବେଦନକାରୀଙ୍କ ଆର୍ଥିକ ପ୍ରୋଫାଇଲ୍ ଅନୁସାରେ ସୁଧ ହାର ନିର୍ଣ୍ଣୟ ହୋଇଥାଏ।

କେଉଁଠାରେ କରିବେ ଆବେଦନ?
ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଋଣ ପାଇଁ ଆବେଦନ କରିବାକୁ ଆଧାର କାର୍ଡ, ପାନ୍ କାର୍ଡ, ବାସସ୍ଥାନ ପ୍ରମାଣପତ୍ର, ପାସପୋର୍ଟ ଆକାରର ଫଟୋ, KYC ଦସ୍ତାବିଜ, ବ୍ୟବସାୟ ଯୋଜନା ଓ ଆୟ ସମ୍ବନ୍ଧୀୟ ଦସ୍ତାବିଜ ଆବଶ୍ୟକ ହୋଇପାରେ।
ଆବେଦନକାରୀମାନେ ମୁଦ୍ରା ଯୋଜନା ସମ୍ବନ୍ଧୀୟ ସରକାରୀ ତଥ୍ୟ ଓ ନିୟମ ଯାଞ୍ଚ କରିବା ସହ ଅଧିକୃତ ବ୍ୟାଙ୍କ କିମ୍ବା ଆର୍ଥିକ ସଂସ୍ଥା ମାଧ୍ୟମରେ ଆବେଦନ କରିପାରିବେ। ତେବେ ଆବେଦନ ପୂର୍ବରୁ ସମସ୍ତ ଯୋଗ୍ୟତା, ନିୟମ ଏବଂ ଋଣ ସର୍ତ୍ତ ସମ୍ପର୍କରେ ସଠିକ୍ ତଥ୍ୟ ଯାଞ୍ଚ କରିବା ଜରୁରୀ।

Related Topics
Explore more stories