Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଏମିତି ବାପାମାଆଙ୍କୁ ସାଲ୍ୟୁଟ , ୩ ବର୍ଷର ଝିଅକୁ ଦେଲେ ଇଚ୍ଛାମୃତ୍ୟୁ

Swoyang prajna Mishra
Browse all articles by Swoyang prajna Mishra
·1 year ago·3 min read
ଏମିତି ବାପାମାଆଙ୍କୁ ସାଲ୍ୟୁଟ , ୩ ବର୍ଷର ଝିଅକୁ ଦେଲେ ଇଚ୍ଛାମୃତ୍ୟୁ

Key Points

୩ ବର୍ଷର ଝିଅକୁ ଇଚ୍ଛାମୃତ୍ୟୁ ଦେଲେ ବାପା ମାଆ
ସନ୍ଥାରା ଦ୍ଵାରା ଝିଅର ହୋଇଥିଲା ଇଚ୍ଛାମୃତ୍ୟୁ
ଗିନିଜ୍ ବୁକ୍‌ରେ ରେକର୍ଡ କଲେ ଭିଆନାଙ୍କ ବାପା ମାଆ

୩ ବର୍ଷର ଝିଅକୁ ଇଚ୍ଛାମୃତ୍ୟୁ ଦେଲେ ବାପା ମାଆ
ସନ୍ଥାରା ଦ୍ଵାରା ଝିଅର ହୋଇଥିଲା ଇଚ୍ଛାମୃତ୍ୟୁ
ଗିନିଜ୍ ବୁକ୍‌ରେ ରେକର୍ଡ କଲେ ଭିଆନାଙ୍କ ବାପା ମାଆ


ବୟସ ମାତ୍ର ୩ ବର୍ଷର ଥିଲା । ହେଲେ ବାପା ମାଆ ତାକୁ ଇଚ୍ଛା ମୃତ୍ୟୁ ଦେଲେ । ଯାହାକୁ ଜୈନଧର୍ମରେ ସନ୍ଥାରା ଦ୍ଵାରା ହୋଇଥିବା ମୃତ୍ୟୁ ବୋଲି କୁହାଯାଏ । କିନ୍ତୁ ଏତେ ଛୋଟ ଝିଅକୁ ସନ୍ଥାରା ମୃତ୍ୟୁ ଦେବାର କାରଣ କଣ ? କଣ ଏହି ସନ୍ଥାରା ଆସନ୍ତୁ ଏହା ଉପରେ ବିସ୍ତୃତରେ ଜାଣିବା ।

ଜୈନଧର୍ମରେ ସନ୍ଥାରା ହେଉଛି ଏକ ଆଧ୍ୟାତ୍ମିକ ଶବ୍ଦ । ବିଶେଷ ଭାବେ ଏହାକୁ ଜୈନଧର୍ମର ଲୋକମାନେ ମାନିଥାନ୍ତି । ସନ୍ଥାରା ହେଉଛି ଏକପ୍ରକାର ସମାଧି ବା ଇଚ୍ଛାମୃତ୍ୟୁ । ସନ୍ଥାରାକୁ ମାନୁଥିବା ଜୈନ ନିଜର ମୃତ୍ୟୁ ପର୍ଯ୍ୟନ୍ତ ଖାଦ୍ୟ କି ପାଣି ଗ୍ରହଣ କରିନଥାନ୍ତି । ଯାହାକୁ Fast unto death ବୋଲି କୁହାଯାଏ । ଏହାପରେ ତାଙ୍କର ମୃତ୍ୟୁ ହୋଇଯାଏ । ସେମାନଙ୍କର ବିଶ୍ଵାସ ରହିଛି ଏପରି କରିବା ଦ୍ଵାରା ସେମାନଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ । ଏହାକୁ ସେମାନେ ଇଚ୍ଛାମୃତ୍ୟୁ ବା ଇଚ୍ଛାରେ ସମାଧି ଗ୍ରହଣ କରିବା ବୋଲି ମାନିଥାନ୍ତି । ତେବେ ବିଶେଷ ଭାବେ ଏହି ସନ୍ଥାରା ବୃଦ୍ଧ ବୟସରେ ହିଁ ଗ୍ରହଣ କରାଯାଏ । ନଚେତ ଯଦି ବ୍ୟକ୍ତି କୌଣସି ବଡ ରୋଗରେ ପୀଡିତ ଥାଆନ୍ତି, ଏବଂ ସେହି ରୋଗର ଯଦି କୌଣସି ସମାଧାନ ନଥାଏ ତେବେ ସେମାନେ ସନ୍ଥାରା ଦ୍ଵାରା ଇଚ୍ଛାମୃତ୍ୟୁ ନେଇଥାନ୍ତି । ଅନ୍ୟ କେହି ଯଦି ଆଧ୍ୟାତ୍ମିକତା ଦିଗରେ ରହିଥାନ୍ତି, ତେବେ ମୋକ୍ଷ ପ୍ରାପ୍ତି କରିବା ପାଇଁ ସେ ସନ୍ଥାରା ଗ୍ରହଣ କରିଥାନ୍ତି । ବିଶେଷ ଭାବେ ଜୈନ ଧର୍ମର ପୂଜକ ତଥା ଆଧ୍ୟାତ୍ମିକ ଗୁରୁମାନଙ୍କ ପରାମର୍ଶରେ ଏପରି କରାଯାଇଥାଏ । ସନ୍ଥାରା ଗ୍ରହଣ କରିବା ପରେ ପ୍ରଥମେ ଖାଦ୍ୟ ଛଡାଯାଏ, ଧିରେଧିରେ ପାନୀୟ ଜିନିଷ ତ୍ୟାଗ କରାଯାଏ । ଧିରେଧିରେ ବ୍ୟକ୍ତି ସବୁକିଛି ଛାଡିବା ପରେ କେବଳ ଦିନରାତି ଠାକୁରଙ୍କୁ ପ୍ରାଥନା କରିଥାଏ ଏବଂ କ୍ଷମା ମାଗିଥାଏ । ଏବଂ ଧ୍ୟାନ ପ୍ରାର୍ଥନା ଲଗାତାର କରିବା ସମୟରେ ହିଁ ବ୍ୟକ୍ତିର ମୃତ୍ୟୁ ହୋଇଯାଏ । ଯାହାଦ୍ଵାରା ସେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ଜୈନ ଧର୍ମର ଲୋକେ ବିଶ୍ଵାସ କରନ୍ତି ।

ତେବେ ମଧ୍ୟପ୍ରଦେଶ ଇନ୍ଦୋରର ଜଣେ ଦମ୍ପତ୍ତି ନିଜ ୩ ବର୍ଷର ଝିଅକୁ ସନ୍ଥାରା ଗ୍ରହଣ କରାଇ ଇଚ୍ଛାମୃତ୍ୟୁ ଦେଇଛନ୍ତି । ସେହି ୩ ବର୍ଷର ଝିଅ ଭିଆନା ଜୈନ ବ୍ରେନ ଟ୍ୟୁମର ରୋଗରେ ପୀଡିତ ଥିଲା । ଯେଉଁଥିରେ ସେ କେବେ ସୁସ୍ଥ ହୋଇ ପାରିବନି ବୋଲି ଡାକ୍ତର ତାଙ୍କ ବାପା ମାଆଙ୍କୁ କହିଥିଲେ । ଏବଂ ପ୍ରବଳ ଯନ୍ତ୍ରଣା ହେବ ବୋଲି କହିଥିଲେ ଡାକ୍ତର ।

ଏହାକୁ ନେଇ ଝିଅର ବାପା ମାଆ ଜୈନ ଧର୍ମର ଗୁରୁଙ୍କ ପାଖକୁ ଯାଇ ପରାମର୍ଶ ମାଗିଥିଲେ । ପରାମର୍ଶ ମିଳିବା ପରେ ସେ ନିଜ ଝିଅର ସନ୍ଥାରା କରାଇଥିଲେ । ପ୍ରଥମେ ସେମାନେ ଝିଅର ଖାଦ୍ୟ ପରେ ପାନୀୟ ଦେବା ବନ୍ଦ କରିଦେଲେ । ଏହାପରେ ୨୦୨୫ ମାର୍ଚ୍ଚ ୨୧ରେ ଝିଅର ମୃତ୍ୟୁ ହୋଇଥିଲା । ତେବେ ସନ୍ଥାରା ଗ୍ରହଣ କରି ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ଭିତରେ ସର୍ବକନିଷ୍ଠ ଥିଲା ଏହି ୩ ବର୍ଷର ଝିଅ । ଯେଉଁଥିପାଇଁ ତାଙ୍କୁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ମିଳିଥିଲା ।

ତେବେ ଚାଇଲ୍ଡ ରାଇଟ୍ସ ଅର୍ଗାନାଇଜେସନ ଦ୍ଵାରା ଏପରି ଘଟଣାକୁ ନିନ୍ଦା କରାଯାଇଛି । ୩ ବର୍ଷ ଛୁଆପ୍ରତି ଏଇଟା ହିଂସାମୂଳକ ବୋଲି ଏହି ଅନୁଷ୍ଠାନ ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ଧାର୍ମୀକ ମୃତ୍ୟୁରେ ନାବାଳକ କିମ୍ବା ନାବାଳିକା ତଥା ଶିଶୁମାନଙ୍କୁ ଯୁକ୍ତ କରାଇବା ଦଣ୍ଡନୀୟ ଅପରାଧ ବୋଲି କୁହାଯାଉଛି । ଏହାକୁ ନେଇ ମଧ୍ୟପ୍ରଦେଶ ଷ୍ଟେଟ କମିସନ ସେହି ବାପା ମାଆଙ୍କ ପାଖକୁ ନୋଟିସ ଜାରି କରିଛି ।

୨୦୧୫ରେ ରାଜସ୍ଥାନ ହାଇକୋର୍ଟ ଏହି ସନ୍ଥାରାକୁ ବେଆଇନ ବୋଲି ଘୋଷଣା କରିଥିଲେ । କିନ୍ତୁ ଜୈନ ସମାଜ ଏହାକୁ ନେଇ ବିରୋଧ କରିବା ସହ ଆନ୍ଦୋଳନ କରିଥିଲେ । ଏହାପରେ ଶୁଣାଣି ପହଞ୍ଚିଥିଲା ସୁପ୍ରିମକୋର୍ଟରେ । ବର୍ତ୍ତମାନ ଯାଏଁ ଏହା ଆଇନ କି ବେଆଇନ ତାହା ନେଇ କୌଣସି ଶୁଣାଣି ହୋଇନାହିଁ । ଜୈନ ଧର୍ମରେ ଏହା ଏକ ଆଧ୍ୟାତ୍ମିକ କାର୍ଯ୍ୟ ହୋଇଥିଲେ ମଧ୍ୟ ୩ ବର୍ଷର ଛୁଆପାଇଁ ସନ୍ଥାରା ଗ୍ରହଣୀୟ ନୁହେଁ ବୋଲି ସାଧାରଣ ଲୋକେ ମତ ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
3-Year-Old Girl Suffering From Brain Tumor, Dies After Put Her Through Jain Ritual 'Santhara' | Argus News