Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସତ ହେଉଛି ଗଣିତ, ସଫା ହେଉଛନ୍ତି ମାଓବାଦୀ

National

ସତ ହେଉଛି ଗଣିତ, ସଫା ହେଉଛନ୍ତି ମାଓବାଦୀ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ସତ ହେଉଛି ଗଣିତ, ସଫା ହେଉଛନ୍ତି ମାଓବାଦୀ

Key Points

ମାଓମୁକ୍ତ ହେଉଛି ଭାରତ

ମରୁଛନ୍ତି ମାଓବାଦୀ

ସତ ହେଉଛି ଶାହଙ୍କ ଗଣିତ 

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲାର ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ। ଏହି ମିଳିତ ଅପରେସନରେ ୩୦ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ସହିଦ୍ ହୋଇଥିବା ଜଣା ପଡ଼ିଛି। ନାରାୟଣପୁର, ଦନ୍ତେୱାଡା , ବିଜାପୁର ଓ କୋଣ୍ଡାଗାଁର DRG ଯବାନ ଙ୍କ ମିଳିତ ଅପରେସନ ରେ ମିଳିଛି ସଫଳତା ।ଏନେଇ ସୂଚନା ଦେଇଛନ୍ତି ଛତିଶଗଡ଼ର ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା।


ଏନକାଉଣ୍ଟର ସ୍ଥଳରୁ ଏକେ ୪୭ ସମେତ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସ୍ଥାନୀୟ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ୪ ଜିଲ୍ଲାର ଡିଆରଜି ଯବାନଙ୍କ ଦ୍ବାରା ଆରମ୍ଭ କରାଯାଇଥିଲା ମିଳିତ ଅପରେସନ। ଏଥିରେ ୩୦ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଥିବା ବେଳେ ଆଗକୁ ଆହୁରି ବଢିପାରେ ମୃତ୍ୟୁ ସଂଖ୍ୟା। ମୃତ ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ଦୁର୍ଦ୍ଦାନ୍ତ ମାଓବାଦୀ ବାସବ ରାଜ। ସେ ହେଉଛନ୍ତି ଦୁର୍ଦ୍ଦାନ୍ତ ମାଓ ନେତା । ତାଙ୍କ ମୁଣ୍ଡରେ ଦେଢ କୋଟି ଟଙ୍କାର ପୁରସ୍କାର ରାଶି ଥିଲା । ଏହି ଅପରେସନରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ଗୁଳିବିନିମୟ ଚାଲିଥିବା ସୂଚନା ମିଳିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଗତ ମାର୍ଚ୍ଚ ମାସରେ ମଧ୍ୟ ଛତିଶଗଡରେ ସୁରକ୍ଷାବାହିନୀଙ୍କୁ ମିଳିଥିଲା ବଡ଼ ସଫଳତା। ବିଜାପୁର-ଦନ୍ତେୱାଡା ସୀମାରେ ସୁରକ୍ଷା ବାହିନୀ ୨୨ ଜଣ ମାଓବାଦୀଙ୍କୁ ମାରିଥିଲେ। ସେତେବେଳେ ଗୃହମନ୍ତ୍ରୀ ଅମିତ ଶାହା ରଖିଥିଲେ ଏକ ବଡ଼ ବୟାନ। ୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ ଦେଶ ମାଓବାଦୀ ମୁକ୍ତ ହେବ ବୋଲି ସେ ଘୋଷଣା କରିଥିଲେ।

Sponsored
30 Maoists killed in Chhattisgarh | Argus News