Maharashtra Woman / କୋଳରେ ୧୦ ଦିନର ଛୁଆ: ହାତରେ ପେନ୍, ପରୀକ୍ଷା ଦେଉଛନ୍ତି ୨୧ ବର୍ଷୀୟ ଶୀତଲ
·6 months ago·2 min read

Key Points
କୋଳରେ ପିଲା ଧରି ପରୀକ୍ଷା ଦେଲେ ମହିଳା
ମହାରାଷ୍ଟ୍ରରେ ଘଟିଛି ଏମିତି
ମହାରାଷ୍ଟ୍ରରେ ଘଟିଛି ଏମିତି
ସମାଜ ଏବଂ ସମସ୍ତ ମହିଳାମାନଙ୍କ ପାଇଁ ବଡ଼ ଉଦାହରଣ ସାଜିଲେ ଜଣେ ମହିଳା। ପରୀକ୍ଷା ହଲ୍ରେ ସେ ଜଣେ ସାଧାରଣ ପରୀକ୍ଷାର୍ଥୀ । କିନ୍ତୁ କୋଳରେ ଧରିଥିବା ୧୦ ଦିନର ପିଲାକୁ ଦେଖିଲେ ତାଙ୍କୁ ଯେ କେହି ବି କହିବ, ସେ ଜଣେ ଅସାଧାରଣ ନାରୀ । ଆଜ୍ଞା ହଁ, କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ସତ। ଏଭଳି କିଛି ଦେଖିବାକୁ ମିଳିଛି ମହାରାଷ୍ଟ୍ରର ନାନ୍ଦେଡ଼ର । ବୟସ ବେଶୀ ନୁହେଁ, ମାତ୍ର ୨୧ । କିନ୍ତୁ ତାଙ୍କର ଏଭଳି କାର୍ଯ୍ୟ, ସମାଜର ସବୁ ବର୍ଗର ମହିଳାଙ୍କୁ ପ୍ରେରଣା ଦେବ ନିଶ୍ଚୟ । କୋଳରେ ୧୦ ଦିନର ପିଲାକୁ ଧରି +୨ ପରୀକ୍ଷା ଦେଉଥିବା ମହିଳାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ।
ମହାରାଷ୍ଟ୍ରର ନାନ୍ଦେଡ଼ର ୨୧ ବର୍ଷୀୟା ଶୀତଲ ଚନ୍ଦ୍ରକାନ୍ତ ଚିତ୍ତେ ଏଭଳି କିଛି କରି ଦେଖାଇଛନ୍ତି, ଯାହା ଅନେକ କଳ୍ପନା ମଧ୍ୟ କରିପାରିବେ ନାହିଁ। +୨ ପରୀକ୍ଷା ଫେବୃଆରୀ ୧୦ ତାରିଖରେ ଆରମ୍ଭ ହୋଇଥିଲା । ଶୀତଲ ପିଲା ଜନ୍ମ କରିବାର ମାତ୍ର ୧୦ ଦିନ ପରେ ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ। ସେ ତାଙ୍କ ନବଜାତ ଶିଶୁକୁ କୋଳରେ ଧରି ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। ତାଙ୍କର ଫଟୋ ଏବଂ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଶୀତଲଙ୍କ ଆଗ୍ରହ ଦେଖି ପିପୁଲ୍ସ କଲେଜ ପ୍ରଶାସନ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲା। ନାନ୍ଦେଡ ଶିକ୍ଷା ସମାଜ ଦ୍ୱାରା ପରିଚାଳିତ, କଲେଜ ‘ମାତୃ ସ୍ନେହ ଶ୍ରେଣୀଗୃହ’ ନାମକ ଏକ ପୃଥକ କୋଠରୀର ବ୍ୟବସ୍ଥା ହୋଇଥିଲା। ଏହି କୋଠରୀରେ ଶୀତଲ ପରୀକ୍ଷା ଦେଇଥିଲେ । କଲେଜର ଏଭଳି ପଦକ୍ଷେପକୁ ସାଧାରଣରେ ଖୁବ ପ୍ରଶଂସା କରାଯାଇଛି । ସେପଟେ ଶୀତଲଙ୍କ ଏଭଳି ସାହାସିକ ପଦକ୍ଷେପ ସମାଜ ପାଇଁ ମଧ୍ୟ ପ୍ରେରଣା ପାଲଟିଛି ।
ଏକ ରିପୋର୍ଟ ଅନୁଯାୟୀ, ଶୀତଲ ଫେବୃଆରୀ ୧୮ ରେ ନାନ୍ଦେଡ଼ର ପିପୁଲ୍ସ କଲେଜରେ ରାଜନୀତି ବିଜ୍ଞାନ ପରୀକ୍ଷା ଦେବା ପାଇଁ ପହଞ୍ଚିଥିଲେ। ଆଶ୍ଚର୍ଯ୍ୟର କଥା, ସେ ସନ୍ତାନ ଜନ୍ମ ହେବାର ମାତ୍ର ଦୁଇ ଦିନ ପରେ ତାଙ୍କର ଇଂରାଜୀ ପରୀକ୍ଷା ମଧ୍ୟ ଦେଇଥିଲେ। ସେହି ସମୟରେ ତାଙ୍କ ଭଉଣୀ ତାଙ୍କ ସହିତ ଥିଲେ। ତାଙ୍କ ସ୍ୱାମୀ କାମରେ ବାହାରେ ଅଛନ୍ତି ଏବଂ ଘରେ ପିଲାର ଯତ୍ନ ନେବା ପାଇଁ କେହି ନାହାନ୍ତି । ତେଣୁ ସେ ତାଙ୍କ ପିଲାକୁ ସାଙ୍ଗରେ ନେଇ ପରୀକୁ ବାଧ୍ୟ ହୋଇଥିଲେ । ଆଉ ପିଲାକୁ କୋଳରେ ଧରି ପରୀକ୍ଷା ଦେଇଥିଲେ ଶୀତଲ ।
ଏଥିସହ ପଢ଼ନ୍ତୁ: ଏମିତି କାହିଁକି କଲେ ତାରିକ୍ ? ଭାରତୀୟଙ୍କ ଲାଗି ଆରମ୍ଭ ହେଲା ଭିସା ସେବା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଶ୍ରୀ ବାସଭେଶ୍ୱର କଲେଜର ଛାତ୍ରୀ ଶୀତଲ ବିବାହ ପରେ ମଧ୍ୟ ତାଙ୍କ ପାଠପଢ଼ା ଜାରି ରଖିବାକୁ ଚାହୁଁଥିଲେ। ସେ ସ୍ପଷ୍ଟ ଭାବରେ କହିଥିଲେ ଯେ, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ତାଙ୍କ ଭବିଷ୍ୟତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତାଙ୍କ ପରିବାର ତାଙ୍କ ନିଷ୍ପତ୍ତିକୁ ପୂର୍ଣ୍ଣ ସମର୍ଥନ କରିଥିଲେ। ପ୍ରାୟତଃ, ବିବାହ ଏବଂ ମାତୃତ୍ୱ ପରେ ଝିଅମାନଙ୍କ ଶିକ୍ଷା ବାଧାପ୍ରାପ୍ତ ହୁଏ, କିନ୍ତୁ ଶୀତଲ ଏହି ଧାରଣାକୁ ଚ୍ୟାଲେଞ୍ଜ କରି ଚର୍ଚ୍ଚାକୁ ଆସିଛନ୍ତି ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅଧିକ ପଢ଼ନ୍ତୁ ଦେଶ ଖବର:
Related Topics
Explore more stories