Videos
|
National

ତହବୁର ରାଣା ପାକିସ୍ତାନର ନା କାନାଡ଼ାର, କେମିତି ଫସିଲା ଭାରତ ଜାଲରେ..?

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·3 min read
ତହବୁର ରାଣା ପାକିସ୍ତାନର ନା କାନାଡ଼ାର, କେମିତି ଫସିଲା ଭାରତ ଜାଲରେ..?

ସାରା ଦେଶରେ ଏବେ ତହବୁରକୁ ନେଇ ଚର୍ଚ୍ଚା । କିଏ ସେ ତହବୁର ? କ'ଣ ତାର ଅସ୍ତିତ୍ୱ ? କାହିଁକି ସେ ଭାରତର ଦୁଷ୍ମନ ? ତାକୁ ନେଇ ଏତେ ଚର୍ଚ୍ଚା କାହିଁକି ? ସେ କ'ଣ କ୍ଷତି କରିଛି ? ଏତେ ସୁରକ୍ଷାରେ ତାକୁ କାହିଁକି ଆଣିଲା ଭାରତ ? ବାଟରେ ରେଷ୍ଟ ବି ନେଲା ତହବୁର । ସେଥିପାଇଁ ଅନେକ ଖର୍ଚ୍ଚ ବି କଲା ଭାରତ । ତେବେ ତାର ପୂରା ନାଁ କ'ଣ ? ୧୭ ବର୍ଷର ଅପେକ୍ଷା ପରେ ଶେଷରେ ଭାରତ ହାତରେ ଲାଗିଛି ୨୬/୧୧ ଆକ୍ରମଣର ମୁଖ୍ୟ ଗୋଟିଚାଳକ ତହବୁର ରାଣା।

ଆସନ୍ତୁ ଜାଣିବା...
ତହବୁର ହେଉଛି ଭାରତ ପାଇଁ ଜଣେ ମୋଷ୍ଟ ଓ୍ୱାଣ୍ଟେଡ୍‌ ଆତଙ୍କବାଦୀ । ପୂରା ନାଁ ତହବୁର ହୁସେନ ରାଣା । ସେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ହମଲାର ମାଷ୍ଟରମାଇଣ୍ଡ । ମୁମ୍ୱାଇ ଆକ୍ରମଣର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ପାଇଁ ପତ୍ନୀ ସହ ଭାରତ ଆସିଥିଲା ତହବୁର ରାଣା । ମୁମ୍ୱାଇର ତାଜ ହୋଟେଲରେ ରହି ଦିଲ୍ଲୀ, ୟୁପି, ଆଗ୍ରା ଓ ଅହମ୍ମଦାବାଦକୁ ଯାତ୍ରା କରିଥିଲା ।

ଆତଙ୍କବାଦୀ ହେଡଲିର ଘନିଷ୍ଠ ବନ୍ଧୁ ତଥା ପିଲା ଦିନର ସାଙ୍ଗ ହେଉଛି ତହବୁର । ତେଣୁ ମୁମ୍ବାଇ ତାଜ ହୋଟେଲ ଆକ୍ରମଣ ଘଟଣାରେ ତହବୁର ହେଡ୍‌ଲିକୁ ସହଯୋଗ କରିଥିଲା। ହେଡ୍‌ଲିକୁ ଆର୍ଥିକ ସାହାଯ୍ୟ ବି ଦେଉଥିଲା । ପାକିସ୍ତାନର ଜଣେ ବଡ଼ ବ୍ୟବସାୟୀ ହେଉଛି ତହବୁର ହୁସେନ ରାଣା । ସେ ୭ଟି ଭାଷାରେ କଥା ହୋଇପାରେ । ସବୁଠାରୁ ବଡ଼ କଥା ହେଲା ସେହି ହେଡ୍‌ଲିଠାରୁ ତଥ୍ୟ ବାହାର କରି ତହବୁର ପାଇଛି NIA । ଆମେରିକା କୋର୍ଟରେ ମଧ୍ୟ ତହବୁର ବିରୋଧରେ ସାଖି ଦେଇଥିଲା ହେଡ୍‌ଲି ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୧୯୯୭ରେ ପାକିସ୍ତାନରୁ କାନାଡ଼ା ଯାଇଥିଲା ତହବୁର । ତହବୁର ପାଖରେ ଏବେ କାନାଡାର ନାଗରିକତା ରହିଛି । ପାକିସ୍ତାନ ସେହି ବଛା ବଛା ଦେଶ ମଧ୍ୟରୁ ଅନ୍ୟତମ ଯିଏ ଦ୍ଵୈତ ନାଗରିକତା ପ୍ରଦାନ କରିଥାଏ। କିନ୍ତୁ କିଛି ସର୍ତ୍ତ ରଖିଥାଏ । ତହବୁର ରାଣା ପାକିସ୍ତାନରେ National Identity Card for Overseas Pakistanis (NICOP) କାର୍ଡ ଜରିଆରେ ପ୍ରବେଶ କରି ପାରିବ। ଏହାର ଅର୍ଥ ତହବୁର କାନାଡା ପାସପୋର୍ଟରେ ପାକିସ୍ତାନ ଯାତ୍ରା କରି ପାରିବ। ସେ ପାକିସ୍ତାନରେ ଏବେ ବି ପୂର୍ବତନ ନାଗରିକତା ଭାବେ କିଛି ଅଧିକାର ପାଇ ପାରିବ।

NICOP ସେହି ପାକିସ୍ତାନୀ ନାଗରିକଙ୍କୁ ଜାରି କରାଯାଏ, ଯିଏ ବିଦେଶରେ ରହିଥାନ୍ତି ଏବଂ ସେଠାକାର ନାଗରିକତା ଗ୍ରହଣ କରିଥାନ୍ତି। ଏଥିରେ ଆମେରିକା, କାନାଡ଼ା ଓ ୟୁକେରେ ରହୁଥିବା ପାକିସ୍ତାନୀ ସାମିଲ। NICOP କାର୍ଡଧାରୀଙ୍କୁ ପାକିସ୍ତାନ ଆସିବା, ସଂପତ୍ତି କିଣିବା, ବ୍ୟାଙ୍କିଙ୍ଗ ଓ ଅନ୍ୟ ଅଧିକାରର ସୀମିତ ଅନୁମତି ମିଳିଥାଏ। ଏହା ପାସପୋର୍ଟ ପରି ହୋଇ ନଥାଏ, ବରଂ ପୁନର୍ବାର ପାକିସ୍ତାନ ଆସିବା ପାଇଁ ଏକ ପରିଚୟ ପତ୍ର।

ଗୁରୁବାର ଆମେରିକାରୁ ସ୍ୱତନ୍ତ୍ର ବିମାନରେ ଏହି ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀକୁ ଭାରତ ଅଣାଯାଇଛି । ବହୁତ କଠିନ ପରିଶ୍ରମ ପରେ ଭାରତ ଏଥିରେ ସଫଳ ହୋଇଛି । ଭାରତ ପହଞ୍ଚିବା ପରେ ଆତଙ୍କୀ ତହବୁର ରାଣାକୁ NIA ଗିରଫ କରିଛି । ପୂରଣ ହୋଇଛି ୧୩ ବର୍ଷ ତଳେ ‌ଗୁଜରାଟ ସିଏମ ଥିବା ସମୟରେ ମୋଦି ଦେଇଥିବା ପ୍ରତିଶ୍ରୁତି । ୧୭ ବର୍ଷର ଅପେକ୍ଷା ପରେ ଶେଷରେ ଭାରତ ହାତରେ ଲାଗିଛି ୨୬/୧୧ ଆକ୍ରମଣର ମୁଖ୍ୟ ଗୋଟିଚାଳକ ତହବୁର ରାଣା।



ତେବେ ବିମାନରେ ଆମେରିକାରୁ ଆସିବା ବେଳେ ଅଧବାଟରେ ଏକ ଅଜ୍ଞାତସ୍ଥାନରେ କିଛି ସମୟ ବିଶ୍ରାମର ବ୍ୟବସ୍ଥା ବି କରାଯାଇଥିଲା । ଦିଲ୍ଲୀ ପହଞ୍ଚାଇବା ପରେ ଏନଆଇଏ ପଟିଆଲ କୋର୍ଟରେ ହାଜର କରାଯାଇଥିଲା । ତାପରେ ତାକୁ ଗିରଫ କରିଥିଲା NIA ।

ଅନ୍ୟପଟେ ମୁମ୍ୱାଇ ଆକ୍ରମଣର ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ୱାନା ଜାରି କରାଯାଇଥିଲା । NIAର ଅନୁରୋଧ କ୍ରମେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଡେଭିଡ୍ ହେଡଲି ଓ ତହବୁର ରାଣାଙ୍କୁ ଗିରଫ କରିଥିଲା ଆମେରିକା। ସେଠାରେ ତହବୁର ବିରୋଧରେ ସାକ୍ଷୀ ଦେଇଥିଲା ହେଡ୍‌ଲି ।
ତାପରେ ତହବୁରକୁ ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲା ଭାରତ । ଆଉ ଏହି ପ୍ରତ୍ୟାର୍ପଣ ଉପରେ ରୋକ ଲଗାଇବାକୁ ଆମେରିକା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ତହବୁର । କିନ୍ତୁ ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରିଥିଲେ। ତାପରେ ତାକୁ ଭାରତ ଅଣାଯାଇଛି ।

ଏନଆଇଏ ଅଧିକାରୀ ଏହି ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀକୁ ତିହାର ଜେଲର ଉଚ୍ଚସୁରକ୍ଷା ସଂପନ୍ନ ସେଲରେ ରଖିବେ । ଏଥିପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏନଆଇଏ ଅଧିକାରୀ ତହବୁର ରାଣାକୁ ୨୬/୧୧ ମୁମ୍ବାଇ ଆକ୍ରମଣରେ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସଆଇର ଭୂମିକାକୁ ନେଇ ପଚରାଉଚରା କରିବେ ବୋଲି କୁହାଯାଉଛି । ଜେରା ବେଳେ ମୁମ୍ୱାଇ ଆକ୍ରମଣକୁ ନେଇ ତହବୁର ରାଣା ମୁହଁରୁ ନୂଆ ତଥ୍ୟ ମିଳିବା ଆଶା କରାଯାଉଛି ।

26/11 Mumbai Terror Attack Plotter Tahawwur Rana Taken In NIA's Custody | Argus News