Videos
|
National

24 ନିର୍ବାଚନରେ ବିଜୟ ଧାରା ବଜାୟ ରଖିବାକୁ ବିଜେପି ରଣନୀତି 

Manini Pattanayak
Browse all articles by Manini Pattanayak
·2 years ago·1 min read
24 ନିର୍ବାଚନରେ ବିଜୟ ଧାରା ବଜାୟ ରଖିବାକୁ ବିଜେପି ରଣନୀତି 

ନୂଆଦିଲ୍ଲୀ:  24 ନିର୍ବାଚନରେ ବିଜୟ ଧାରା ବଜାୟ ରଖିବାକୁ ବିଜେପି ରଣନୀତି । ନୂଆଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ଜାରି ରହିଛି । ଆଗାମୀ ଲୋକସଭା ନିର୍ବାଚନରେ 370ରୁ ଅଧିକ ଆସନରେ ବିଜୟୀ ହେବା ପାଇଁ ଲକ୍ଷ୍ୟ ରଖିଛି ଦଳ । ରାଷ୍ଟ୍ରୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଅମିତ ଶାହଙ୍କ ସମେତ ରାଜ୍ୟ ବିଜେପି ନେତୃବୃନ୍ଦ ଉପସ୍ଥିତ ଅଛନ୍ତି ।

ୟଅଧିବେଶନରେ ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟ, ରାଷ୍ଟ୍ରୀୟ ପରିଷଦ ସଦସ୍ୟ, ସାଂସଦ, ବିଧାୟକ, ପୂର୍ବତନ ସାଂସଦ, ରାଜ୍ୟ ପଦାଧିକାରୀ, ରାଜ୍ୟ ମୋର୍ଚ୍ଚାର ରାଜ୍ୟ ସଭାପତି ଓ ସାଧାରଣ ସମ୍ପାଦକ, ସମସ୍ତ ପ୍ରକୋଷ୍ଠର ରାଜ୍ୟ ସଂଯୋଜକମାନେ ଯୋଗ ଦେଇଛନ୍ତି । ଦେଶର ସମସ୍ତ ରାଜ୍ୟରୁ 11 ହଜାରରୁ ଅଧିକ ପଦାଧିକାରୀ ଆସିଛନ୍ତି। ଯେଉଁଥିରେ ଓଡିଶାରୁ ଦୁଇ ଶହରୁ ଅଧିକ ବିଜେପି ପଦାଧିକାରୀ ମଧ୍ୟ ସାମିଲ ହୋଇଛନ୍ତି । ଅଧିବେଶନର ପ୍ରଥମ ଦିନରେ ସମସ୍ତ ପଦାଧିକାରୀ ନେତା ଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସାହ। ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଗୁରୁମନ୍ତ୍ରଙ୍କ ଉପରେ ରହିଛି ସମସ୍ତଙ୍କ ନଜର । 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
24 BJP strategy to maintain winning streak in elections | Argus News