Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ମାଓ ଅପରସନରେ ୩ ମାଓବାଦୀ ନିପାତ

National

ମାଓ ଅପରସନରେ ୩ ମାଓବାଦୀ ନିପାତ

Banajyotshna Ray
Browse all articles by Banajyotshna Ray
·1 year ago
ମାଓ ଅପରସନରେ ୩ ମାଓବାଦୀ ନିପାତ

ଅର୍ଗସ ବ୍ୟୁରୋ:  ଛତିଶଗଡ ନାରାୟଣପୁରରେ ମାଓ ଅପରସନରେ ୩ଜଣ ମାଓବାଦୀ ନିପାତ । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ । ମାଓବାଦୀମାନେ ସକ୍ରିୟଥିବା ଖବରପାଇ ସୁରକ୍ଷା କର୍ମୀଙ୍କ ପକ୍ଷରୁ ୫ଦିନ ଧରି ବଡ ଧରଣର ଅପରେସନ୍ ଚାଲିଥିଲା । ସେପ୍ଟେମ୍ବର ୨୨ରେ ଆରମ୍ଭ ହୋଇଥିଲା ଅପରେସନ୍ । ଏଥିପାଇଁ ପ୍ରତ୍ୟେକ ଯବାନଙ୍କୁ ପ୍ରାୟ ୧୧୦ରୁ ୧୨୦ କିଲୋମିଟର ପର୍ଯ୍ୟନ୍ତ ଚାଲିବାକୁ ପଡିଥିଲା ।  ୪୦ରୁ ୫୦ଜଣ ମହିଳା ଏହି ଅପରେସନରେ ସାମିଲ ହୋଇଥିଲେ । ଅପରେସନ ବେଳେ ଅନେକ ପାହାଡ ଓ ଝରଣା ଅତିକ୍ରମ କରିବାକୁ ପଡିଥିଲା । ଏହାପରେ ଘଞ୍ଚ ଜଙ୍ଗଲ ଭିତରେ ଥିବା ମାଓବାଦୀଙ୍କ ନିକଟରେ ପହଞ୍ଚିଥିଲେ ଟିମ୍ । ଅପରେସନର ତିନି ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଗୋଟିଏ AK-47, ୨ଟି SLR ଜବତ ହାଇଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
3 Maoists killed in Maoist operation | Argus News