Videos
|
National

ଆଲମାରୀରୁ ବାହାରିଲା ୨୮୫ ବର୍ଷର ପୁରୁଣା ଲେମ୍ୱୁ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆଲମାରୀରୁ  ବାହାରିଲା ୨୮୫ ବର୍ଷର ପୁରୁଣା ଲେମ୍ୱୁ

ଅର୍ଗସ ବ୍ୟୁରୋ:  ଏ କଥାଟା ଶୁଣିକି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ଏହା ସମ୍ପୂର୍ଣ୍ଣ ସତ। ଏକ ଆଲମାରୀରୁ ବାହାରିଛି ଲେମ୍ୱୁ। ତାହା ପୁଣି ଇଂଲଣ୍ଡରେ। ଲେମ୍ୱୁଟି ପ୍ରାୟ ୨୮୫ ବର୍ଷ ପୁରୁଣା। ଏହି ଲେମ୍ୱୁଟି ଏମିତି ସେମିତି ଲେମ୍ୱୁ ନୁହେଁ, ଲେମ୍ୱୁ ଉପରେ କିଛି ମେସେଜ ଲେଖାଯାଇଥିବାର ଦେଖିବାକୁ ମିଳିଛି। 
ଅନେକ ଥର ଲୋକମାନେ ସେମାନଙ୍କ ଘର କିମ୍ୱା କୌଣସି ସ୍ଥାନରୁ ଏପରି କିଛି ଜିନିଷ ପାଇଥାନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଏଇ ଯେମିତି ଲେମ୍ୱୁ ମିଳିଛି। ଲେମ୍ୱୁଟି ଦେଖିବାକୁ ୨ ଇଞ୍ଚ ଚଉଡା। ଆଉ ଏହା ଦେଖିବାକୁ ବାଦାମୀ ଏବଂ ସମ୍ପୂର୍ଣ୍ଣ ଶୁଖିଯାଇଥିଲା। କିନ୍ତୁ ଏହା ଭଲ ଭାବରେ ସଂରକ୍ଷିତ ହୋଇ ରହିଥିଲା। 
ଏକ ପରିବାର ଦ୍ୱାରା ଉନବିଂଶ ଶତାବ୍ଦୀରେ ଏକ ଆଲମାରୀ ନିଲାମ ପାଇଁ ଅଣାଯାଇଥିଲା।

ପରିବାର ଲୋକ କହିଥିଲେ କି ଏହି ଆଲମାରୀଟି ପରିବାରର ମୃତ ଦାଦାଙ୍କର ଅଟେ। ଆଉ ବିକ୍ରି ପାଇଁ ରଖାଯାଇଥିବା ଆଲମିରାର ଫଟୋ ଉଠେଇବା ବେଳେ ଏହି ଲେମ୍ୱୁଟି ଡ୍ରରେ ପଡିଥିବା ଦେଖିବାକୁ ମିଳିଥିଲା। ସବୁଠାରୁ ଖାସ୍‌ କଥା ହେଉଛି ଏହି ଲେମ୍ୱୁ ଉପରେ ଏକ ମେସେଜ୍‌ ଲେଖାଥିଲା। ତେବେ ଏହି ଲେମ୍ୱୁଟିକୁ ମଜାକ୍‌ ପାଇଁ ନିଲାମରେ ରଖିଥିଲେ। ଭାବିଥିଲେ କି ଏଥିପାଇଁ କେହି ୪୦ରୁ ୬୦ ୟୁରୋ ଦେବେ। କିନ୍ତୁ ଏହି ଲେମ୍ୱୁଟି ଯେତେବେଳେ ୧ ଲକ୍ଷ ୪୮ ହଜାରରେ ନିଲାମ ହୋଇଥିଲା ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ଯାଇଥିଲେ।

 

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
285-year-old lemon discovered in dead man's cabinet goes viral | Argus News