Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ଭାରତରୁ ଗଲେ ୨୩୭ ପାକିସ୍ତାନୀ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଆଜି ଭାରତରୁ ଗଲେ ୨୩୭ ପାକିସ୍ତାନୀ

ମେଡିକାଲ୍ ଚିକିତ୍ସା ଭିସାରେ ଆସିଥିବା ପାକିସ୍ତାନୀଙ୍କ ପାଇଁ ଏପ୍ରିଲ ୨୯ ତାରିଖ ଶେଷ ତାରିଖ ରହିଥିବା ବେଳେ ଅନ୍ୟ ଭିସା ୨୭ ଏପ୍ରିଲ ରହିଥିଲା ଶେଷ ତାରିଖ। ଆଜି ରବିବାର ଅଟାରୀ ସୀମା ଦେଇ ୨୩୭ ପାକିସ୍ତାନୀ ନାଗରିକ ଭାରତରୁ ନିଜ ଦେଶକୁ ଫେରିଛନ୍ତି। ସେହିଭଳି ୧୧୬ ଭାରତୀୟ ଅଟାରୀ ବର୍ଡର ଦେଇ ପାକିସ୍ତାନରୁ ଭାରତ ଫେରିଛନ୍ତି।


ଗତ ତିନି ଦିନ ମଧ୍ୟରେ କେବଳ ଅଟାରୀ ସୀମା ଦେଇ ୫୦୦ ରୁ ଅଧିକ ପାକିସ୍ତାନୀ ଭାରତରୁ ନିଜ ଦେଶକୁ ଫେରିଛନ୍ତି। ସେହିଭଳି ୧୪ ଜଣ କୂଟନୀତିଜ୍ଞ ଏବଂ ଅଧିକାରୀ ସମେତ ମୋଟ ୮୫୦ ଜଣ ଭାରତୀୟ ନାଗରିକ ପଞ୍ଜାବର ଅନ୍ତର୍ଜାତୀୟ ସୀମା ଦେଇ ପାକିସ୍ତାନରୁ ଭାରତ ଫେରିଛନ୍ତି। ସେପଟେ ଭାରତ ପକ୍ଷରୁ ସତର୍କ କରାଯାଇଛି, ନିର୍ଦ୍ଧାରିତ ସମୟ ମଧ୍ୟରେ ଯିଏ ଭାରତ ଛାଡିବାରେ ବିଫଳ ହେବେ ତାଙ୍କୁ ଗିରଫ କରାଯିବ। ତାଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରାଯିବ। ତାଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ କିମ୍ବା ସର୍ବାଧିକ ତିନି ଲକ୍ଷ ଟଙ୍କା ଜରିମାନା କିମ୍ବା ଉଭୟ ହୋଇପାରେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ରବିବାର ସକାଳ ୧୦ଟାରୁ କଷ୍ଟମ୍ସ କାଉଣ୍ଟର ଖୋଲିବାଠୁ ବନ୍ଦ ହେବା ମଧ୍ୟରେ ୨୩୭ ଜଣ ପାକିସ୍ତାନୀ ନାଗରିକ ଭାରତରୁ ପାକିସ୍ତାନ ଯାଇଛନ୍ତି। ୧୧୬ ଜଣ ଭାରତୀୟ ନାଗରିକ ପାକିସ୍ତାନରୁ ଫେରି ଆସିଛନ୍ତି। ମେଡିକାଲ ଭିସାରେ ଥିବା ପାକିସ୍ତାନୀ ନାଗରିକଙ୍କ ପାଇଁ ଭାରତରୁ ପାକିସ୍ତାନ ଫେରିବା ପାଇଁ ଶେଷ ତାରିଖ ଏପ୍ରିଲ ୨୯ ରହିଛି। ପାକିସ୍ତାନ ପକ୍ଷରୁ ମଧ୍ୟ ସମାନ ନିୟମ ରହିଛି। କିଛି ପାକିସ୍ତାନୀ ଆକାଶ ମାର୍ଗ ଦେଇ ଭାରତ ଛାଡିଥିବା ଅନୁମାନ କରାଯାଉଛି। ଭାରତ ଓ ପାକିସ୍ତାନ ମଧ୍ୟରେ ସିଧାସଳଖ ବିମାନ ସେବା ନଥିାରୁ ଅନ୍ୟ ଦେଶ ହୋଇ ଭାରତରୁ ପକିସ୍ତାନ ଯାଇଥିବା ଜଣା ପଡ଼ିଛି।

Sponsored
237 Pakistanis left India today | Argus News