Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୭୭ତମ ସେନା ଦିବସରେ ନୌସେନାରେ ସାମିଲ ହେଲେ 3 ମହାଶକ୍ତି

National

୭୭ତମ ସେନା ଦିବସରେ ନୌସେନାରେ ସାମିଲ ହେଲେ 3 ମହାଶକ୍ତି

Rashmita Mishra
Browse all articles by Rashmita Mishra
·1 year ago·2 min read
୭୭ତମ ସେନା ଦିବସରେ ନୌସେନାରେ ସାମିଲ ହେଲେ 3 ମହାଶକ୍ତି

Key Points

ବିଶ୍ବର ଶକ୍ତିକେନ୍ଦ୍ର ଏକବିଂଶ ଶତାବ୍ଦୀର ଭାରତ
ଭାରତୀୟ ସେନାର ସୌର୍ଯ୍ୟ ବଢ଼ାଉଛି ଶତ୍ରୁ ଶିବିରରେ ଆତଙ୍କ
୭୭ତମ ସେନା ଦିବସରେ ନୌସେନାରେ ସାମିଲ ହେଲେ 3 ମହାଶକ୍ତି
INS ସୁରଟ, INS ନୀଳଗିରି, INS ଭାଗଶୀର
ଦେଶକୁ ୩ଟି ଫ୍ରଣ୍ଟଲାଇନ୍ ଯୁଦ୍ଧ ଜାହାଜ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ
ପୁନେ ଆର୍ମି ଡେ ସମାରୋହରେ ଆକର୍ଷଣ ସାଜିଲା `ରୋବୋଟିକ୍ ଡଗ୍‌' ପରେଡ୍
ଦେଶର ଶାନ୍ତି, ସୁରକ୍ଷା ଓ ଏକତା ସୁନିଶ୍ଚିତ ରଖୁଥିବା ଯବାନଙ୍କୁ PMଙ୍କ ଶୁଭେଚ୍ଛା

ଅର୍ଗସ ବ୍ୟୁରୋ: ଭାରତୀୟ ନୈସେନା ପାଇଁ ଐତିହାସିକ ଦିନ । ଜାଗ୍ରତ ପ୍ରହରୀ ସାଜି ଦେଶବାସୀଙ୍କ ଶାନ୍ତି, ସୁରକ୍ଷା ଓ ଏକତା ସୁନିଶ୍ଚିତ କରୁଥିବା ନୌସେନାକୁ ମିଳିଛି ମହାଶକ୍ତି । ମହାରାଷ୍ଟ୍ରରେ 3ଟି ଫ୍ରଣ୍ଟଲାଇନ ନୌସେନା ଯୁଦ୍ଧପୋତକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । INS ସୁରଟ, INS ନୀଳଗିରି ଓ INS ଭାଗଶୀରକୁ ମୁମ୍ବାଇର ନାଭାଲ୍ ଡକୟାର୍ଡରେ ନୌସେନାକୁ ହସ୍ତାନ୍ତର କରିଛନ୍ତି ମୋଦି । ଭାରତ ଇତିହାସରେ ଏମିତି ପ୍ରଥମଥର ହୋଇଛି, ଦିନକରେ ଗୋଟିଏ ବୁଡ଼ାଜାହାଜ ସହ 3ଟି ଯୁଦ୍ଧ ଜାହାଜର ଜଳାବତରଣ କରାଯାଇଛି। ଯାହା ପ୍ରତିରକ୍ଷା କ୍ଷେତ୍ରରେ ଦେଶକୁ କରିଛି ଆହୁରି ମଜଭୁତ୍।
Byte- ନରେନ୍ଦ୍ର ମୋଦି, ପ୍ରଧାନମନ୍ତ୍ରୀ

INS ନୀଳଗିରି, P17A ଷ୍ଟିଲ୍ ଫ୍ରିଗେଟ୍ ପ୍ରୋଜେକ୍ଟର ପ୍ରଥମ ଜାହାଜ। ଭାରତୀୟ ନୌସେନାର ୱାରସିପ୍ ଡିଜାଇନ୍ ବ୍ୟୁରୋ ପ୍ରସ୍ତୁତ କରିଛି ଏହାର ଡିଜାଇନ୍ । INS ସୁରଟ, P15B ଗାଇଡ୍ ମିଶାଇଲ୍ ବିନାଶକାରୀ ପ୍ରକଳ୍ପର ଚତୁର୍ଥ ତଥା ଅନ୍ତିମ ଜାହାଜ ଯାହା ବିଶ୍ବର ବୃହତ୍ତମ ଓ ଅତ୍ୟାଧୁନିକ ବିନାଶକାରୀ ମହାଶକ୍ତି ମଧ୍ୟରେ ସ୍ଥାନିତ ହୋଇଛି । ସେହିପରି P75 ସ୍କର୍ପିନ୍ ପ୍ରକଳ୍ପର ଷଷ୍ଠ ତଥା ଅନ୍ତିମ ବୁଡ଼ାଜାହାଜ INS ଭାଗଶୀର ବୁଡ଼ାଜାହାଜ, ଫ୍ରାନ୍ସର ନାଭାଲ୍ ଗ୍ରୁପ୍ ସହଯୋଗରେ ନିର୍ମିତ ହୋଇଛି ।

ସେପଟେ ୭୭ତମ ସ୍ଥଳସେନା ଦିବସ ଅବସରରେ ପୁନେରେ ହୋଇଛି ଆର୍ମି ଡେ ପରେଡ୍। ଦେଖିବାକୁ ମିଳିଛି ବୀର ଯବାନଙ୍କ ବୀରତ୍ବ, ଶୌର୍ଯ୍ୟ, ପରାକ୍ରମର ଅଦ୍ବିତୀୟ ଝଲକ । ପ୍ରଥମ ଥର ପାଇଁ ସେନାରେ ସାମିଲ ଶହେ ରୋବୋ ଡଗ୍ ସ୍କ୍ବାର୍ଡର କାରନାମା ଦର୍ଶକଙ୍କୁ ବିସ୍ମିତ କରିବା ସହ ହଜାଇଛି ଶତ୍ରୁଙ୍କ ନିଦ । ଭାରତୀୟ ସେନାର ପ୍ରମୁଖ ଅଙ୍ଗ ପଦାତିକ ବାହିନୀ ୧୯୪୯ ଜାନୁଆରୀ ୧୫ରୁ ନିରବଚ୍ଛିନ୍ନ ଭାବେ ଦେଶବାସୀଙ୍କୁ ସୁରକ୍ଷା ଯୋଗାଇଦେଇ ଆସୁଛନ୍ତି । ୧୯୪୭ରେ ସ୍ବାଧୀନତା ପରେ ବି ୧୯୪୯ ଯାଏଁ ଭାରତ ସେନାରେ ବ୍ରିଟିଶ ସେନା ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ୧୯୪୯ ଜାନୁଆରୀ 15ରେ ଶେଷ ବ୍ରିଟିଶ ସେନାଧ୍ୟକ୍ଷ କମାଣ୍ଡର ଇନ ଚିଫ ଜେନେରାଲ ଫ୍ରାନ୍ସିସ ବୁଚର, ଲେଫ୍ଟନାଣ୍ଟ ଜେନେରାଲ କେଏମ କରିୟପ୍ପାଙ୍କୁ ଭାରତୀୟ ସେନାର ଦାୟିତ୍ବ ହସ୍ତାନ୍ତର କରିଥିଲେ । ଏହି ଐତିହାସିକ ଦିନର ସ୍ମରଣରେ ପ୍ରତିବର୍ଷ ଜାନୁଆରୀ 15ରେ ସୀମାରେ ମୁତୟନ ଯବାନଙ୍କ ସେବା, ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇ ଆସୁଛନ୍ତି ଦେଶବାସୀ ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
3-major-powers-join-navy-on-77th-army-day | Argus News