ରାଷ୍ଟ୍ରପତି ଭବନରେ ରକ୍ଷା ବନ୍ଧନ ପାଳିବେ ଓଡ଼ିଶାର ୨୫ଜଣ ସ୍କୁଲ ଛାତ୍ରଛାତ୍ରୀ
·2 years ago

ଅର୍ଗସ ବ୍ୟୁରୋ: ରାଷ୍ଟ୍ରପତି ଭବନରେ ରକ୍ଷା ବନ୍ଧନ ପାଳିବେ ଓଡ଼ିଶାର ୨୫ଜଣ ସ୍କୁଲ ଛାତ୍ରଛାତ୍ରୀ। ଚଳିତ ବର୍ଷ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ରାଷ୍ଟ୍ରପତି ଭବନ ପରିସରରେ ଅନୁଷ୍ଠିତ ହେଉଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ଏହି ଉତ୍ସବ ପାଳନ ପାଇଁ ଓଡ଼ିଶାର ବିଭିନ୍ନ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ୨୫ ଜଣ ଛାତ୍ରଛାତ୍ରୀ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି।
ସୋମବାର ସକାଳ ୦ଟା ୩୦ ମିନିଟରେ ରାଷ୍ଟ୍ରପତି ଭବନରେ ରକ୍ଷା ବନ୍ଧନ ଉତ୍ସବ ପାଳନ କରାଯିବ । ରକ୍ଷା ବନ୍ଧନ ଉତ୍ସବ ପାଳନ ପରେ ରାଷ୍ଟ୍ରପତିଙ୍କ ସହିତ ଛାତ୍ରଛାତ୍ରୀମାନଙ୍କର ଏକ ସ୍ଵତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିବେ।
ଅଧିକ ପଢ଼ନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: