Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Ind Pak War Update: ମେ’ ୧୫ ଯାଏ ବନ୍ଦ ରହିବ ୨୪ ବିମାନ ବନ୍ଦର

Rashmita Mishra
Browse all articles by Rashmita Mishra
·1 year ago·2 min read
Ind Pak War Update: ମେ’ ୧୫ ଯାଏ ବନ୍ଦ ରହିବ ୨୪ ବିମାନ ବନ୍ଦର

ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଭାରତ ଉପରେ ଡ୍ରୋନ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଭାରତର ୪ ସୀମାବର୍ତ୍ତୀ ରାଜ୍ୟର ପ୍ରାୟ ୨୬ଟି ସ୍ଥାନକୁ ଟାର୍ଗେଟ କରିଛି ପାକିସ୍ତାନ । ହେଲେ ପ୍ରାୟ ସବୁ ଡ୍ରୋନକୁ ମାରି ଖସାଇଦେଇଛି ଭାରତ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନା ଯୋଗୁ କେନ୍ଦ୍ର ସରକାର ମେ’୧୫ ସକାଳ ୫.୨୯ ପର୍ଯ୍ୟନ୍ତ ଦେଶର ୨୪ ବିମାନବନ୍ଦରକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ବିମାନବନ୍ଦରଗୁଡ଼ିକୁ ମେ ୧୦ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଘୋଷଣା କରିଥିଲା। ଏବେ ଏହାକୁ ଏବେ ବୃଦ୍ଧି କରାଯାଇଛି। ଯେଉଁ ବିମାନବନ୍ଦରଗୁଡ଼ିକରେ ବିମାନ ଚଳାଚଳ ସ୍ଥଗିତ ରହିବ ସେଗୁଡ଼ିକ ମଧ୍ୟରେ ଚଣ୍ଡିଗଡ଼, ଶ୍ରୀନଗର, ଅମୃତସର, ଲୁଧିଆନା, ଭୁନ୍ତର, କିଶନଗଡ଼, ପଠାନକୋଟ, ଜମ୍ମୁ, ଶିମଲା, ଜୈସଲମେର, ବିକାନେର, ଲେହ ଏବଂ ପୋରବନ୍ଦର ଭଳି ରଣନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ସ୍ଥାନ ଅନ୍ତର୍ଭୁକ୍ତ ରହିଛି।

ଏହି ନିଷ୍ପତ୍ତି ପରେ, ଏୟାର ଇଣ୍ଡିଆ, ଇଣ୍ଡିଗୋ ସମେତ ଅନେକ ପ୍ରମୁଖ ଏୟାରଲାଇନ୍ସ ଯାତ୍ରୀମାନଙ୍କ ପାଇଁ ଯାତ୍ରା ପରାମର୍ଶ ଜାରି କରିଛନ୍ତି। ଏୟାର ଇଣ୍ଡିଆ X ରେ କହିଛି ଯେ ଅମୃତସର, ଚଣ୍ଡିଗଡ଼, ଭୁଜ, ଜାମନଗର, ଦିଲ୍ଲୀ, ଶ୍ରୀନଗର, ଲେହ, ଯୋଧପୁର ଏବଂ ରାଜକୋଟ ଭଳି ଷ୍ଟେସନଗୁଡ଼ିକୁ ସଂଯୋଗ କରୁଥିବା ବିମାନଗୁଡ଼ିକ ମେ’ ୧୫ ମଇ ସକାଳ ୫.୨୯ ପର୍ଯ୍ୟନ୍ତ ବାତିଲ ରହିବ। ଟିକେଟ ବାତିଲ ଉପରେ ଯାତ୍ରୀମାନଙ୍କୁ ପୂର୍ଣ୍ଣ ଫେରସ୍ତ କିମ୍ବା ଥରେ ମାଗଣା ପୁନଃବୁକିଂର ସୁବିଧା ଦିଆଯାଉଛି।

ଇଣ୍ଡିଗୋ ଏୟାରଲାଇନ୍ସ ଏହା ମଧ୍ୟ କହିଛି ଯେ ଶ୍ରୀନଗର, ଜମ୍ମୁ, ଅମୃତସର, ଚଣ୍ଡିଗଡ଼, ଲେହ, ଧର୍ମଶାଳା, ବିକାନେର, ରାଜକୋଟ, ଯୋଧପୁର ଏବଂ କିଶନଗଡ଼କୁ ସମସ୍ତ ବିମାନ ଉଡ଼ାଣକୁ ଅସ୍ଥାୟୀ ଭାବରେ ବନ୍ଦ କରାଯିବ। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗୁ ଶୁକ୍ରବାର ଦିନ ୬୬ଟି ଘରୋଇ ଏବଂ ୫ଟି ଅନ୍ତର୍ଜାତୀୟ ବିମାନ ବାତିଲ କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ପରିବର୍ତ୍ତନଶୀଳ ଏୟାରସ୍ପେସ ପରିସ୍ଥିତି ଏବଂ ବର୍ଦ୍ଧିତ ସୁରକ୍ଷା ପ୍ରୋଟୋକଲ ଯୋଗୁ ବିମାନ ଚଳାଚଳ ପ୍ରଭାବିତ ହେଉଛି, ଯଦିଓ ବିମାନବନ୍ଦରରେ ସାଧାରଣ ସେବା ଜାରି ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
24-airports-to-remain-closed-till-may-15 | Argus News