2013ର ପ୍ରାକୃତିକ ବିପର୍ଯ୍ୟୟ ପରେ ବି କେଦାରନାଥ ମନ୍ଦିର କେମିତି ସୁରକ୍ଷିତ
Key Points
କେଦାରନାଥ ମନ୍ଦିର । ଯେଉଁଠିକୁ ପ୍ରତିବର୍ଷ ଲୋକଙ୍କ ସୁଅ ଛୁଟେ ।
ଅର୍ଗସ ବ୍ୟୁରୋ: କେଦାରନାଥ ମନ୍ଦିର । ଯେଉଁଠିକୁ ପ୍ରତିବର୍ଷ ଲୋକଙ୍କ ସୁଅ ଛୁଟେ । ବାବାଙ୍କ ଆଶୀର୍ବାଦ ପାଇଁ ନିଜ ଜୀବନକୁ ବାଜିରେ ଲଗାଇ ଲୋକେ ଦର୍ଶନ ପାଇଁ ଯାଆନ୍ତି । ହେଲେ ସୁଉଚ୍ଚ ପାହାଡ ମଝିରେ ତିଆରି ଏହି କେଦାରନାଥ ମନ୍ଦିର କିଏ ତିଆରି କରିଛନ୍ତି ? ଏହା ପଛର ରହସ୍ୟ କଣ ? ଯେଉଁଠି ପ୍ରତିବର୍ଷ 6 ମାସ ମନ୍ଦିର ଖୋଲା ରୁହେ ଓ 6 ମାସ ବନ୍ଦ ରୁହେ...ଏମିତି ପରିସ୍ଥିତିରେ ମନ୍ଦିର ନିର୍ମାଣ ସମମ୍ଭ ହେଲା କେମିତି ? ଦେଖନ୍ତୁ ଏହି ଭିଡିଓରେ ।
ଭାରତର ଉତ୍ତରାଖଣ୍ଡରେ ଥିବା କେଦାରନାଥ ଧାମ..ଆସ୍ଥା, ରହସ୍ୟ ଓ ଚମତ୍କାରର ଅଦ୍ଭୂତ ସଙ୍ଗମ । 12 ଜୌତିର୍ଲିଙ୍ଗ ମଧ୍ୟରୁ ଇଏ ଏକ ପବିତ୍ର ସ୍ଥାନ । ଯାହା ବର୍ଷ ବର୍ଷ ଧରି ଲୋକଙ୍କୁ ଆକର୍ଷିତ କରିଥାଏ । କଣ ଆପଣ ଜାଣନ୍ତି ଏହି ମନ୍ଦିରର ପ୍ରତିଟି ପଥର ପଛରେ ମଧ୍ୟ ଗୋଟେ ଗୋଟେ କାହାଣୀ ରହିଛି । ଯାହା ଖାଲି ଆସ୍ଥା ନୁହେଁ ବିଜ୍ଞାନ ଓ ଚମତ୍କାର ସହ ଜଡିତ ।
📱 Get Argus News App
✨
ବୈଜ୍ଞାନିକମାନେ ମଧ୍ୟ ଏହି ଘଟଣାରେ ଆଚମ୍ୱିତ ହୋଇଛନ୍ତି । ବୈଜ୍ଞାନିକଙ୍କ କହିବା କଥା ଏହି ପଥରଟି ପାହାଡରୁ ଖସି ଆସିଥିବ । ହେଲେ ଠିକ୍ ମନ୍ଦିରର ପଛ ଭାଗରେ ହିଁ କେମିତି ରହିଗଲା । ଆଉ ପାଣିର ସ୍ରୋତକୁ ଦୁଇଟି ଭାଗରେ ବାଣ୍ଟି ଦେଲା । ଫଳରେ ମନ୍ଦିର ସୁରକ୍ଷିତ ରହିପାରିଲା । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଥାଏ ଯେ 2013 ର ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ପରେ ବି ଆଜି ବି କେମିତି କେଦାରନାଥ ମନ୍ଦିର କେମିତି ସୁରକ୍ଷିତ ରହିଛି । ଆଉ ଏହାର ଉତ୍ତର ହେଉଛି ପ୍ରଚାନୀ ଇଣ୍ଟର ଲକିଂ ଟେକନୋଲୋଜି ।