Videos
|
National

୧୦୮ ଥର ସୂର୍ଯ୍ୟ ନମସ୍କାର କରି ବିଶ୍ବ ରେକର୍ଡ କଲେ ୨୦ ହଜାର ଛାତ୍ରଛାତ୍ରୀ

Ritu Das
Browse all articles by Ritu Das
·1 year ago·1 min read
୧୦୮ ଥର ସୂର୍ଯ୍ୟ ନମସ୍କାର କରି ବିଶ୍ବ ରେକର୍ଡ କଲେ ୨୦ ହଜାର ଛାତ୍ରଛାତ୍ରୀ

ବିଶ୍ବ ରେକର୍ଡ କଲେ ୨୦ ହଜାର ଛାତ୍ରଛାତ୍ରୀ । ଏକା ସାଙ୍ଗରେ ସୂର୍ଯ୍ୟ ନମସ୍କାର କରି ରେକର୍ଡ କଲେ ଛାତ୍ରଛାତ୍ରୀ । ୨ ଘଣ୍ଟାରେ ୧୦୮ ଥର ସୂର୍ଯ୍ୟ ନମସ୍କାର କରି ଗିନିଜ ୱାର୍ଲଡ ରେକର୍ଡ କରିଛନ୍ତି ଆନ୍ଧ୍ରପ୍ରଦେଶର ୨୦ ହଜାର ଆଦିବାସୀ ଛାତ୍ରଛାତ୍ରୀ । ତେବେ ଆଲୁରୀ ସୀତାରାମ ରାଜୁ ଜିଲ୍ଲାରେ ଥିବା ଆରକୁ ଭ୍ୟାଲି ଡିଗ୍ରୀ କଲେଜରେ ‘ଯୋଗ-ମହାସୂର୍ଯ୍ୟ ବନ୍ଦନା’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସେଥିରେ ୨୦ ହଜାର ଆଦିବାସୀ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।


ଯେଉଁଥିଲେ ୧୩ ହଜାର ଛାତ୍ରୀ ସାମିଲ ଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଲଣ୍ଡନ ବିଶ୍ୱ ରେକର୍ଡ ୟୁନିଅନର ପରିଚାଳିକା ଆଲିସ୍ ରେନାଡ୍ ଯୋଗଦେଇ ପ୍ରମାଣପତ୍ର ପ୍ରଦାନ କରିଥିଲେ। ତେବେ ଏତେ ବଡ ରେକର୍ଡ ଦେଖି ରେନାଡ୍ କହିଛନ୍ତି, ୨୦ ହଜାର ଛାତ୍ରଛାତ୍ରୀ ସୂର୍ଯ୍ୟ ନମସ୍କାର କରିବା ସମୟରେ ମୁଁ ଉପସ୍ଥିତ ଥିଲି, ଏହା ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କଲା । ସେମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ତେବେ ଏହି ନିଆରା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ପିଲାମାନେ ପାଞ୍ଚଟି ମଣ୍ଡଳର । ଯେଉଁମାନେ ଗତ ପାଞ୍ଚ ମାସ ଧରି ପ୍ରସ୍ତୁତି କରୁଥିଲେ ଏବଂ ସେମାନେ ପ୍ରତିଦିନ ଭୋର ୪ଟାରେ ଉଠି ଯୋଗ ଅଭ୍ୟାସ କରୁଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: