Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜିର ଦିନରେ ମୁମ୍ବାଇରେ ମୃତ୍ୟୁର ତାଣ୍ଡବ ରଚିଥିଲେ ଆତଙ୍କବାଦୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆଜିର ଦିନରେ ମୁମ୍ବାଇରେ ମୃତ୍ୟୁର ତାଣ୍ଡବ ରଚିଥିଲେ ଆତଙ୍କବାଦୀ

ଅର୍ଗସ ବ୍ୟୁରୋ: ୨୦୦୮ ମସିହା ଆଜିର ଦିନରେ ମୁମ୍ବାଇରେ ମୃତ୍ୟୁର ତାଣ୍ଡବ ରଚିଥିଲେ ଆତଙ୍କବାଦୀ । ଯେଉଁ ଘଟଣା ସାରା ଭାରତକୁ ଦୋହଲାଇ ଦେଇଥିଲା । ଆଜି ଏହି ଦିନକୁ 15 ବର୍ଷ ପୂରିଛି । ଆକ୍ରମଣକୁ ଚାହିଁକି ମଧ୍ୟ କୌଣସି ଭାରତୀୟ ଭୁଲି ପାରି ନାହାନ୍ତି । ପାକିସ୍ତାନରୁ ସମୁଦ୍ର ପଥରେ ଆସିଥିବା 10 ଜଣ ଲସ୍କର ଇ ତୋଇବା ଆତଙ୍କବାଦୀ ତାଜ ହୋଟେଲରେ ଆଖିବୁଜା ଗୁଳି ମାଡ଼ କରିଥିଲେ ।

ଆକ୍ରମଣରେ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଓ ୩ ଶହରୁ ଅଧିକ ଆହତ ହୋଇଥିଲେ । ହେଲେ ଏବେ ୧୫ ବର୍ଷ ପରେ ମୁମ୍ବାଇର ସୁରକ୍ଷା ବ୍ୟବସ୍ଥା ସୁଦୃଢ ହୋଇଛି । ଏବେ କୈାଣସି ଆତଙ୍କବାଦୀ ମାୟାନଗରୀ ଉପରେ ଆକ୍ରମଣ କରିବାକୁ ହେଲେ ଶହେ ଥର ଚିନ୍ତା କରିବ । ମୁମ୍ବାଇ ଆକ୍ରମଣ ଘଟଣା ପରେ ଭାରତର ତଟ୍ଟସୁରକ୍ଷା ଓ ଆଭ୍ୟନ୍ତରୀଣ ସୁରକ୍ଷା ଭିତ୍ତିଭୂମି ଦୃଢ଼ କରିବାକୁ ପଦକ୍ଷେପ ନେଇଥିଲେ କେନ୍ଦ୍ର ସରକାର । ନଭେମ୍ବର ୨୬ ମୁମ୍ବାଇ ଆକ୍ରମଣରେ ସହିଦ ଯବାନ ଓ ନାଗିରକଙ୍କୁ ମନେ ପକାଉଛି ସାରା ଦେଶ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
26/11 Mumbai Attacks: Remembering The Tragedy On 15th Anniversary | Argus News