Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଉ କିଣି ହେବନି ସୁନା, ୨୨କ୍ୟାରେଟ୍ ସୁନା ବି ଟପିଲା ୧ଲକ୍ଷ

Priyanka Panda
Browse all articles by Priyanka Panda
·10 months ago·2 min read
ଆଉ କିଣି ହେବନି ସୁନା, ୨୨କ୍ୟାରେଟ୍ ସୁନା ବି ଟପିଲା ୧ଲକ୍ଷ

Key Points

ଟ୍ରମ୍ପ ଟାରିଫ ପ୍ରଭାବ, ରକେଟ୍ ବେଗରେ ବଢ଼ୁଛି ସୁନା
ଜାନୁଆରୀରୁ ବର୍ତ୍ତମାନ ୩୦ହଜାରରୁ ଅଧିକ ବଢ଼ିଲାଣି ସୁନା
୨୨କ୍ୟାରେଟ୍ ସୁନା ଗ୍ରାମକୁ ୧୦ହଜାର ୧୦୦ ହୋଇଛି

ଆକାଶ ଛୁଇଁଲା ସୁନା ଦର । ପ୍ରଥମ କରି ୨୨କ୍ୟାରେଟ୍ ଗୋଲ୍ଡ ରେଟ୍ ଗ୍ରାମ ପିଛା ୧୦ହଜାର ହୋଇଛି । ଗହଣା ପାଇଁ ମୁଖ୍ୟତଃ ୨୨କ୍ୟାରେଟ୍ ସୁନା ବ୍ୟବହାର ହୋଇଥାଏ । ଆଉ ଏବେ ୨୨କ୍ୟାରେଟ୍ ସୁନାର ଦାମ ବି ପାର କରିଛି ୧ଲକ୍ଷ । ଆଗକୁ ଦଶହରା, ଦୀପାବଳି, ଧନତେରାସ ଭଳି ପର୍ବ ଆସୁଥିବା ବେଳେ ଏହା ପୂର୍ବରୁ ୨୨କ୍ୟାରେଟ୍ ସୁନାର ଦାମ ଲକ୍ଷେ ପାର କରିଛି । ଏହି ଦାମ ଆହୁରି ବଢ଼ିପାରେ ବୋଲି ମଧ୍ୟ ଆକଲନ କରାଯାଉଛି । ଆଜି ୨୪ କ୍ୟାରେଟ ସୁନା ୧ ଲକ୍ଷ ୧୦ହଜାର ୨୯୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନା ଦର ୧ଲକ୍ଷ ୧ହଜାର ୧୦୦ ଟଙ୍କାରେ ପହଞ୍ଚିଛି ।


ପୂର୍ବରୁ ୨୪ କ୍ୟାରେଟ୍ ଗୋଲ୍ଡ ୧ଲକ୍ଷ ଛୁଇଁଥିବା ବେଳେ ଏବେ ୨୨କ୍ୟାରେଟ୍ ବି ହୋଇଛି ୧ଲକ୍ଷ । ଭାରତରେ ମୁଖ୍ୟତଃ ମହିଳା ମାନଙ୍କର ଗରଣା କିଣିବା ପ୍ରତି ଅଧିକ ସଉକ ଥାଏ । ବିଭିନ୍ନ ପର୍ବପର୍ବାଣୀରେ ଘରକୁ ସୁନା କିଣାଯାଏ । ଘରେ ବାହାଘର ବ୍ରତଘରରେ ମଧ୍ୟ ସୁନା ଉପହାର ଭାବେ ଦିଆଯାଏ । ହେଲେ ବର୍ତ୍ତମାନ ରକେଟ୍ ବେଗରେ ବଢ଼ୁଥିବା ସୁନାର ଦାମକୁ ଦେଖି ବାହାଘରରୁ ସୁନା ଗାଏବ୍ ହେବ ବୋଲି ଚର୍ଚ୍ଚା ହେଉଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ କେବଳ ସୁନା ନୁହେଁ ଧଳା ଧାତୁ ରୁପାର ଦାମରେ ବି ବ୍ରେକ୍ ଲାଗୁନି। ଏକ କେଜି ରୁପାର ଦାମ ୮୮ ହଜାର ୪୦୦ରେ ପହଞ୍ଚିଛି । ଯାହା କି ବର୍ତ୍ତମାନର ସବୁଠାରୁ ଅଧିକ । ଚଳିତ ବର୍ଷ ଜାନୁଆରୀରୁ ବର୍ତ୍ତମାନ ମଧ୍ୟରେ ସୁନା ଦର ୩୦ହଜାରରୁ ଅଧିକ ବଢ଼ିଲାଣି । ସୁନା ଦର ବଢ଼ିବାର ୫ଟି ପ୍ରମୁଖ କାରଣ ହେଉଛି ଟ୍ରମ୍ପଙ୍କ ଅନିଶ୍ଚିତ ଟାରିଫ ନୀତି । ବାଣିଜ୍ୟ ଯୁଦ୍ଧ ଡରରେ ଲୋକମାନେ ସୁନାରେ ଅଧିକ ନିବେଶ କରୁଛନ୍ତି ।


ଚୀନ ଓ ଋଷ ଭଳି ଦେଶ ଅଧିକ ମାତ୍ରାରେ ସୁନା କିଣୁଛନ୍ତି। ଯାହା କି ସୁନା ରୁପାର ଚାହିଦା ବଢ଼ାଉଛି । ଚାହିଦା ବଢ଼ିବା ସହ ଦର ବି ବଢ଼ୁଛି । ଋଷ-ୟୁକ୍ରେନ ଯୁଦ୍ଧର ଅସ୍ଥିରତା ଭିତରେ ଲୋକେ ସୁନାରେ ଅଧିକ ନିବେଶ କରୁଛନ୍ତି । ମୁଦ୍ରାସ୍ଫୀତି ଡ଼ର ଓ ଫେଡେରାଲ ରିଜର୍ଭର କମ୍ ସୁଧ ହାର ଯୋଗୁଁ ସୁନା ନିବେଶର ମାଧ୍ୟମ ପାଲଟିଛି । ଏହା ମଧ୍ୟ ଦର ବୃଦ୍ଧିର ଏକ ପ୍ରମୁଖ କାରଣ । ସେହିପରି ଡଲାର ତୁଳନାରେ ସୁନାର ବିନିମୟ ମୂଲ୍ୟରେ ହ୍ରାସ ବି ସୁନାକୁ ମହଙ୍ଗା କରୁଛି ।

Sponsored
22 Karat Gold Price Crosses ₹1 Lakh — Expected to Rise Ahead of Dussehra | Argus News