ଛତିଶଗଡରେ ୩୧ ମାଓବାଦୀ ନିପାତ

ଛତିଶଗଡ଼ ବିଜାପୁରରୁ ଆସିଲା ବଡ ଖବର। ବିଜାପୁର ଓ ନାରାୟଣପୁର ନିକଟ ମହାରାଷ୍ଟ୍ର ସୀମା ଫର୍ସେଗଡ଼ ଥାନା ଅଞ୍ଚଳରେରେ ସୁରକ୍ଷାବାହିନୀ ଓ ନକ୍ସଲଙ୍କ ଗୁଳି ବିନିମୟରେ ନିପାତ ହେଲେ ୩୧ ମାଓବାଦୀ। ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ। ଲଢେଇରେ ୨ ଯବାନ ସହିଦ ହୋଇଛନ୍ତି।
ଆଜି ସକାଳୁ ଡିଆରଜି ବିଜାପୁର, ଏସଟିଏଫ ଓ ସି-୬୦ ଯବାନଙ୍କୁ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ବହୁ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଘଟଣା ସ୍ଥଳରୁ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସ୍ଥାନୀୟ ଅଞ୍ଚଳରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି। ଏନକାଉଣ୍ଟରେ ଆହତ ହୋଇଥିବା ସୈନିକଙ୍କୁ ଚିକିତ୍ସା ପାଇଁ MI-17 ହେଲିକପ୍ଟରରେ ଏୟାରଲିପ୍ଟ କରାଯାଇଛି।
📱 Get Argus News App
✨ଏନକାଉଣ୍ଟରରେ ୨ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ। ସେ ଟ୍ବିଟ କରି ଲେଖିଛନ୍ତି ସହିଦ ଯବାନଙ୍କ ଆତ୍ମାର ଶାନ୍ତି ଏବଂ ସେମାନଙ୍କ ଶୋକସନ୍ତପ୍ତ ପରିବାରକୁ ଇଶ୍ବର ଶକ୍ତି ଦିଅନ୍ତୁ। ସୁରକ୍ଷାକର୍ମୀଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ଆମ ରାଜ୍ୟ ମାର୍ଚ୍ଚ ୨୦୨୬ ସୁଦ୍ଧା ମାଓ ମୁକ୍ତ ହେବ।