Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୨୪ ନିର୍ବାଚନକୁ ନେଇ ସରଗରମ ରାଜ୍ୟ ରାଜନୀତି

National

୨୪ ନିର୍ବାଚନକୁ ନେଇ ସରଗରମ ରାଜ୍ୟ ରାଜନୀତି

Banajyotshna Ray
Browse all articles by Banajyotshna Ray
·2 years ago·2 min read
୨୪ ନିର୍ବାଚନକୁ ନେଇ ସରଗରମ ରାଜ୍ୟ ରାଜନୀତି
  • ୨୪ ନିର୍ବାଚନରେ ହେବ ଘମାଘୋଟ ଲଢେଇ
  • ମେଣ୍ଟ ହେବନି, ଓଡିଶାରେ ଏକାକୀ ଲଢିବ ବିଜେପି
  • ବିଜେପିର ପୁଣି ୮୦-୧୬ ଦମ୍ଭୋକ୍ତି
  • ମେଣ୍ଟ ଚର୍ଚ୍ଚାକୁ ଗୁଜବ କହିଲା ବିଜେପି
  • ସାରା ରାଜ୍ୟରେ ବିଜେଡି ବିରୋଧୀ ଜନଭାବନା
  • ମନମୋହନଙ୍କ ପରେ ମେଣ୍ଟ ଚର୍ଚ୍ଚାକୁ ତୋମାରଙ୍କ ଅସ୍ଵୀକାର

ଅର୍ଗସ ବ୍ୟୁରୋ: ୨୪ ନିର୍ବାଚନକୁ ନେଇ ସରଗରମ ରାଜ୍ୟ ରାଜନୀତି । ଦେଶ ସାରା ଚର୍ଚ୍ଚା,  ଏନଡିଏକୁ ବିଜେଡି ଫେରିବ ନା ଓଡିଶାରେ ବିଜେପି ଏକା ଲଢିବ...
ଏଭଳି ଚର୍ଚ୍ଚା ଓ ଆଲୋଚନା ଭିତରେ ମେଣ୍ଟ ସମ୍ଭାବନାକୁ ଖଣ୍ଡନ କରିଛି ରାଜ୍ୟ ବିଜେପି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପରେ ମେଣ୍ଟ ସମ୍ଭାବନାକୁ ଖଣ୍ଡନ କରିଛନ୍ତି ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର । ହେବନି ବିଜେପି ଓ ବିଜେଡ଼ି ମେଣ୍ଟ ।  ମେଣ୍ଟ ନେଇ ପ୍ରତିକ୍ରିୟା ରଖି ବିଜୟପାଲ ସିଂ ତୋମାର କହିଛନ୍ତି, ମୋ ଜାଣିବାରେ ମେଣ୍ଟ ହେଉ ନାହିଁ । ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ମୁଁ କଥା ହୋଇଛି ଅନ୍ୟ ନେତାଙ୍କ ସହ ବି କଥା ହୋଇଛି, ହେଲେ ମେଣ୍ଟ ନେଇ କୌଣସି ଚର୍ଚ୍ଚା ହୋଇନାହିଁ । ବିଜେପି ଏକାକୀ ଲଢିବ । ୨୪ ନିର୍ବାଚନରେ ୮୦ରୁ ଅଧିକ ବିଧାନସଭା ଓ ୧୬ ଲୋକସଭା ଜିତିବ ବିଜେପି । ବିଜେଡି ମେଣ୍ଟ ଚର୍ଚ୍ଚା ଆଗକୁ ବଢ଼ାଉଛି ବୋଲି କହିଛନ୍ତି ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ।

ସେପଟେ ବିଜେଡି - ବିଜେପି ମେଣ୍ଟ ଚର୍ଚ୍ଚାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଛି ଶାସକ ଦଳ । ଆସନ୍ତା ନିର୍ବାଚନରେ ବିଜେଡି ୧୨୦ ବିଧାନସଭା ଓ ୧୭ ଲୋକସଭା ଆସନ ଜିତିବାକୁ ଯାଉଛି । ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ  ବୋଲି ଦମ୍ଭୋକ୍ତି କରିଛି ବିଜେଡି। ଦିନ ଦିନକୁ ଦିନ ନବୀନଙ୍କ ଲୋକ ପ୍ରିୟତା କମିବା ସହ ମୋଦିଙ୍କ ବିକଶିତ ଭାରତ ପରିକଳ୍ପନା ପ୍ରତି ଜନ ଆସ୍ଥା ବଢୁଥିବା ନେଇ ବିଭିନ୍ନ ସର୍ଭେରୁ ସ୍ପଷ୍ଟ ହୋଇଛି । ଅନେକ ନେତା ଶଙ୍ଖ ଛାଡି ପଦ୍ମ ଧରୁଛନ୍ତି। ବଢୁଛି ବିଜେପିର କଳେବର ଯାହକୁ ନେଇ ଶଙ୍ଖ ଶିବିରରେ ସୃଷ୍ଟି ହୋଇଛି କମ୍ପନ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
24 State politics active in connection with the election | Argus News