Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବାହାଘରକୁ ଯାଉଥିଲେ, ଗୁଗୁଲ୍ ମ୍ୟାପ ପାଇଁ ଜୀବନ ଚାଲିଗଲା

Smruti Parija
Browse all articles by Smruti Parija
·1 year ago·1 min read
ବାହାଘରକୁ ଯାଉଥିଲେ, ଗୁଗୁଲ୍ ମ୍ୟାପ ପାଇଁ ଜୀବନ ଚାଲିଗଲା

ଅର୍ଗସ ବ୍ୟୁରୋ: ଗୁଗୁଲ୍‌ ମ୍ୟାପ୍‌ ପାଇଁ ଚାଲିଗଲା ୩ ଜଣ ଜୀବନ । ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । କିନ୍ତୁ ଏହା ହିଁ ସତ । ଆମେ ସାଧାରଣତଃ କୌଣସି ଏକ ନୂଆ ସ୍ଥାନକୁ ଯିବା ସମୟରେ ଗୁଗୁଲ୍‌ ମ୍ୟାପ୍‌ର ସାହାଯ୍ୟ ନେଇଥାଉ । କିନ୍ତୁ ସେହି ଗୁଗୁଲ୍‌ ମ୍ୟାପ୍‌ ଯେ ମରଣ ମୁହଁକୁ ଟାଣି ନେବ କେହି କେବେ ବିଶ୍ୱାସ କରିନଥିବେ । ଗୁଗୁଲ୍‌ ମ୍ୟାପ୍‌ ପାଇଁ ଅଧା ଗଢ଼ା ପୋଲରୁ କାର୍ ଖସି ପଡ଼ି ୩ ଜଣଙ୍କ ମୃତ୍ୟୁ ହୋଇଛି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ ।

ପୁରା ଘଟଣା ଥିଲା ଏମିତି... ତିନି ଇଞ୍ଜିନିୟର ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଗୁରୁଗ୍ରାମରୁ ବରେଲୀ ଯାଉଥିଲେ । ଗୁଗୁଲ ମ୍ୟାପ୍ ର ସାହାଯ୍ୟ ନେଇ ଯାଉଥିବାବେଳେ ଏକ ଅଧାଗଢା  ବ୍ରିଜ୍ ରେ ଯିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ସେମାନେ ୱାଗନ୍ ଆର୍ କାରରେ ଯାଉଥିବାବେଳେ କାର୍ ଟି ସମ୍ପୂର୍ଣ୍ଣ ଭାବରେ 50 ଫୁଟ୍ ତଳକୁ ଖସିପଡିଥିଲା । ଫଳରେ ଘଟଣାସ୍ଥଳରେ ହିଁ 3 ଜଣଙ୍କର ମୃତ୍ୟୁ ହୋଇଥିଲା । 

ତେବେ ରାତିରେ ଦୁର୍ଘଟଣା ଘଟିଥିବାବେଳେ ସକାଳେ ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଛାନଭିନ୍ ଜାରି ରଖିଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
3-men-lose-their-lives-after-google-maps-leads-car-off-incomplete-bridge | Argus News