Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Onion Garlic Dispute / ୨୨ ବର୍ଷ ଏକାଠି ଥିଲେ, ଅଲଗା କରିଦେଲା ପିଆଜ-ରସୁଣ

Rashmita Mishra
Browse all articles by Rashmita Mishra
·7 months ago·2 min read
୨୨ ବର୍ଷ ଏକାଠି ଥିଲେ, ଅଲଗା କରିଦେଲା ପିଆଜ-ରସୁଣ
Onion Garlic Dispute

Key Points

ସମ୍ପର୍କ ଭାଙ୍ଗିଦେଲା ପିଆଜ ରସୁଣ
୨୨ ବର୍ଷର ସମ୍ପର୍କରେ ଫାଟ
ଅଲଗା ହେଲେ ସ୍ଵାମୀ ସ୍ତ୍ରୀ

ପିଆଜ ରସୁଣକୁ ନେଇ ପରିବାରରେ ବଡ଼ ବିବାଦ । ବିବାହର ୨୨ ବର୍ଷ ପରେ ବି ଏହି ସାମାନ୍ୟ ଜିନିଷକୁ ନେଇ ଉଭୟଙ୍କ ମଧ୍ୟରେ ଏତେ ବଡ ବିବାଦ ସୃଷ୍ଟି ହୋଇଥିଲା ଯେ, ଶେଷରେ ମାମଲା ପହଞ୍ଚିଥିଲା କୋର୍ଟରେ । ଆଉ ଏବେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହେବାକୁ ଯାଉଛି ।

ସୂଚନାନୁଯାୟୀ ଘଟଣାଟି ଘଟିଛି ଅହମଦାବାଦରେ । ୨୦୦୨ରେ ଦମ୍ପତିଙ୍କ ବିବାହ ହୋଇଥିଲା । ଉଭୟଙ୍କ ଖାଦ୍ୟ ପସନ୍ଦକୁ ନେଇ ପ୍ରଥମେ କାହାର ସମସ୍ୟା ନଥିଲା । ପତ୍ନୀ ସ୍ୱାମୀନାରାୟଣ ସମ୍ପ୍ରଦାୟର ଜଣେ ଭକ୍ତ। ତେଣୁ ନିଜର ଧାର୍ମିକ ନୀତିନିୟମର ଅଂଶବିଶେଷ ସେ ପିଆଜ-ରସୁଣଠୁ ସମ୍ପୂର୍ଣ୍ଣ ଦୂରରେ ରହନ୍ତି ।

କିନ୍ତୁ ତାଙ୍କ ସ୍ୱାମୀ ଓ ଶାଶୂ ପିଆଜ-ରସୁଣ ଖାଆନ୍ତି । ସମୟ ସହିତ ସେମାନଙ୍କ ଭୋଜନରେ ବିଭାଜନ ଦମ୍ପତିଙ୍କ ସମ୍ପର୍କରେ ଫାଟ ସୃଷ୍ଟି କଲା। ଅଲଗା ରୋଷେଇ ଆରମ୍ଭ ହେଲା ଏବଂ ପରିବାରରେ ଝଗଡ଼ା ମଧ୍ୟ ବଢ଼ିଲା । ଏହା ବୈବାହିକ ସମ୍ପର୍କ ଉପରେ ପ୍ରଭାବ ପକାଇଲା । ପତ୍ନୀ ନିଜ ସନ୍ତାନ ସହିତ ଶାଶୂଘର ଛାଡ଼ି ଚାଲିଗଲେ ।

୨୦୧୩ରେ ସ୍ୱାମୀ ଅହମଦାବାଦ କୋର୍ଟରେ ଛାଡ଼ପତ୍ର ଆବେଦନ କଲେ ଏବଂ ଦାବି କଲେ ଯେ ଖାଦ୍ୟ ଅଭ୍ୟାସରେ ବୁଝାମଣା କରିବାକୁ ପତ୍ନୀ ମନା କରିବାରୁ ଝଗଡ଼ା ଓ ବିଚ୍ଛେଦ ସ୍ଥିତି ଉପୁଜିଲା । ୨୦୨୪ରେ ପରିବାର ଅଦାଲତରେ ଛାଡ଼ପତ୍ର ମଞ୍ଜୁର କଲେ ଏବଂ ପତ୍ନୀଙ୍କୁ ଭରଣପୋଷଣ ଦେବାକୁ ସ୍ୱାମୀଙ୍କୁ ନିର୍ଦ୍ଦେଶ ଦେଲେ ।

ଏଥିସହ ପଢ଼ନ୍ତୁ: ସୌରଭ ଗାଙ୍ଗୁଲି ପୁଣି ଥରେ ମହମ୍ମଦ ଶାମିଙ୍କ ପାଇଁ ମୁହଁ ଖୋଲିଲେ...କହିଲେ, "ମୁଁ ବୁଝିପାରୁନାହିଁ..." 

ପରିବାର ଅଦାଲତଙ୍କ ନିର୍ଦ୍ଦେଶକୁ ପତ୍ନୀ ଗୁଜରାଟ ହାଇକୋର୍ଟରେ ଚାଲେଞ୍ଜ୍ କଲେ । ତାଙ୍କର ଧାର୍ମିକ ଖାଦ୍ୟପେୟ କଟକଣାର ପ୍ରଭାବକୁ ସ୍ୱାମୀ ବଢ଼ାଇ ଚଢ଼ାଇ କହିଥିବା ପତ୍ନୀ କୋର୍ଟରେ ଯୁକ୍ତି କଲେ । ଅନ୍ୟପକ୍ଷେ, ସ୍ୱାମୀ କହିଲେ ଯେ ସେ ଓ ତାଙ୍କ ମା’ ବିନା ପିଆଜ ରସୁଣରେ ତାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କଲେ ମଧ୍ୟ ଝଗଡ଼ା ଜାରି ରହିଲା ।

ଏନେଇ ସେ ଥରେ ମହିଳା ଥାନାରେ ଅଭିଯୋଗ କରିଥିବା କଥା ବି କୋର୍ଟରେ କହିଲେ । ହାଇକୋର୍ଟରେ ଶୁଣାଣି ସମୟରେ ପତ୍ନୀ ଛାଡ଼ପତ୍ରକୁ ବିରୋଧ କଲେ ନାହିଁ । ଅନ୍ୟପକ୍ଷେ, ସ୍ୱାମୀ ବକେୟା ଭରଣପୋଷଣ ଟଙ୍କା କିସ୍ତିରେ ପୈଠ କରିବେ ବୋଲି କହିଲେ । ଶେଷରେ ଦମ୍ପତିଙ୍କ ବିବାହ ବିଚ୍ଛେଦରେ ହାଇକୋର୍ଟ ମୋହର ମାରିଲେ ।

ଅଧିକ ପଢ଼ନ୍ତୁ ଦେଶ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Onion Garlic Dispute | After 22 Years Together, Onion and Garlic Became the Reason for Separation | Viral Story | Argus News