Jinx of 26 / ଅଭିଶପ୍ତ ‘୨୬’ ! ଏହି ତାରିଖରେ ଘଟିଛି ଦୁନିଆର ବଡ଼ ବଡ଼ ବିପର୍ଯ୍ୟୟ
·1 hour ago·4 min read

Key Points
ବନ୍ୟା, ଭୂକମ୍ପ, ସୁନାମୀ, ବିସ୍ଫୋରଣ । ଅଗ୍ନିକାଣ୍ଡରୁ ନେଇ ଆତଙ୍କବାଦୀ ଆକ୍ରମଣ । କ୍ୟାଲେଣ୍ଡରରେ ଥିବା ୨୬ ତାରିଖ ସହ ଯୋଡ଼ି ହୋଇ ରହିଛି ବିଶ୍ଵରେ ଘଟି ଯାଇଥିବା ବଡ଼ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ସହ ଅନେକ ଅଘଟଣ । ଆଉ ଏବେ ନେପାଳର ପ୍ରଳୟଙ୍କାରୀ ବନ୍ୟା ସେହି ୨୬ ତାରିଖର ଅଭୁଲା ଇତିହାସରେ ଯୋଡ଼ି ଦେଇଛି ଆଉ ଏକ ଲୁହ ଭରା ଫର୍ଦ୍ଦ ।
ନୂଆଦିଲ୍ଲୀ: ୨୬ ତାରିଖ ଏକ ସଂଯୋଗ ନା ନିଷ୍ଠୁର ଅଭିଶାପ ? କ୍ୟାଲେଣ୍ଡରରେ ଥିବା ୨୬ ତାରିଖ ସହ ଅନେକ ବଡ଼ ବିପର୍ଯ୍ୟୟ ଯୋଡ଼ି ହୋଇ ରହିଛି । ୨୦୨୬ ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରୁ ନେଇ ୧୯୩୯ ଡିସେମ୍ବର ୨୬ରେ ତୁର୍କୀ ଭୂକମ୍ପ ନେଇ ଯାଇଛି ହଜାର ହଜାର ଜୀବନ ।
ନିକଟ ଅତୀତରେ ୨୬ ତାରିଖରେ ଅନେକ ଦୁଃଖଦ ଅଘଟଣ ଘଟିଛି । ପ୍ରାକୃତିକ ଦୁର୍ବିପାକ ସହ ମନ୍ୟୁଷକୃତ ଅଘଟଣ ଓ ଦୁର୍ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି । ୨୦୦୪ର ବକ୍ସିଂ ଡେ ସୁନାମି ହେଉ ଅବା ୨୦୦୮ର ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ । ଦୁନିଆକୁ ଦୋହଲାଇ ଦେଇଥିବା ଅନେକ ଅଘଟଣ ଘଟିଛି ୨୬ ତାରିଖରେ ।
୨୬ ତାରିଖରେ ଘଟିଥିବା କିଛି ବଡ଼ ବିପର୍ଯ୍ୟୟ
ନେପାଳ ବନ୍ୟା (୨୦୨୬ ଅଗଷ୍ଟ ୨୬): ନେପାଳର ରସୁୱା ଜିଲ୍ଲାରେ ଭୋଟେକାଶୀ ନଦୀରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ହଜାରେରୁ ଅଧିକ ମୃତ୍ୟୁ ହୋଇଥିବା ବେଳେ ୪ ହଜାରରୁ ଅଧିକ ନିଖୋଜ ଅଛନ୍ତି । ହଜାର ହଜାର ଲୋକ ଭିଟ୍ଟାମାଟି ହରାଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହିନ୍ଦୁକୁଶ ଭୂକମ୍ପ (୨୦୧୫ ଅକ୍ଟୋବର ୨୬): ପାକିସ୍ତାନ, ଆଫଗାନିସ୍ତାନ ସହ ଉତ୍ତର ଭାରତର କିଛି ଅଂଶରେ ୭.୫ ତୀବ୍ରତାର ଭୂକମ୍ପ ଆସିଥିଲା । ଯେଉଁଥିରେ ୪୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା ।
ଯୋଗ୍ୟକାର୍ତ୍ତା ଭୂକମ୍ପ, ଇଣ୍ଡୋନେସିଆ (୨୦୦୬ ମେ ୨୬): ଇଣ୍ଡୋନେସିଆର ଜାଭା ଦ୍ଵୀପର ଯୋଗ୍ୟକାର୍ତ୍ତା ୬.୩ ତୀବ୍ରତାର ଭୂକମ୍ପରେ ଦୋହଲି ଯାଇଥିଲା । ଯେଉଁଥିରେ ହଜାରେରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ପ୍ରାଣ ହରାଇଥିଲେ ୫ ହଜାର ୭୦୦ରୁ ଅଧିକ ଲୋକ ।
ମହାରାଷ୍ଟ୍ର ବନ୍ୟା (୨୦୦୫ ଜୁଲାଇ ୨୬): ମୁମ୍ବାଇ ସହ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ସହ ପ୍ରଳୟଙ୍କାରୀ ବନ୍ୟା ଆସିଥିଲା । ଯେଉଁଥିରେ ପ୍ରାୟ ହଜାରେ ୯୪ ଜଣଙ୍କ ମୃତ୍ୟୁ ମୁମ୍ବାଇରେ ହୋଇଥିଲା । ୨୪ ଘଣ୍ଟାରେ ମୁମ୍ବାଇରେ ୯୪୪ ଏମ୍ଏମ୍ ବର୍ଷା ହୋଇଥିଲା ।
ଭାରତ ମହାସାଗରରେ ଭୂକମ୍ପ ଏବଂ ସୁନାମୀ (୨୦୦୪ ଡିସେମ୍ବର ୨୬): ଇତିହାସରେ ଆସିଥିବା ପ୍ରାକୃତ୍ରିକ ବିପର୍ଯ୍ୟୟ ମଧ୍ୟରୁ ଅଧିକ ଯନ୍ତ୍ରଣା ଦାୟକ ଥିଲା ସୁମାତ୍ରା ଉପକୂଳରେ ହୋଇଥିବା ୯.୧ ଭୂମିକମ୍ପ ପରେ ଆସିଥିବା ସୁନାମୀ । ଯାହାକି ଇଣ୍ଡୋନେସିଆରୁ ନେଇ ଶ୍ରୀଲଙ୍କ, ଭାରତ ଏବଂ ଥାଇଲାଣ୍ଡ ପର୍ଯ୍ୟନ୍ତ ସବୁକିଛି ଭସାଇ ନେଇଥିଲା । ଏଥିରେ ପାଖାପାଖି ୨ ଲକ୍ଷ ୨୮ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା ।
ବାମ ଭୂକମ୍ପ, ଇରାନ (୨୦୦୩ ଡିସେମ୍ବେର ୨୦୨୬): ଇରାନର ବାମ ସହରରେ ୬.୬ ତୀବ୍ରତାର ଭୂକମ୍ପ ଆସିଥିଲା । ଯେଉଁଥିରେ ୩୧ ହଜାର ଲୋକ ପ୍ରାଣ ହରାଇଥିବା ବେଳେ ସହର ବ୍ୟାପକ ଭାବେ ଧ୍ଵଂସ ହୋଇ ଯାଇଥିଲା । ଭାଙ୍ଗି ଯାଇଥିଲା ହଜାର ହଜାର ଅଟ୍ଟାଳିକା ।
ଆଫଗାନିସ୍ତାନ ଭୂକମ୍ପ (୨୦୦୨ ମାର୍ଚ୍ଚ ୨୫-୨୬): ମଧ୍ୟରାତିରେ ଗୋଟିଏ ପରେ ଗୋଟିଏ ଭୂକମ୍ପ ଆସିଥିଲା ଉତ୍ତର ଆଫାଗନିସ୍ତାନରେ । ଯେଉଁଥିରେ ୧୮୦୦ ଜଣଙ୍କ ଜୀବନ ଯାଇଥିଲା ।
ଗୁଜରାଟ ଭୂକମ୍ପ (୨୦୦୧ ଜାନୁଆରୀ ୨୬): ଭାରତରେ ଆସିଥିବା ପ୍ରାକୃତିକ ଦୁର୍ବିପାକ ମଧ୍ୟରୁ ଅନ୍ୟତମ ହେଉଛି କଚ୍ଛ ଭୂକମ୍ପ । ଯେଉଁଥିରେ ୨୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଢ଼ ଲକ୍ଷରୁ ଅଧିକ ଲୋକ ଆହତ ହୋଇଥିଲେ । ଘରଦ୍ଵାର ସବୁ ଭାଙ୍ଗିରୁଜି ଯାଇଥିଲା ।
ଗୋଙ୍ଘେ ଭୂକମ୍ପ, ଚୀନ (୧୯୯୦ ଏପ୍ରିଲ୍ ୨୬): ୭ ତୀବ୍ରତାର ଭୂକମ୍ପ ଚୀନର ଗୋଙ୍ଘେରେ ଆସିଥିଲା । ଯେଉଁଥିରେ ୧୦୦ ଜଣଙ୍କ ଜୀବନ ଯାଇଥିଲା ।
ପନ୍ତର ଭୂକମ୍ପ ଓ ସୁନାମୀ, ଇଣ୍ଡୋନେସିଆ (୧୯୮୭ ନଭେମ୍ବର ୨୬): ଇଣ୍ଡୋନେସିଆର ପନ୍ତର ଅଞ୍ଚଳରେ ୭ ତୀବ୍ରତାର ଭୂକମ୍ପ ଆସିଥିଲା । ଯାହାପରେ ସୁନାମୀ ଆସି ୧୨୫ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଜାପାନରେ ଭୂକମ୍ପ ଓ ସୁନାମି (୧୯୮୩ ମେ ୨୬): ଜାପାନର ଉପକୂଳ ଅଞ୍ଚଳ ଅକିତ ଓ ଆଓମୋରିରେ ଭୂକମ୍ପ ଓ ସୁନାମି ଆସି ୧୦୮ ଜଣ ପ୍ରାଣ ହରାଇଥିଲେ ।
ସ୍କୋପଜେ ଭୂକମ୍ପ (୧୯୬୩ ଜୁଲାଇ ୨୬): ଯୁଗୋସ୍ଲାଭିଆର ସ୍କୋପଜେରେ ୬.୧ ତୀବ୍ରତାର ଭୂକମ୍ପ ଆସିଥିଲା । ଯେଉଁଥିରେ ହଜାରେ ୭୦ ଜଣ ପ୍ରାଣ ହରାଇଥିବା ବେଳେ ୨ ଲକ୍ଷ ଲୋକ ବେଘର ହୋଇଥିଲେ ।
ଲାଦିକ ଭୂକମ୍ପ, ତୁର୍କୀ (୧୯୪୩ ନଭେମ୍ବର ୨୬): ତୁର୍କୀର ଲାଦିକ-ସମସନ-ହାଭଜା ଅଞ୍ଚଳରେ ୭.୫ ତୀବ୍ରତାର ଭୂକମ୍ପ ଆସିଥିଲା । ଯେଉଁଥିରେ ୪ ହଜାର ୨୦ ଜଣଙ୍କ ମୃତ୍ୟୁ ହୋଇଥିଲା ।
ଏର୍ଜିନକାନ ଭୂକମ୍ପ, ତୁର୍କୀ (୧୯୩୯ ଡିସେମ୍ବର ୨୬-୨୭): ତୁର୍କୀର ଏର୍ଜନିକାନ ଅଞ୍ଚଳରେ ୭.୮ ତୀବ୍ରତାର ଭୂମିକମ୍ପ ଆସିଥିଲା । ଯେଉଁଥିରେ ୩୨ ହଜାର ୭୦୦ ଜଣ ପ୍ରାଣ ହରାଇଥିଲେ ।
ମନ୍ୟୁଷକୃତ ଅଘଟଣ
କ୍ଵାରାକୋଷ ଅଗ୍ନିକାଣ୍ଡ, ଇରାକ (୨୦୨୩ ସେପ୍ଟେମ୍ବର ୨୬): ଇରାକର କ୍ଵାରାକୋଷର ଏକ ୱେଡିଂ ହଲ୍ରେ ନିଆଁ ଲାଗି ୧୦୦ରୁ ଅଦିକ ଲୋକ ପ୍ରାଣ ହରାଇଥିଲେ ।
କାବୁଲ ବିମାନବନ୍ଦରରେ ବିସ୍ଫୋରଣ (୨୦୨୧ ଅଗଷ୍ଟ ୨୬): ଆଫଗାନିସ୍ତାନରୁ ଆମେରିକା ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଇସଲାମିକ ଷ୍ଟେଟ ଖୋରସନ ପ୍ରୋଭିନ୍ସ ପକ୍ଷରୁ ଆତ୍ମଘାତୀ ବିସ୍ଫୋରଣ କାବୁଲ ବିମାନବନ୍ଦର ହୋଥିଲା । ଏଥିସହ ବିସ୍ଫୋଟକ ପକା ଯାଇଥିଲା । ଯେଉଁଥିରେ ୧୭୦ ଆଫଗାନ ନାଗରିକଙ୍କ ସହ ୧୩ ଜଣ ଆମେରିକୀୟ ଯବାନ ଜୀବନ ହାରିଥିଲେ ।
ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ (୨୦୦୮ ନଭେମ୍ବର ୨୬): ନଭେମ୍ବର ୨୬ ରାତିରେ ଲସ୍କର ଏ ତୋଇବାର ୧୦ ଜଣ ଆତହ୍କବାଦୀ ମୁମ୍ବାଇର ଏକାଧିକ ସ୍ଥାନରେ ଆକ୍ରମଣ କରିଥିଲେ । ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ ସହ ହୋଟେଲ୍ ତାଜ ମହଲ ପ୍ୟାଲେସ୍ ଉରେ ଆକ୍ରମଣ ହୋଇଥିଲା । ୩ ଦିନର ଆକ୍ରମଣରେ ୧୬୬ ଜଣଙ୍କ ମୃତ୍ୟୁ ହୋଇଥିଲା । ୯ ଜଣ ଆତଙ୍କବାଦୀ ନିହତ ହୋଇଥିଲେ, ୩୦୦ରୁ ଅଧିକ ଲୋକ ହତ ହୋଇଥିଲା । ଭାରତର ଇତିହାସରେ ଏହା ସବୁଠୁ କଳା ଦିନ ।
ଲାଉଡା ବିମାନ କ୍ରାଶ୍ (୧୯୯୧ ମେ ୨୬): ଲାଉଡା ଏୟାର୍ ବୋଇଂ ୭୭ ବିମାନ ବ୍ୟାଂକକରୁ ଭିଏନା ଯାଉଥିବା ବେଳେ ଥାଇଲାଣ୍ଡରେ କ୍ରାଶ୍ ହୋଥିଲା । ଇଞ୍ଜିନରେ ତ୍ରୁଟି ଯୋଗୁଁ ପ୍ରାଣ ହରାଇଥିଲେ ବିମାନରେ ଥିବା ୨୨୩ ଲୋକ ।
ଚେର୍ନୋବିଲ୍ ପରମାଣୁ ଦୁର୍ଘଟଣା (୧୯୮୬ ଏପ୍ରିଲ୍ ୨୬): ଶୋଭିଏତ୍ ୟୁକ୍ରେନ୍ରେ ଚେର୍ନୋବିଲ୍ ପରମାଣୁ କେନ୍ଦ୍ରରେ ୪ ନମ୍ବର ରିଆକ୍ଟର ସୁରକ୍ଷା ଯାଞ୍ଚ ବେଳେ ବିସ୍ଫୋରଣ ହୋଇଥିଲା । ଫଳରେ ବାୟୁ ମଣ୍ଡଳକୁ ଅନେକ ପରିମାଣର ରେଡିଓଆକ୍ଟିଭ୍ ପଦାର୍ଥ ବ୍ୟାପି ଯାଇଥିଲା । ଯେଉଁଥିରେ ପ୍ରାଥମିକ ପର୍ଯ୍ୟାୟରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିଲା ।
କୋଇଲା ଖଣିରେ ବିସ୍ଫୋରଣ, ଚୀନ (୧୯୪୨ ଏପ୍ରିଲ୍ ୨୬): ଚୀନର ଲିଅନିଙ୍ଗ ପ୍ରଦେଶ ବେନସ୍କିହୁ କୋଲିଆରୀର କୋଇଲା ଖଣିରେ ବିସ୍ଫୋରଣ ହୋଇଥିଲା । କୋଇଲା ଗୁଣ୍ଡ ଓ ଗ୍ୟାସ୍ ମିଶି ବିଷାକ୍ତ କାର୍ବନ ମୋନୋକ୍ସାଇଡ୍ ସୃଷ୍ଟି କରିବାକୁ ୧୫୪୯ ଜଣ ଶ୍ରମିକ ଆଖି ବୁଜିଥିଲେ ।

Related Topics
Explore more stories