Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Gmailର ଆରମ୍ଭ କିଏ କରିଥିଲେ ?

Banajyotshna Ray
Browse all articles by Banajyotshna Ray
·1 year ago·2 min read
Gmailର ଆରମ୍ଭ କିଏ କରିଥିଲେ ?

Gmail... ଆପଣ ଜାଣନ୍ତି କି, ଏହା କେବେଠାରୁ ଆରମ୍ଭ ହୋଇଥିଲା। ଏପ୍ରିଲ ଫୁଲରୁ ହୋଇଥିଲା Gmail ର ଆରମ୍ଭ । ୨୧ ବର୍ଷ ପୁରୁଣା ହେଲାଣି ସର୍ବିସ୍‌। ୧ ଏପ୍ରିଲ ମାନେ ଏପ୍ରିଲ ଫୁଲ୍‌। ଏହି ଦିନ ସମସ୍ତେ ଅନେକ ପ୍ରକାରର ପ୍ରାଙ୍କ କରିଥାନ୍ତି। ଟିକେ ଭାବନ୍ତୁ ତ ଯଦି ଏହି ଦିନ କେହି ଜଣେ ବଡ ଗୋଟେ କଥା ପ୍ରଚାର କରିଦିଅନ୍ତି । ଅଧିକରୁ ଅଧିକ ଲୋକଙ୍କୁ ଏହା ଲାଗିବ ଯେ, ଏହା ଗୋଟେ ମଜାକ ଥିଲା। ଏମିତି ହିଁ କିଛି Googleର Gmail ସହ ହୋଇଥିଲା। ଏହାର ବିଟା ଭର୍ସନ ଏପ୍ରିଲ ୧ ୨୦୦୪ରେ ଲଞ୍ଚ ହୋଇଥିଲା। ଗୁଗୁଲର କୋ ଫାଉଣ୍ଡର ଲରି ପେଗେ ଏବଂ ସରଜେ ବ୍ରିନ ସବୁବେଳେ ଲୋକଙ୍କ ସହ ପ୍ରାଙ୍କ କରୁଥାନ୍ତି। ଦୁହିଁଙ୍କ ମଜାକଥା ଖୁବ ଚର୍ଚ୍ଚାରେ ଥାଏ।

ଥରେ ଏହି ଏମାନେ ଚନ୍ଦ୍ରପୃଷ୍ଠରେ ରିସର୍ଚ୍ଚ ସେଣ୍ଟର ଖୋଲିବା ପାଇଁ ଏକ ପୋଷ୍ଟ କରିଥିଲେ। ଏମିତି ଅନେକ ପ୍ରାଙ୍କ ସବୁବେଳେ କରୁଥାନ୍ତି। ଏପ୍ରିଲ ୧, ୨୦୦୪ରେ ଗୁଗୁଲ ଜିମେଲରେ ଲିମିଟେଡ୍‌ ବିଟା ସର୍ଭନ ଲଞ୍ଚ କଲା। ଯାହାକି 1GB ଷ୍ଟୋରେଜ ସହ ଆସୁଥିଲା। କିନ୍ତୁ ବର୍ତ୍ତମାନ ସମୟରେ 1 GB କମ୍‌ ଲାଗୁଥିବ। କିନ୍ତୁ ସେତେବେଳେ 1GB ଷ୍ଟୋରେଜ ଖୁବ ଅଧିକ ଥିଲା। ଏହା ଏହି ସମୟର କଥା ଯେତେବେଳେ Yahoo ଏବଂ Microsoft କେବଳ ୩୦ରୁ ୬୦ ମେଲ୍‌ ର ସ୍ପେସ ହିଁ ଅଫର କରୁଥିଲେ। ସେହି ସମୟରେ ଜିମେଲରେ ୧୩୫୦୦ର ସ୍ପେସ୍‌ ମିଳୁଥିଲା।

ଏହା ବ୍ୟତୀତ ଜିମେଲ ଉପରେ ୟୁଜର୍ସଙ୍କୁ ଜବରଦସ୍ତ ସର୍ଚ୍ଚ କାପାବୁଲିଟି ମିଳୁଥିଲା। ୨୦୦୭ରେ ଏହି ପ୍ଲାଟଫର୍ମକୁ ପବ୍ଲିକ ପାଇଁ ରିଲିଜ କରାଗଲା। ଯାହା ଖୁବ ଶୀଘ୍ର ଭାଇରାଲ ହେଲା। ଆଜିବି ଦୁନିଆରେ ଏହାକୁ ୧.୮ଅରବରୁ ଅଧିକ ୟୁଜର୍ସ ବ୍ୟବହାର କରୁଛନ୍ତି । ଜିମେଲ ଆଜିର ସମୟରେ ଡିଜିଟାଲ କମ୍ୟୁନିକେସନର ଏକ ମହତ୍ୱପୂର୍ଣ୍ଣ ମାଧ୍ୟମ ହୋଇପାରିଛି। ଏହା ଉପରେ ଆପଣଙ୍କୁ Drive Meet ଏବଂ କ୍ୟାଲେଣ୍ଡର ପରି ଅନେକ ସର୍ବିଶେଷ ମିଲୁଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
20-years-ago-people-thought-googles-gmail-launch-was-an-april-fools-day-joke | Argus News