ଛାତ୍ରଛାତ୍ରୀଙ୍କ ସହ ମିଶିଲେ, ସ୍ୱପ୍ନ-ଆକାଂକ୍ଷା-ଗବେଷଣା କଥା ପଚାରି ବୁଝିଲେ ଧର୍ମେନ୍ଦ୍ର

Key Points
NCTEର ୩୧ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ଶିକ୍ଷକ ସମୁଦାୟକୁ ସମ୍ବୋଧନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ଛାତ୍ରଛାତ୍ରୀମାନଙ୍କ ସ୍ୱପ୍ନ ଓ ଆକାଂକ୍ଷା, ଗବେଷଣାର କ୍ଷେତ୍ର ଉପରେ ପଚାରି ବୁଝିଥିଲେ ।
IIT ଦିଲ୍ଲୀ ପରିଦର୍ଶନ କରିବା ସହ ସ୍ନାତକ, ସ୍ନାତକୋତ୍ତର ଏବଂ PHD ଛାତ୍ରଛାତ୍ରୀ, ଉଦ୍ଭାବକ ଏବଂ ଗବେଷକଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ଏହାବ୍ୟତୀତ NCTEର ୩୧ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ଶିକ୍ଷକ ସମୁଦାୟକୁ ସମ୍ବୋଧନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ଚଳିତ ବର୍ଷ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦି ଅଭିଭାଷଣରେ ଦେଇଥିବା ଦୃଷ୍ଟିକୋଣ ସହିତ ସ୍ୱାବଲମ୍ବୀ ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଦେଶକୁ ଆତ୍ମନିର୍ଭର କରିବା ଦିଗ ଗୁଡ଼ିକ ଉପରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ । ଜାତୀୟ ପ୍ରାଥମିକତାକୁ ଗୁରୁତ୍ୱ ଦେବା ଦିଗରେ ସାମୂହିକ ଉଦ୍ୟମ କରିବା ତଥା ୨୦୪୭ ସୁଦ୍ଧା 'ସମୃଦ୍ଧ ଭାରତ'ର କଳ୍ପନାକୁ ପୂରଣ କରିବା ଉପରେ ମତପ୍ରକାଶ କରିଥିଲେ ଶ୍ରୀ ପ୍ରଧାନ ।
ଛାତ୍ରଛାତ୍ରୀମାନଙ୍କ ସ୍ୱପ୍ନ ଓ ଆକାଂକ୍ଷା, ଗବେଷଣାର କ୍ଷେତ୍ର ଉପରେ ପଚାରି ବୁଝିଥିଲେ । ଏହା ସହିତ ଦକ୍ଷତା ବୃଦ୍ଧି ଏବଂ ନବସୃଜନର ସ୍ପିରିଟକୁ ଆଗକୁ ବଢ଼ାଇବା ଦିଗରେ ଶ୍ରୀ ପ୍ରଧାନ ନିଜର ମତପ୍ରକାଶ କରିଥିଲେ । ଅପରପକ୍ଷରେ ଶ୍ରୀ ପ୍ରଧାନ ଜାତୀୟ ଶିକ୍ଷକ ଶିକ୍ଷା ପରିଷଦର ୩୧ତମ ପ୍ରତିଷ୍ଠା ଦିବସରେ କହିଛନ୍ତି ଯେ, ଶିକ୍ଷକମାନେ ଆମ ଛାତ୍ରଛାତ୍ରୀଙ୍କ ଦାୟିତ୍ୱ ନେବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରୁଛନ୍ତି । ଜାତୀୟ ଶିକ୍ଷା ନୀତି ଅନୁସାରେ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି କରି ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେମାନଙ୍କୁ ବର୍ତ୍ତମାନର ଟେକ୍ନୋଲୋଜି ଦୁନିଆ ସହ ଯୋଡ଼ିବା ଆମର ଲକ୍ଷ୍ୟ ରହିଛି ।
आज कौशल भवन, दिल्ली में National Council for Teacher Education (NCTE) के 31वें स्थापना दिवस कार्यक्रम को संबोधित करने का अवसर मिला। हमारे शिक्षक समाज और राष्ट्र निर्माण के मूल स्तंभ हैं। वास्तव में, शिक्षक सूर्य और चंद्रमा की भाँति निरंतर समाज को प्रकाश और दिशा देने का कार्य करते… pic.twitter.com/a5ZV1Q2mHc
— Dharmendra Pradhan (@dpradhanbjp) August 17, 2025