Shocking Incident / ଜଣେ ୨୧ବର୍ଷୀୟ ମହିଳାଙ୍କୁ ୩୦ ଦିନରେ ୩ଥର ବିକ୍ରି… ଚତୁର୍ଥ ଡିଲ୍ ପୂର୍ବରୁ ବିଷ ପିଇଦେଲେ
·4 months ago·2 min read

Key Points
ମହାରାଷ୍ଟ୍ରର ବୀଡ ଜିଲ୍ଲାରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। କେବଳ ଟଙ୍କା ପାଇଁ ଜଣେ ୨୧ବର୍ଷୀୟ ବିବାହିତk ମହିଳାଙ୍କୁ ଗୋଟିଏ ମାସ ମଧ୍ୟରେ ତିନି ଜଣ ଭିନ୍ନ ଭିନ୍ନ ପୁରୁଷଙ୍କୁ ବିକ୍ରି କରାଯାଇଥିଲା।
ମହାରାଷ୍ଟ୍ରର ବୀଡ ଜିଲ୍ଲାରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। କେବଳ ଟଙ୍କା ପାଇଁ ଜଣେ ୨୧ବର୍ଷୀୟ ବିବାହିତk ମହିଳାଙ୍କୁ ଗୋଟିଏ ମାସ ମଧ୍ୟରେ ତିନି ଜଣ ଭିନ୍ନ ଭିନ୍ନ ପୁରୁଷଙ୍କୁ ବିକ୍ରି କରାଯାଇଥିଲା। ପ୍ରତ୍ୟେକ ଥର ତାଙ୍କୁ ବିବାହ କରିବାକୁ ବାଧ୍ୟ କରାଯାଇଥିଲା ଏବଂ ଲକ୍ଷ ଲକ୍ଷ ଟଙ୍କା ସେହି ଆଳରେ ଆଦାୟ କରାଯାଇଛି। ବାରମ୍ବାର ତାଙ୍କୁ ଅପମାନ ସହ ମାନସିକ ନିର୍ଯାତନା ମଧ୍ୟ ଦିଆଯାଉଥିଲା। ଶେଷରେ ପୀଡ଼ିତା ଜଣକ ଭାଙ୍ଗି ପଡ଼ି ବିଷ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ।
ଏହି ଦୁଃଖଦ ଘଟଣା ବୀଡର ଅସ୍ତି ତାଲୁକାରେ ଘଟିଛି, ଯେଉଁଠାରେ ଏହି ଲଜ୍ଜାଜନକ କାର୍ଯ୍ୟ ସମସ୍ତଙ୍କୁ ଚକିତ କରିଛି। ମହିଳା ଜଣକ ବର୍ତ୍ତମାନ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି, ଯେଉଁଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।ଲାତୁରର ଏହି ପୀଡିତା ଦୁଇ ବର୍ଷ ପୂର୍ବେ ପ୍ରଥମ ବିବାହ କରିଥିଲେ କିନ୍ତୁ ତାଙ୍କ ସ୍ୱାମୀ ଏମିତି ନିର୍ଯାତନା ଦେଉଥିଲେ ଯେ, ତାଙ୍କ ପାଖେ ରହିବା କଷ୍ଟକର ହୋଇପଡ଼ିଲା। ସେ ସ୍ବାମୀଙ୍କୁ ଛାଡ଼ି ନିଜ ବାପାମା’ଙ୍କ ଘରକୁ ପଳାଇ ଆସିଥିଲେ। କିଛିଦିନ ଘରେ ଗଞ୍ଜଣା ଦେବା ଆରମ୍ଭ କରିଦେଲେ। ସେଥିପାଇଁ ସେ ଆଉ ସହ୍ୟ କରିପାରି ନ ଥିଲେ। ଭାବିଲେ କିଛି କାମ ମିଳିଲେ ଘର ଲୋକଙ୍କୁ ଆର୍ଥିକ ସାହାଯ୍ୟ କରିପାରିବେ। କିନ୍ତୁ ତାଙ୍କ ଭାଗ୍ୟରେ କିଛି ଅଲଗା ଲେଖାଥିଲା। ତାଙ୍କର ମହାନନ୍ଦ ନାମକ ଜଣେ ମହିଳା ଏଜେଣ୍ଟଙ୍କ ସହ ଭେଟ ହୋଇଥିଲା। ମହନନ୍ଦ ତାଙ୍କୁ ଏକ ଉତ୍ତମ ଜୀବନ ଏବଂ ଦ୍ୱିତୀୟ ବିବାହର ପ୍ରତିଶ୍ରୁତି ଦେଇ ଏକ ଫାଶରେ ପକାଇଥିଲେ। ସେ ଯୁବତୀଙ୍କୁ ପୁଣେ ନେଇଯାଇଥିଲେ ଏବଂ ତାଙ୍କୁ ୫ ଲକ୍ଷ ଟଙ୍କାରେ ଅମର କାଲଭୋର ନାମକ ଜଣେ ବ୍ୟକ୍ତିଙ୍କ ସହିତ ଜୋରଜବରଦସ୍ତି ବିବାହ କରିଥିଲେ।
ମାତ୍ର ୧୦ ଦିନ ପରେ, ତାଙ୍କୁ ବାହାରକୁ ନେଇ ଅନ୍ୟ ଜଣେ ପୁରୁଷଙ୍କୁ ୪.୫ ଲକ୍ଷ ଟଙ୍କାରେ ବିକ୍ରି କରିଦିଆଯାଇଥିଲା। ମାର୍ଚ୍ଚ ୪ ତାରିଖରେ ପୁଣି ଜବରଦସ୍ତି କରି ତାଙ୍କୁ ତୃତୀୟ ବିବାହ କରାଯାଇଥିଲା। ଦୁଇ ଦିନ ପରେ, ମାର୍ଚ୍ଚ 6 ତାରିଖରେ, ଯେତେବେଳେ ଅଭିଯୁକ୍ତ ତାଙ୍କୁ ଫୋନ୍ କରି ଚତୁର୍ଥ ବିବାହ ପାଇଁ ପ୍ରସ୍ତୁତ ହେବାକୁ କହିଲେ, ପୀଡିତା ଜଣକ ଭାଙ୍ଗି ପଡ଼ିଥିଲେ। ଏକ ସାମଗ୍ରୀ ପରି ବାରମ୍ବାର ବିକ୍ରୟ ହେବାର ଭୟ ଏବଂ ଭବିଷ୍ୟତର ଅତ୍ୟାଚାରର ଚିନ୍ତା ତାଙ୍କୁ ହୃଦୟରୁ ଦୋହଲାଇ ଦେଇଥିଲା। ଏହି ନର୍କରୁ ବାହାରିବାର କୌଣସି ଉପାୟ ନ ଦେଖି, ସେ ବିଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ମିରାଜଗାଓଁର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯୁବତୀଙ୍କ କାର୍ଯ୍ୟ ଏକ ବଡ଼ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ଯେଉଁମାନେ ବିବାହ ନାମରେ ମହିଳାଙ୍କୁ ବିକ୍ରି କରି ବିପୁଳ ଲାଭ ରୋଜଗାର କରୁଥିଲେ।
ପୋଲିସ ନେଲା ବଡ଼ କାର୍ଯ୍ୟାନୁଷ୍ଠାନ
ପୋଲିସ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ଆଷ୍ଟି ପୋଲିସ ମୁଖ୍ୟ ଅଭିଯୁକ୍ତ ମହାନନ୍ଦ, ତାଙ୍କ ସ୍ୱାମୀ ଏବଂ ଅନ୍ୟ ଦୁଇଜଣଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ପୋଲିସର କହିବା ଅନୁଯାୟୀ, ଏହା ଏକ ଆନ୍ତଃଜିଲ୍ଲା ମାନବ ଚାଲାଣ ରାକେଟ ଯାହା ନିର୍ଦ୍ଦୋଷ ମହିଳାଙ୍କୁ ଶିକାର କରିଥାଏ। ପୋଲିସ ଇନ୍ସପେକ୍ଟର ଶରଦ ଜ୍ଞାନଦେବ ଭୁଟେକର ଏବଂ ତାଙ୍କ ଦଳ ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ ଧରିବା ପାଇଁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛନ୍ତି। ପ୍ରଶାସନ ଏପରି ଅମାନବୀୟ ଘଟଣା ରୋକିବା ପାଇଁ ଜନସାଧାରଣଙ୍କୁ ସତର୍କ ରହିବାକୁ ନିବେଦନ କରିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories