Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସୁରକ୍ଷାକର୍ମୀଙ୍କ ବଡ଼ ଧରଣର ଅପରେସନ୍: ବିଜାପୁରରେ ୧୮, କାଙ୍କେରରେ ୪ ମାଓବାଦୀ ସଫା

Sushanta Sahoo
Browse all articles by Sushanta Sahoo
·1 year ago·1 min read
ସୁରକ୍ଷାକର୍ମୀଙ୍କ ବଡ଼ ଧରଣର ଅପରେସନ୍: ବିଜାପୁରରେ ୧୮, କାଙ୍କେରରେ ୪ ମାଓବାଦୀ ସଫା

ମାଓବାଦକୁ ବଡ଼ ପ୍ରହାର । ଟଳିଲେ ୨୨ ନକ୍ସଲ । ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି । ୨ଟି ପୃଥକ ପୃଥକ ମାଓ ବିରୋଧୀ ଅପରେସନ୍‌ରେ ନିହତ ହୋଇଛନ୍ତି ୨୨ ମାଓବାଦୀ । ଗୁଳି ବିନିମୟରେ ଜଣେ ଯବାନ ସହିଦ ହୋଇଥିବା ଜଣାପଡ଼ିଛି । ଫାୟାରିଂ ସ୍ଥଳରୁ ବିପୁଳ ମାତ୍ରାର ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ କରାଯାଇଛି ।


ଅଧିକାରୀଙ୍କ ଅନୁସାରେ, ଗୁରୁବାର ସକାଳେ ସୁରକ୍ଷାକର୍ମୀ ବିଜାପୁର ଓ ଦନ୍ତେୱାଡ଼ାର ସହରଦି ଥାନା ଗଙ୍ଗାଲୁର ଅଞ୍ଚଳରେ ମାଓ ବିରୋଧୀ ଅପରେସନ୍ ଆରମ୍ଭ କରିଥିଲେ । ସେହି ସମୟରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଦୁଇଟି ପୃଥକ ପୃଥକ ଏନ୍‌କାଉଣ୍ଟରରେ ୨୨ ମାଓବାଦୀ ନିହତ ହୋଇଛନ୍ତି ।


ବିଜାପୁରରେ ୧୮ ମାଓବାଦୀ ନିହତ ହୋଇଥିବା ବେଳେ କାଙ୍କେରରେ ୪ ନକ୍ସଲ ନିପାତ ହୋଇଛନ୍ତି । ଏହି ଗୁଳି ବିନିମୟରେ ବିଜାପୁରର ଜଣେ ଡିଆରଜି ଯବାନ ସହିଦ ହୋଇଛନ୍ତି । ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଥିବା ସୂଚନା ଦେଇଛନ୍ତି ଅଧିକାରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହା ପୂର୍ବରୁ ଗତ ସପ୍ତାହରେ ଛତିଶଗଡ଼ ବିଜାପୁର ପୋଲିସ ନିକଟରେ ୧୭ ମାଓବାଦୀ ଆତ୍ମସମର୍ପଣ କରିଥିଲେ । ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ପ୍ରତିବନ୍ଧିକ ମାଓ ସଂଗଠନ ଗଙ୍ଗାଲୁକ ଏରିଆ କମିଟିର ବିଭିନ୍ନ ପଦ ପଦବୀରେ ରହି କାର୍ଯ୍ୟ କରୁଥିଲେ ବୋଲି ପୋଲିସ ସୂଚନା ଦେଇଥିଲେ ।


ବିଗତ ଦିନରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଆଲୋଚନା କରିଥିଲେ । ଆଲୋଚନା ପରେ ଏକ୍ସରେ ବୈଠକ ବାବଦରେ ଲେଖିଥିଲେ । କହିଥିଲେ, ମାଓବାଦୀଙ୍କ ଅସ୍ତିତ୍ଵ ଶେଷ ପାଇଁ ଆଲୋଚନା କରିଛୁ । ବସ୍ତରର ବିକାଶକୁ ତ୍ଵରାନ୍ଵିତ ସହ ପର୍ଯ୍ୟଟନକୁ ପ୍ରୋତ୍ସାହନ କଥା କହିଥିଲେ ।

Sponsored
22 Maoists Killed In Separate Encounters Chhattisgarh | Argus News