Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରଚଣ୍ଡ ଖରା ଯୋଗୁ ଚେତାଶୂନ୍ୟ ହେଲେ ୨୪ ଛାତ୍ରୀ

National

ପ୍ରଚଣ୍ଡ ଖରା ଯୋଗୁ ଚେତାଶୂନ୍ୟ ହେଲେ ୨୪ ଛାତ୍ରୀ

Ritu Das
Browse all articles by Ritu Das
·2 years ago·1 min read
ପ୍ରଚଣ୍ଡ ଖରା ଯୋଗୁ ଚେତାଶୂନ୍ୟ ହେଲେ ୨୪ ଛାତ୍ରୀ

ଅର୍ଗସ ବ୍ୟୁରୋ: ସାରା ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କଲବଲ କରୁଛି। ସବୁଠି ପାରଦ ଉପରମୁହାଁ। ଚଳିତବର୍ଷ ତାପମାତ୍ରା ଏଭଳି କଲବଲ କରିବ ବୋଲି କେହି ଭାବି ନ ଥିଲେ। ଖରା ଏବଂ ଗରମକୁ ନେଇ ସବୁଠି ସ୍ଥିତି ଗମ୍ଭୀର। ଆଉ ଏଥିରେ ସନ୍ତୁଳି ହୋଇଛନ୍ତି ସାଧାରଣ ଜନତା। କଲବଲ କରୁଛି ଖରା ଗରମ। ଖରାର ପ୍ରକୋପ ଏମିତି ଯେ, ସହିହେଉନି। 

ରାଜସ୍ଥାନ, ଦିଲ୍ଲୀରେ ପାରଦ ୫୦ ଛୁଇଁଲାଣି, ଯାହା ଗତ ୧୦୦ ବର୍ଷର ରେକର୍ଡକୁ ଭାଙ୍ଗିଛି । ଏହାବ୍ୟତୀତ ହରିୟାଣା, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାରରେ ମଧ୍ୟ ଭୀଷଣ ଗରମରେ ଜନଜୀବନ ଅସମ୍ଭାଳ ହୋଇପଡିଲାଣି । କିଛି ରାଜ୍ୟର ସ୍କୁଲ ଗୁଡିକୁ ଖରା ଯୋଗୁଁ ବନ୍ଦ ହୋଇଯାଇଥିବାବେଳେ ଅନ୍ୟ କିଛି ରାଜ୍ୟରେ ଏବେବି ପାଠପଢା ଜାରି ରହିଛି ।

ଆଜି ସକାଳୁ ବିହାର ବେଗୁସରାଇର ଏକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି । ଶେଖପୁରାର ଏକ ବିଦ୍ୟାଳୟରେ ଭୀଷଣ ଗରମ ଯୋଗୁଁ ୨୪ରୁ ଅଧିକ ଛାତ୍ରୀ ଚେତାଶୂନ୍ୟ ହୋଇପଡିଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍କୁଲରେ ପ୍ରାର୍ଥନା ସେସନ ଚାଲିଥିବାବେଳେ ଛାତ୍ରୀମାନେ ଚେତାଶୂନ୍ୟ ହୋଇପଡିଥିବା ଜଣାପଡିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
24 students sense | Argus News