Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସାଧାରଣ ଦିବସ ପରେଡ କାର୍ଯ୍ୟକ୍ରମରେ ଯୋଗ ଦେବେ ଓଡିଶାରୁ ୩ ମହିଳା ବୁଣାକାର

Smruti Parija
Browse all articles by Smruti Parija
·1 year ago·1 min read
ସାଧାରଣ ଦିବସ ପରେଡ କାର୍ଯ୍ୟକ୍ରମରେ ଯୋଗ ଦେବେ ଓଡିଶାରୁ ୩ ମହିଳା ବୁଣାକାର

Key Points

ପଲ୍ଲୀର ମହିଳା ଏବେ ଦିଲ୍ଲୀ ପହଞ୍ଚିବେ । ଚଳିତ ବର୍ଷ ନୂଆଦିଲ୍ଲୀରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ସମାରୋହ -୨୦୨୫ ପରେଡ଼ କାର୍ଯ୍ୟକ୍ରମରେ ବିଶେଷ ଅତିଥି ଭାବେ ଯୋଗ ଦେବେ ଓଡିଶାରୁ ୩ ମହିଳା ବୁଣାକାର ।

ଅର୍ଗସ ବ୍ୟୁରୋ: ପଲ୍ଲୀର ମହିଳା ଏବେ ଦିଲ୍ଲୀ ପହଞ୍ଚିବେ । ଚଳିତ ବର୍ଷ ନୂଆଦିଲ୍ଲୀରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ସମାରୋହ -୨୦୨୫ ପରେଡ଼ କାର୍ଯ୍ୟକ୍ରମରେ ବିଶେଷ ଅତିଥି ଭାବେ ଯୋଗ ଦେବେ ଓଡିଶାରୁ ୩ ମହିଳା ବୁଣାକାର । ସେମାନଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ସମ୍ବଲପୁର ଜିଲ୍ଲା ଜୁଯୋମୁରା ବ୍ଲକ ବାହାମ ପଞ୍ଚାୟତର ବଡ଼ତୁରାଙ୍ଗ ଗ୍ରାମର ଡିଳେଶ୍ଵରୀ ମେହେର । ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଫାଉଣ୍ଡେସନର ମୁଖ୍ୟ ମୃଦୁଳା ଠାକୁର ।


ଶ୍ରୀମତୀ ମେହେର ହେଉଛନ୍ତି ବୟନ ବ୍ୟବସାୟୀ ପୁଟୁ୍ରୁ ମେହେରଙ୍କ ଧର୍ମ ପତ୍ନୀ । ଜଣେ ବୁଣାକାର ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ସ୍ବାବଲମ୍ବୀ ହୋଇଥିବା ଡିଳେଶ୍ଵରୀ ବିଶେଷ ଅତିଥି ଭାବେ ଏଥର ଯୋଗଦେଇ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପରେଡ଼ ଅଭିବାଦନ ସହ ତାଙ୍କ ଅଭିଭାଷଣ ଶୁଣିବାର ସୁଯୋଗ ପାଇବେ । ଏହାକୁ ସେ ଖୁବ ଗର୍ବିତ ଓ ଅତ୍ୟନ୍ତ ଆନନ୍ଦିତ ବୋଲି କହିଛନ୍ତି । ତାଙ୍କୁ ଏହି ସୁଯୋଗ ମିଳିଥିବାରୁ ସେ ଅଞ୍ଚଳର ବହୁ ଅନୁଷ୍ଠାନ, ବିଶେଷ ବ୍ୟକ୍ତି, ଗ୍ରାମବାସୀ, ବିକାଶ ଫାଉଣ୍ଡେସନର ମୁଖ୍ୟ ମୃଦୁଳା ଠାକୁର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେହିପରି ଶ୍ରୀମତୀ ମେହେରଙ୍କ ସହିତ ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ୍ ଅଞ୍ଚଳ ବିଂଝୁଆ ଗାଁର ମହିଳା ହସ୍ତତନ୍ତ ବୟନଶିଳ୍ପୀ ସୀମା ରାଉତ ଓ ବାଲେଶ୍ୱର ଜିଲ୍ଲାର ସୀତା ମୁର୍ମୁ ସ୍ଥାନ ପାଇ ଓଡିଶାର ଟେକ ରଖିଛନ୍ତି ।

Sponsored
3 women weavers from Odisha to participate in the republic Day parade-at-delhi | Argus News