ନୋଟ୍ ବଣ୍ଡଲ୍ର ସ'ତ କଣ ? ଜଷ୍ଟିସ୍ ବର୍ମାଙ୍କ ଘରେ ୪୫ ମିନିଟ୍ ତଦନ୍ତ କଲା ଯାଞ୍ଚ କମିଟି

ଦିଲ୍ଲୀ ହାଇକୋର୍ଟର ବିଚାରପତି ଯଶବନ୍ତ ବର୍ମାଙ୍କ ଘରେ ଅଗ୍ନିକାଣ୍ଡ ସମୟରେ ଦର ପୋଡ଼ା ଟଙ୍କା ମିଳିବା ମାମଲା । ଜଷ୍ଟିସ୍ ବର୍ମାଙ୍କ ଘରେ ପହଞ୍ଚି ଯାଞ୍ଚ କରିଛନ୍ତି ୩ ଜଣ ବିଚାରପତିଙ୍କୁ ନେଇ ଗଠିତ କମିଟି । ଦିଲ୍ଲୀ ସ୍ଥିତ ଜଷ୍ଟିସ୍ ବର୍ମାଙ୍କ ସରକାରୀ ବାସଭବନରେ କମିଟି ୪୫ ମିନିଟ୍ ରହି ତଦନ୍ତ କରିଛନ୍ତି । ନିଆଁ ଲାଗିଥିବା କଠୋରୀକୁ କମିଟି ଯାଇ ଅନୁଧ୍ୟାନ କରିଛନ୍ତି । ତେବେ ଯାଞ୍ଚର ପ୍ରକାର କଣ ରହିବ, କେଉଁ ନିୟମରେ ହେବ ଏହା କମିଟି ସ୍ଥିର କରିବ ।
ମିଳିଥିବା ସୂଚନା ଅନୁସାରେ, ପ୍ରାୟ ୪୫ ମିନିଟ୍ର ତନାଘନା ପରେ ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କୁ ଘରୁ ବାହିରିଛନ୍ତି ଯାଞ୍ଚ କମିଟି । ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଶୀଲ ନାଗୁ, ହିମାଚଳପ୍ରଦେସ ହାଇକୋର୍ଟର ମୁଖ୍ୟ ବିଚାରପତି ଜି. ଏସ୍ ସଘାବାଲିା ଓ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଅନୁ ଶିବରାମନଙ୍କ କମିଟି ଜଷ୍ଟିସ୍ ବର୍ମାଙ୍କ ବାସଭବନକୁ ଯାଇଥିଲେ ।
୩ ଜଣିଆ ବିଚାରପତିଙ୍କ କମିଟି ଜଷ୍ଟିସ୍ ବର୍ମାଙ୍କ ଘରେ ୪୫ ମିନିଟ୍ ଧରି ଅନୁଧ୍ୟାନ କରି ଫେରିଛନ୍ତି । କମିଟିର ରିପୋର୍ଟ ଅନୁସାରେ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ବର୍ମାଙ୍କ ମାମଲାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଘଟଣା ପରେ ଜଷ୍ଟିସ୍ ବର୍ମାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଯଦିଓ ଆହ୍ଲାବାଦ ହାଇକୋର୍ଟ ବଦଳି ପାଇଁ ସୁପାରିସ୍ ହୋଇଛି ।
📱 Get Argus News App
✨
ସୁପାରିସ୍ କାର୍ଯ୍ୟକାରୀ ହେଲେ ମଧ୍ୟ ଜଷ୍ଟିସ୍ ବର୍ମା ଆହ୍ଲାବାଦ ହାଇକୋର୍ଟରେ କୌଣସି ନ୍ୟାୟିକ କାର୍ଯ୍ୟରେ ଭାଗ ନେଇ ପାରିବେ ନାହିଁ । ଯେଉଁ ନିର୍ଦ୍ଦେଶ ଦିଲ୍ଲୀ ହାଇକୋର୍ଟରେ ଜଷ୍ଟିସ୍ ବର୍ମାଙ୍କ ଲାଗି ଲାଗୁ ହୋଇଛି ତାହା ଆହ୍ଲାବାଦରେ ବି ଲାଗୁ ହେବ । ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି, ଜଷ୍ଟିସ୍ ବର୍ମାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବଳ ବଦଳିରେ ସୀମିତ ନୁହେଁ ।
ଜଷ୍ଟିସ୍ ବର୍ମାଙ୍କ ବଦଳି ଏବେ ହେଉଥିବା ଆଭ୍ୟନ୍ତରୀଣ ତଦନ୍ତ ଠାରୁ ସ୍ଵତନ୍ତ୍ର ଓ ଅଲଗା ଅଟେ । କାରଣ ନିୟମ ଅନୁସାରେ, ହାଇକୋର୍ଟ ବିଚାରପତିଙ୍କ ବଦଳି କଲେଜିୟମ୍ ଜରିଆରେ ହୁଏ କମିଟି ଜରିଆରେ ନୁହେଁ । ଆଉ ନିୟମ ପ୍ରକାରେ ଆଭ୍ୟନ୍ତରୀଣ ତଦନ୍ତରେ ପ୍ରଧାନ ବିଚାରପତିଙ୍କ ଭୂମିକା ରହିଥାଏ । ଆଉ ଘଟଣାକ୍ରମ ସମ୍ବନ୍ଧରେ ପ୍ରଧାନ ବିଚାରପତି ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ରିପୋର୍ଟ ମାଗନ୍ତି ।
ଜଷ୍ଟିସ୍ ଯଶବନ୍ତ ବର୍ମା ଦିଲ୍ଲୀ ହାଇକୋର୍ଟର ବରିଷ୍ଠ ବିଚାରପତି ସହ କଲେଜିୟମ୍ରେ ସାମିଲ୍ ଅଛନ୍ତି । ଆଉ ଏବେର ଘଟଣ ଦିଲ୍ଲୀରେ ହୋଇଥିବା ବେଳେ ସୁପ୍ରିମକୋର୍ଟ କଲେଜିୟମ୍ ଜଷ୍ଟିସ୍ ବର୍ମାଙ୍କୁ ତାଙ୍କ ମୂଳ ହାଇକୋର୍ଟ ଆହ୍ଲାବାଦ ପଠାଇବାକୁ ସୁପାରିସ୍ କରିଛନ୍ତି ।