Train Accident / ଉତ୍ତରାଖଣ୍ଡରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା: ରେଳଧାରଣାରୁ ଖସିଲା ଏକ୍ସପ୍ରେସର ୩ ବଗି
·3 months ago·2 min read

Key Points
ଉତ୍ତରାଖଣ୍ଡରେ ଏକ୍ସପ୍ରେସ ଟ୍ରେନ୍ର ୩ଟି ବଗି ଲାଇନଚ୍ୟୁତ । ଯୋଗ ନଗରୀ ଋଷିକେଶ ରେଳ ଷ୍ଟେସନ ନିକଟରେ ଲାଇନଚ୍ୟୁତ । ଉଜ୍ଜୟିନୀ ଏକ୍ସପ୍ରେସ ଟ୍ରେନ୍ରର ୩ଟି ବଗି ଲାଇନଚ୍ୟୁତ । ଦୁର୍ଘଟଣା ସମୟରେ ଟ୍ରେନରେ କୌଣସି ଯାତ୍ରୀ ନଥିବା ସୂଚନା ।
ରାତି ଅଧରେ ଅଚାନକ ପିଟି ହୋଇଗଲା ଟ୍ରେନ୍ । ମଝିରୁ କାଗଜ ଭଳି ଭାଙ୍ଗିକି ଜାକି ହୋଇଗଲା । ୩ଟି ବଗି ରେଳଧାରଣାରୁ ବହାରକୁ ଚାଲି ଆସିଲା । ପୁରା ଟ୍ରେନ୍ ଭାଙ୍ଗିରୁଜି ଚୁରମାର ହୋଇ ଯାଇଛି । ମଝିରୁ ଧନୁ ଭଳି ବଙ୍କା ହୋଇ ଯାଇଛି ଟ୍ରେନ୍ । ଧାରଣାରୁ ବାହାରି ଆସି ଉହଳିକି ରହିଛି । ୩ଟି ବଗି ରେଳଧାରଣାରୁ ବାହାରକୁ ଚାଲିଆସିଛି ।
ବାରମ୍ବାର ଘଟୁଛି ରେଳ ଦୁର୍ଘଟଣା । ୩ ଦିନ ହେଲା ଗୋଟିଏ ପରେ ଗୋଟିଏ ଟ୍ରେନ୍ ଦୁର୍ଘଟଣାର ଶିକାର ହେଉଛି ଭାରତୀୟ ରେଲଓ୍ଵେ । ବିପଦରେ ଏବେ ରେଳଯାତ୍ରା । ଟ୍ରେନ୍ରେ ଯିବା ପୂର୍ବରୁ ଏମିତି ଦୁର୍ଘଟଣା ମେନପଡ଼ିଯାଉଛି । ଲଗାତାର ୨ ଦିନ ହେବ ଟ୍ରେନ୍ରେ ନିଆଁ ଲାଗୁଥିଲା ବେଳେ ଏବେ ଟ୍ରନ୍ ଦୁର୍ଘଟଣା କାରଣରୁ ଟ୍ରେନ୍ଟି ମଝିରୁ କାଗଜ ଭଳି ଜାକି ହୋଇଯାଇଛି। ଭୟଙ୍କର ଟ୍ରେନ୍ ଦୁର୍ଘଟଣା କାରଣରୁ ପୁରା ଟ୍ରେନ୍ଟି ଗୁଣ୍ଡ ହୋଇ ଯାଇଛି। ଲୋକପାଇଲଟଙ୍କ ଅବହେଳା ପାଇଁ ଆଜି ଏମିତି ହୋଇ ଯାଇଛି।
ଟ୍ରେନ୍ଟି କ୍ଷିପ୍ରଗତିରେ ଆସି ଧକ୍କା ହୋଇଛି । ଏତେ ଜୋରରେ ଧକ୍କା ହୋଇଛି କି ମଝିରୁ ବଙ୍କା ହୋଇଯାଇଛି ଟ୍ରେନ୍। ଏହି ଦୃଶ୍ୟକୁ ଦେଖି ଜାଣିପାରୁଥିବେ ଦୁର୍ଘଟଣା କେତେ ଭୟଙ୍କର ହୋଇଥିବ। ଲକ୍ଷ୍ମୀବାଇ ନଗରରୁ ଋଷିକେଶ ଅଭିମୁଖେ ଆସୁଥିବା ୧୪୩୦୯ ଉଜ୍ଜୈନୀ ଏକ୍ସପ୍ରେସ୍ ଯୋଗନଗରୀ ରେଳ ଷ୍ଟେସନରେ ପ୍ରବେଶ କରୁଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଠିକ୍ ଏହି ସମୟରେ ଟ୍ରେନର ଏକ ବଗି ହଠାତ୍ ରେଳଧାରଣାରୁ ତଳକୁ ଖସିଯାଇଥିଲା । ଟ୍ରେନ୍ର ଗତି କ୍ଷିପ୍ର ଥିବାରୁ ଏମିତି ଦୁର୍ଘଟଣା ହୋଇଛି। ଭାଗ୍ୟ ଭଲ ଥିବାର ଏକ ବଡ଼ ବିପତ୍ତିରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣା ପରେ ଯାତ୍ରୀମାନଙ୍କ ମଧ୍ୟରେ କିଛି ସମୟ ପାଇଁ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା।
ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ରେଳବାଇର ବରିଷ୍ଠ ଅଧିକାରୀ ଏବଂ ପ୍ରାଥମିକ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଟ୍ରେନକୁ ପୁଣିଥରେ ଟ୍ରାକକୁ ଆଣିବା ଏବଂ ରେଳ ସେବା ସ୍ବାଭାବିକ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାମ ଜାରି ରହିଛି। ଏହି ଦୁର୍ଘଟଣା କେଉଁ କାରଣରୁ ଘଟିଲା ଟ୍ରାକରେ କିଛି ସମସ୍ୟା ଥିଲା ନା ଏହା ପଛରେ କୌଣସି ଯାନ୍ତ୍ରିକ ତ୍ରୁଟି ରହିଛି, ସେ ନେଇ ରେଳବାଇ ପକ୍ଷରୁ ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

Related Topics
Explore more stories