Videos
|
National

୩୦ ଜଣ କର୍ମଚାରୀଙ୍କୁ ବହିଷ୍କାର: ଅନ୍ୟମାନେ ୪ଟା ସୁଦ୍ଧା ଯୋଗଦେବାକୁ ନିର୍ଦ୍ଦେଶ ଦେଲା ଏୟାର ଇଣ୍ଡିଆ

Ritu Das
Browse all articles by Ritu Das
·2 years ago·1 min read
୩୦ ଜଣ କର୍ମଚାରୀଙ୍କୁ ବହିଷ୍କାର: ଅନ୍ୟମାନେ ୪ଟା ସୁଦ୍ଧା ଯୋଗଦେବାକୁ ନିର୍ଦ୍ଦେଶ ଦେଲା ଏୟାର ଇଣ୍ଡିଆ

ଅର୍ଗସ ବ୍ୟୁରୋ: ଏୟାର ଇଣ୍ଡିଆ ଏକ୍ସପ୍ରେସ ଗତକାଲିର ସମସ୍ୟା ପରେ ୩୦ ଜଣ କ୍ରୁ ସଦସ୍ୟଙ୍କୁ ବହିଷ୍କାର କରିଛି କମ୍ପାନି। ପୂର୍ବରୁ ନ ଜଣାଇ ଅଚାନକ ଗଣ ଛୁଟିରେ ଯିବା ହେତୁ ଏୟାର ଇଣ୍ଡିଆ ଏକ୍ସପ୍ରେସକୁ ମଙ୍ଗଳବାର ୧୦୦ରୁ ଅଧିକ ବିମାନ ବାତିଲ କରିବାକୁ ପଡ଼ିଥିଲା। ଯାହାଫଳରେ ୧୫ ହଜାର ଯାତ୍ରୀ ପ୍ରଭାବିତ ହୋଇଥିଲେ।

ସେହି ୩୦ ଜଣଙ୍କୁ ଛାଡ଼ି ବାକିମାନଙ୍କୁ ଗୁରୁବାର (ଆଜି) ଅପରାହ୍ନ ୪ଟା ସୁଦ୍ଧା ଡ୍ୟୁଟିରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛି କମ୍ପାନି। ଯଦି ସେମାନେ ‌ସେପରି ନକରନ୍ତି ତ ବହିଷ୍କୃତର ସମ୍ମୁଖୀନ ହେବେ ବୋଲି କମ୍ପାନି ସୂଚାଇ ଦେଇଛି।  ବିମାନ ସେବା ପକ୍ଷରୁ ଆହୁରି ବି କୁହାଯାଇଛି ‌ଯେ ୨୯୨ଟି ବିମାନ ଚଳାଚଳ କରିବ।
‌କୌଣସି ଯଥାର୍ଥ କାରଣ ନଥାଇ ଏପରି ଅଚାନକ ସମୂହ ଛୁଟିରେ ଯିବା ଏୟାର ଇଣ୍ଡିଆ ଏକ୍ସପ୍ରେସ କର୍ମଚାରୀଙ୍କ ନିୟମକୁ ଉଲ୍ଲଂଘନ କରିଛି। ଉଡ଼ାଣ ପାଇଁ କ୍ରୁ' ମାନଙ୍କ ନାମ ତାଲିକାଭୁକ୍ତ ହୋଇ ସାରିଥିବା ବେଳେ ଶେଷ ମୁହୂର୍ତ୍ତରେ ଏପରି ସମୂହ ଛୁଟିରେ ଯିବା କାରଣରୁ କମ୍ପାନି ପୂର୍ବରୁ ୩୦ଜଣଙ୍କୁ ବହିଷ୍କୃତ କରିସାରିଛି।

ଆପଣ ଆଉ କର୍ମଚାରୀ ଭବେ ବିବେଚିତ ହେବେ ନାହିଁ। ଅଫିସିଆଲ୍‌ ମେଲ୍‌, ସର୍ଭର ଏବଂ ଅନ୍ୟାନ୍ୟ ଯୋଗାଯୋଗକୁ ଆଉ ଆପଣ ଆଜିଠାରୁ ବ୍ୟବହାର କରିପାରିବେ ନାହିଁ’’ ବୋଲି ମେଲ୍‌ରେ କର୍ମଚାରୀମାନଙ୍କୁ କୁହାଯାଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

30 employees tarminated | Argus News