ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଟପ୍ ମାଓ ନେତା ନିହତ

Key Points
ଭାଙ୍ଗୁଛି ମାଓବାଦୀଙ୍କ ଅଣ୍ଟା
ଆନ୍ଧ୍ରପ୍ରଦେଶ ମାରେଡିମେଲୁରେ ବଡ଼ ଧରଣର ଏନକାଉଣ୍ଟର
ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଟପ୍ ମାଓ ନେତା ନିହତ
ଟପ୍ ମାଓ ନେତା ଉଦୟ, ଅରୁଣା ଓ ଅଞ୍ଜୁ ନିହତ
କେନ୍ଦ୍ର ଗୃହମନ୍ତ୍ରୀଙ୍କ ଆହ୍ବାନ ପରେ ଭାଙ୍ଗୁଛି ମାଓବାଦୀଙ୍କ ଅଣ୍ଟା । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଟପ୍ ମାଓ ନେତା ନିହତ । ଆନ୍ଧ୍ରପ୍ରଦେଶ ମାରେଡିମେଲୁରେ ବଡ଼ ଧରଣର ଏନକାଉଣ୍ଟର । ନିହତ ମାଓବାଦୀ ଗାଜେର୍ଲା ଉଦୟ ଓରଫ ଉଦୟ । ସେ ସେଣ୍ଟ୍ରାଲ କମିଟି ମେମ୍ବର ଏବଂ ଆନ୍ଧ୍ର ଓଡ଼ିଶା ଜୋନାଲ କମିଟି ସେକ୍ରେଟ୍ରି ଥିଲେ । ଅନ୍ୟ ଜଣେ ନିହତ ମାଓନେତ୍ରୀ ରାଭି ଭେଙ୍କେଟ ଚୈତନ୍ୟ ଓରଫ ଅରୁଣା । ସେ ଆନ୍ଧ୍ର ଓଡ଼ିଶା ସ୍ପେଶାଲ ଜୋନାଲ କମିଟି ମେମ୍ବର ଥିଲେ l ପୂର୍ବରୁ ଛତିଶଗଡ଼ ଏନକାଉଣ୍ଟରରେ ମୃତ୍ୟୁ ହୋଇଥିବା ଚଲାପତିଙ୍କ ସ୍ତ୍ରୀ ଥିଲେ ଅରୁଣା l
ଅନ୍ୟ ଜଣେ ନିହତ ମାଓ ନେତ୍ରୀ ଅଞ୍ଜୁ, ଯିଏ କି ଆନ୍ଧ୍ର ଓଡ଼ିଶା ଜନାଲ କମିଟିର ମେମ୍ବର ଥିଲେ । ଆନ୍ଧ୍ର ଆଲ୍ଲୁର ସୀତାରାମ ରାଜୁ ଜିଲ୍ଲାର କଣ୍ଡାମଦୁଲୁ ଦେବୀ ପାଟଣା ନିକଟ ଜଙ୍ଗଲରେ ଗ୍ରେହଣ୍ଟସ ସାଙ୍ଗରେ ଗୁଳି ବିନିମୟରେ ଏହି ଟପ ୩ ମାଓ ନେତା ନିହତ ହୋଇଛନ୍ତି l ଏନକାଉଣ୍ଟରରେ ଜଣେ ଯବାନ ସହିଦ ହୋଇଥିବା ସୂଚନା । ଏବେ ବି ସୁରକ୍ଷାକର୍ମୀ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଘଟଣାସ୍ଥଳରୁ ତିନୋଟି ak 47 ଜବତ କରାଯାଇଛି ।.