Videos
|
National

ଲାଲ୍ ବାହିନୀକୁ ବଡ ଝଟକା, ଆତ୍ମସମର୍ପଣ କଲେ 25 ମାଓବାଦୀ

Smruti Parija
Browse all articles by Smruti Parija
·1 year ago·1 min read
ଲାଲ୍ ବାହିନୀକୁ ବଡ ଝଟକା, ଆତ୍ମସମର୍ପଣ କଲେ 25 ମାଓବାଦୀ

Key Points

ମାଓବାଦୀଙ୍କ ସହିଦ ସପ୍ତାହ ପୂର୍ବରୁ ଲାଲ୍ ବାହିନୀକୁ ଲାଗିଛି ବଡ ଝଟକା

ଆତ୍ମସମର୍ପଣ କଲେ 25 ମାଓବାଦୀ

ମାଓବାଦୀଙ୍କ ମୁଣ୍ଡ ଉପରେ ଥିଲା 25 ଲକ୍ଷ

ଜୁଲାଇ 28 ତାରିଖ ଠାରୁ ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ ହେଉଥିବାବେଳେ ଏହା ପୂର୍ବରୁ ଲାଲ୍ ବାହିନୀକୁ ଲାଗିଛି ବଡ ଝଟକା । ଆଜି ସୁକୁମା ଜିଲ୍ଲାରେ 5 ଜଣ ଓ ନାରାୟଣପୁର ଜିଲ୍ଲାରେ 8 ଜଣ ମାଓବାଦୀ ଆତ୍ମସମର୍ପଣ କରିବା ପରେ ଦନ୍ତେୱାଡା ଜିଲ୍ଲାରେ ପୁଣି 15 ଜଣ ହାଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରୁ 5 ଜଣଙ୍କ ମୁଣ୍ଡ ଉପରେ ପୁର୍ବରୁ ଛତିଶଗଡ ସରକାର 17 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ।


ଗତ 20 ବର୍ଷ ଧରି ଏମାନେ ମାଓ ସଂଗଠନରେ କାର୍ଯ୍ୟ କରିବା ସହ ବିଭିନ୍ନ ହିଂସାକାଣ୍ଡରେ ସାମିଲ୍ ଥିଲେ । ହେଲେ ସୁରକ୍ଷା କର୍ମୀଙ୍କ ଜୋରଦାର ଅପରେସନ ଯୋଗୁଁ ମାଓଗଡ ଭୁଶୁଡିବାରେ ଲାଗିଥିବାବେଳେ ଭୟବିତ ହୋଇ ଏମାନେ ଦନ୍ତେୱାଡା ଏସପି ଓ CRPF କମାଣ୍ଡାଣ୍ଟଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି । ହେଲେ ଆତ୍ମସମର୍ପଣ ପରେ ଏମାନଙ୍କୁ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବ ବୋଲି ଦନ୍ତେୱାଡା ASP ଉଦିତ ପୁଷ୍କର କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେହିପରି ବିଜାପୁର ଜିଲ୍ଲାରେ 25 ଜଣ ମାଓବାଦୀ ବସ୍ତର ଆଇଜି ସୁନ୍ଦରରାଜପିଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ SZCM ମାଓବାଦୀଙ୍କ ମୁଣ୍ଡ ଉପରେ 25 ଲକ୍ଷ ଟଙ୍କାର ପୁରସ୍କାର ରହିଥିବାବେଳେ ମୋଟ 25 ମାଓବାଦୀଙ୍କ ମୁଣ୍ଡ ଉପରେ ପୁର୍ବରୁ ଛତିଶଗଡ ସରକାର 1 କୋଟି 15 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ।

25-maoists-surrender-in-chhatishgarh | Argus News