ଗତ ୬ ଘଣ୍ଟା ମଧ୍ୟରେ ଶ୍ରୀନଗର ଛାଡ଼ିଲେଣି ୩,୩୩୭ ଜଣ ପର୍ଯ୍ୟଟକ

ଶ୍ରୀନଗର ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏଯାଏଁ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଆସୁଛି । ପହଲଗାମର ବୈସରନ ଘାଟିରେ ମଙ୍ଗଳବାର ଦିନ ୨.୪୫ ରେ ହୋଇଥିବା ଆତଙ୍କୀ ଆକ୍ରମଣରେ ୨୦ ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଥିବାର ସୂଚନା ଆସୁଛି । ତେବେ ଜମ୍ମୁ କଶ୍ମୀରରେ ଭୟାକୂଳ ପରିବେଶ ମଧ୍ୟରେ ଜମ୍ମୁ-କଶ୍ମୀର ଛାଡ଼ି ପଳାଇ ଯାଉଛନ୍ତି ହଜାର ହଜାର ଲୋକ। ଗତ ୬ ଘଣ୍ଟା ମଧ୍ୟରେ ଶ୍ରୀନଗର ଛାଡ଼ି ୩,୩୩୭ ଜଣ ଲୋକ ଯାଇ ସାରିଲେଣି ବୋଲି ସୂଚନା ରହିଛି। ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ନିଶ୍ଚିତ କରିଛନ୍ତି ଯେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସମସ୍ତ ବିମାନ ଚଳାଚଳ ଅପରେଟରଙ୍କୁ ବିମାନ ଭଡ଼ା ବୃଦ୍ଧି ନ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛି।
In the wake of the tragic terror attack, we are constantly making efforts to ensure safe travel of tourists from Srinagar. Strict instructions were given to Airline companies to avoid any fare surges, Fares are being monitored and kept at reasonable levels.
— Ram Mohan Naidu Kinjarapu (@RamMNK) April 23, 2025
In addition to the… pic.twitter.com/jpxhvDDZl6
📱 Get Argus News App
✨ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ବୁଧବାର ଏକ ଆଡଭାଇଜରି ଜାରି କରି ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ସମେତ ସମସ୍ତ ବାଣିଜ୍ୟିକ ଏୟାରଲାଇନ୍ସକୁ ଶ୍ରୀନଗରରୁ ବିମାନ ଫ୍ରିକ୍ୱେନ୍ସି ବୃଦ୍ଧି କରିବା ଏବଂ ବୁକିଂ ପରିବର୍ତ୍ତନ ଉପରେ ଜରିମାନା ଛାଡ଼ କରିବାକୁ ଅନୁରୋଧ କରିଛି। ପର୍ଯ୍ୟଟକଙ୍କ ଅପ୍ରତ୍ୟାଶିତ ଚାହିଦାକୁ ଦର୍ଶାଇ ଶ୍ରୀନଗରରୁ ଭାରତର ବିଭିନ୍ନ ଗନ୍ତବ୍ୟସ୍ଥଳକୁ ନିରବଚ୍ଛିନ୍ନ ଯୋଗାଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଇଛି। ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଥିଲେ ୬ ଆତଙ୍କବାଦୀ । ଆକ୍ରମଣ ପଛରେ ପାକିସ୍ତାନୀ ଆତଙ୍କୀଙ୍କ ହାତ ଥିବା ସୂଚନା । ୬ ଆତଙ୍କୀଙ୍କ ମଧ୍ୟରେ ୪ ପାକିସ୍ତାନୀ ଓ ୨ ସ୍ଥାନୀୟ ଆତଙ୍କୀଙ୍କ ହାତ ଥିବା ସୂଚନା ମିଳିଛି ।
ତେବେ ଏହି ଆତଙ୍କୀଙ୍କ ମଧ୍ୟରୁ ୪ ଜଣଙ୍କ ଫଟୋ ସାମ୍ନାକୁ ଆସିଛି । ୩ ଜଣଙ୍କ ସ୍କେଚ୍ ଜାରି କରାଯାଇଛି । ଆତଙ୍କବାଦୀଙ୍କୁ ଡ୍ରୋନ୍ ଓ ହେଲିକପ୍ଟର ସାହାଯ୍ୟରେ ଖୋଜିବାକୁ ଉଦ୍ୟମ ଜାରି ରହିଛି । ଆତଙ୍କବାଦୀଙ୍କ ପାଖରେ ଏକେ-୪୭ ବନ୍ଧୁକ ରହିଥିଲା । ପରେ ଆକ୍ରମଣ କରିଥିଲେ ପାକ୍ ଆତଙ୍କୀ । ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ ଆତଙ୍କୀ କାଣ୍ଡ ଘଟାଇବା ପୂର୍ବରୁ ପ୍ରଥମେ ରେକି କରିଥିଲେ ୬ ଆତତାୟୀ । ଏହାପରେ କରିଥିଲେ ଗୁଳିଚାଳନା। ଗୁଳି ବିନିମୟ ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଖସି ପଳାଇଥିଲେ।