Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଯୁଦ୍ଧ ବିରତି ପରେ ସ୍ଵାଭାବିକ ହେଲା ଦେଶର ୩୨ ବିମାନ ବନ୍ଦର

Rashmita Mishra
Browse all articles by Rashmita Mishra
·1 year ago·1 min read
ଯୁଦ୍ଧ ବିରତି ପରେ ସ୍ଵାଭାବିକ ହେଲା ଦେଶର ୩୨ ବିମାନ ବନ୍ଦର

ଅପରେଶନ ସିନ୍ଦୂର ସମୟରେ ବନ୍ଦ ହୋଇଥିବା ୩୨ଟି ବିମାନବନ୍ଦରକୁ ପୁଣି ଖୋଲାଯାଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଭାରତ ଉପରେ ଡ୍ରୋନ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଥିଲା। ଭାରତର ୪ ସୀମାବର୍ତ୍ତୀ ରାଜ୍ୟର ପ୍ରାୟ ୨୬ଟି ସ୍ଥାନକୁ ଟାର୍ଗେଟ କରିଥିଲା ପାକିସ୍ତାନ । ହେଲେ ପ୍ରାୟ ସବୁ ଡ୍ରୋନକୁ ମାରି ଖସାଇଦେଇଛି ଭାରତ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁ କେନ୍ଦ୍ର ସରକାର ଦେଶର କିଛି ବିମାନବନ୍ଦରକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ ।

ବର୍ତ୍ତମାନ ବନ୍ଦ ହୋଇଥିବା ୩୨ଟି ବିମାନବନ୍ଦରକୁ ପୁଣି ଖୋଲାଯାଇଛି ସୋମବାର (୧୨ ମଇ, ୨୦୨୫) ଏକ ପ୍ରେସ ବିଜ୍ଞପ୍ତି ଜାରି କରି ବିମାନବନ୍ଦର କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି। ଦେଶର ଉତ୍ତର ଏବଂ ପଶ୍ଚିମ ଭାଗରେ ୩୨ ଟି ବିମାନବନ୍ଦର ଖୋଲିବା ପାଇଁ AAI ବିମାନ କର୍ମଚାରୀମାନଙ୍କୁ ଏକ ନୋଟିସ (NOTAM) ଜାରି କରିଛି।

ଏହି ବିମାନବନ୍ଦରଗୁଡ଼ିକ ହେଉଛି, ଉଧମପୁର, ଅମ୍ବାଲା, ଅମୃତସର, ଅବନ୍ତୀପୁର, ବଠିଣ୍ଡା, ଭୁଜ, ବିକାନେର, ଚଣ୍ଡିଗଡ଼, ହଲୱାରା, ହିଣ୍ଡନ, ଜୈସଲମେର, ଜମ୍ମୁ, ଜାମନଗର, ଯୋଧପୁର, କାଣ୍ଡଲା, କାଙ୍ଗଡା (ଗଗଲ), କେଶୋଡ, କିଶନଗଡ଼, କୁଲ୍ଲୁ ମନାଲି(ଭୁଂତର),ଲେହ, ଲୁଧିଆନା, ମୁଦ୍ରା, ନାଲିଆ, ପଠାନକୋଟ, ପଟିଆଲା, ପୋରବନ୍ଦର, ରାଜକୋଟ (ହିରାଜସର), ସରସୱା, ଶିମଲା, ଶ୍ରୀନଗର, ଥୋଏସ ଏବଂ ଉତ୍ତରଲାଇ। ସୂଚନାଯୋଗ୍ୟ, ଭାରତ-ପାକିସ୍ତାନ ଯୁଦ୍ଧ ମଧ୍ୟରେ ୨୦୦ରୁ ଅଧିକ ବିମାନ ବାତିଲ ଏବଂ ପ୍ରଭାବିତ ହୋଇଥିଲା। ଭାରତର ବିଭିନ୍ନ ପ୍ରମୁଖ ଏୟାରଲାଇନ୍ସ ଯାଞ୍ଚ କରିବା ଏବଂ ତଦନୁସାରେ ଯାତ୍ରା କରିବା ପାଇଁ ଯାତ୍ରା ପରାମର୍ଶ ଜାରି କରିଛନ୍ତି।

୧୦ ମେ’ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ଏବଂ ରବିବାର (୧୧ ମଇ, ୨୦୨୫) ନିୟନ୍ତ୍ରଣ ରେଖାରେ ପ୍ରାୟତଃ ଶାନ୍ତିପୂର୍ଣ୍ଣ ପରିସ୍ଥିତି ପରେ, AAI ଏବଂ ଭାରତର ଅନ୍ୟାନ୍ୟ ବିମାନ ଚଳାଚଳ କର୍ତ୍ତୃପକ୍ଷ ୩୨ଟି ବିମାନବନ୍ଦର ପୁନଃ ଖୋଲିବା ସମ୍ପର୍କରେ ଏକ ନୋଟିସ ଜାରି କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
32-airports-return-to-normal-after-ceasefire | Argus News